Samsung Galaxy Z Fold 2 ସ୍ମାର୍ଟଫୋନ ହେଲା ଲଞ୍ଚ, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ସାମସଙ୍ଗ ଲଞ୍ଚ କଲା ଫ୍ଲୋଡେବଲ ସ୍ମାର୍ଟଫୋନ Samsung Galaxy Z Fold 2 । କମ୍ପାନୀ ଏହାକୁ ଗ୍ୟାଲେକ୍ସି ଅନପେକ୍ଡ ୨୦୨୦ର ଦ୍ୱିତୀୟ ଭାଗରେ ଲଞ୍ଚ କରିଛି । ଏହାର ପୂର୍ବ ବର୍ଷ କମ୍ପାନୀ ଗ୍ୟାଲେକ୍ସି ଫୋଲ୍ଡକୁ ବଜାରରେ ଲଞ୍ଚ କରିଥିଲା । ଲଞ୍ଚ ହୋଇଥିବା Galaxy Z Fold 2 ରେ ବଡ ଡିସ୍ପଲେର ସୁବିଧା ରହିବା ସହିତ ଫୋନରେ ଅଲଟ୍ରା ଗ୍ଲାସ ପ୍ରୋଟେକ୍ସନ ମଧ୍ୟ ରହିଛି । ଏହା ସହିତ Samsung Galaxy Z Fold 2 ରେ ଟ୍ରିପଲ ରିୟର କ୍ୟାମେରା ସେଟଅପର ସୁବିଧା ରହିବା ସହିତ ଏଥିରେ ଓ୍ଵାଏର ଲେସ୍‌ ପାଓ୍ଵାରଶେୟାର ମଧ୍ୟ ରହିଛି ।

Samsung Galaxy Z Fold 2 ର ଦାମ୍‌ ଏବଂ ଫିଚର୍ସ

ଆମେରିକାରେ ଏହି ଫୋନର ଦାମ୍‌ ୧,୯୯୯ ଡଲାର ଅର୍ଥାତ ୧,୪୮,୩୦୦ ଟଙ୍କା ରହିଥିବା ବେଳେ ଏହାର ଭାରତୀୟ ମୂଲ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଏହି ଖାସ ସ୍ମାର୍ଟଫୋନ ଗ୍ୟାଲେକ୍ସି ଜେଡ ଫୋଲ୍ଡ ୨ ମାୟାଷ୍ଟିକ ବ୍ଲାକ ଏବଂ ମାୟାଷ୍ଟିକ ବ୍ରୋଞ୍ଚ କଲରରେ ଉପଲବ୍ଧ ହେବ । ଏହି ଦୁଇଟି କଲର ଭେରାଇଟି ସହିତ ଫୋନର ବିକ୍ରି ସେପ୍ଟେମ୍ବରରୁ ହେବ । ଆଗକୁ କମ୍ପାନୀ ଏହାର ଥିମ ବ୍ରାଉନ ଏଡିସନ ମଧ୍ୟ ପ୍ରକାଶ କରିବ ଯାହାର ବିକ୍ରି ସେପ୍ଟେମ୍ବର ୨୫ ଠାରୁ ଆରମ୍ଭ ହେବ ।

samsung 1

Samsung Galaxy Z Fold 2 ର ସ୍ପେସିଫିକେସନ୍‌:

ସାମସଙ୍ଗର ଏହି ଫୋନରେ ଆପଣ ୭.୬ ଇଞ୍ଚର ଫୁଲ ଏଚଡି ପ୍ଲସ ଡିସ୍ପପ୍ଲେର ମଜା ନେଇ ପାରିବେ ଯାହାର ରିଫ୍ରେସ ରେଟ ୧୨୦Hz ରହିଛି । ଏହାକୁ ଫୋଲ୍ଡ କଲା ପରେ ଆପଣଙ୍କୁ ୬.୨ ଇଞ୍ଚର ସୁପର ଏଲୋମେଡ ଇନଫିନିଟି ଫ୍ଲେକ୍ସ ଡିସ୍ପପ୍ଲେ ମିଳିବ । ଫୋନରେ କ୍ୱାଲକମ ଅକ୍ଟୋକୋର ସ୍ନାପଡ୍ରାଗନ ୮୬୫+ ପ୍ରୋସେସର ସହିତ ୧୨ ଜିବି ରାମ ଏବଂ ୧୨୮ ଜିବିର ଷ୍ଟୋରେଜର ମଜା ନେଇ ପାରିବେ । ଅଧିକ ଷ୍ଟୋରେଜର ସୁବିଧା ମିଳୁଥିବାରୁ ମେମୋରି କାର୍ଡ ସାହାଯ୍ୟରେ ଏଥିରେ ଥିବା ଷ୍ଟୋରେଜକୁ ଅଧିକ ବଢାଇପାରିବେ ନାହିଁ ।

samsung

Samsung Galaxy Z Fold 2 ର କ୍ୟାମେରା:

ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି ।ଏହା ସହିତ ମୁଖ୍ୟ କ୍ୟାମେରା ୧୨ ମେଗାପିକ୍ସଲ ରହିବା ସହିତ ଅପ୍ଟିକାଲ ଇମେଜ ଷ୍ଟେବଲାଇଜେସନ ମଧ୍ୟ ଅଛି । ସେହିପରି ଦ୍ୱିତୀୟ ଲେନ୍ସରେ ୧୨ ମେଗାପିକ୍ସଲର ଅଲଟ୍ରା ଓ୍ଵାଇଡ ଓ ତୃତୀୟ ଲେନ୍ସରେ ୧୨ ମେଗାପିକ୍ସଲର ଟେଲିଫଟୋ ଲେନ୍ସ ରହିଛି। ଏଥିରେ ଆପଣ ୪ ହଜାରରୁ ଅଧିକ ଭିଡିଓ ଏବଂ ସ୍ଲୋମୋସନ ଭିଡିଓ ମଧ୍ୟ ରେକର୍ଡ କରିପାରିବେ । ସେଲ୍ଫି ପାଇଁ ମଧ୍ୟ ଏଥିରେ ୧୦ ମେଗାପିକ୍ସଲର କ୍ୟାମେରା ରହିଛି।

Samsung Galaxy Z Fold 2 ର ବ୍ୟାଟେରି:

Samsung Galaxy Z Fold 2 ଫୋନରେ କନେକ୍ଟିଭିଟି ପାଇଁ 5G, 4G LTE, ଓ୍ଵାଇ ଫାଇ 6, ବ୍ଲୁଟୁଥ v5.0, ଜିପିଏସ/ଏ-ଜିପିଏସ ଏବଂ ୟୁଏସିବି ଟାଇପ-ସି ପୋର୍ଟ ରହିଛି । ଫୋନରେ ଥିବା ପାଓ୍ଵାର ବଟନରେ ଫିଙ୍ଗରପ୍ରିଣ୍ଟ ସେନ୍ସର ସହିତ ସ୍ଟୋରିଓ ସ୍ପିକର 4500mAh ର ବ୍ୟାଟେରି ରହିଛି ଯାହା ଦ୍ୱାରା ଆପଣ ଫାଷ୍ଟ ଚାର୍ଜିଂର ସୁବିଧା ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.