ସାମସଙ୍ଗ Galaxy Z Fold3 ଓ Flip3 5G ସ୍ମାର୍ଟଫୋନର ହେଲା ବଜାର ପ୍ରବେଶ, ରହିଛି ଦମଦାର ଫିଚର୍ସ

ଡିଜିଟାଲ ଯୁଗରେ ଆଜି କାଲି ସବୁକିଛି କାମ ଫୋନ ଦ୍ୱାରା ସମ୍ଭବ ହୋଇପାରୁଛି। ତେଣୁ ଏବେ ସମସ୍ତେ ଫୋନ ଉପରେ ବେଶି ନିର୍ଭର କରୁଛନ୍ତି । କିନ୍ତୁ ଯେତେବେଳେ ଫୋନ କଥା ଧ୍ୟାନକୁ ଆସେ, ସେତେବେଳେ ଏହାର ଫିଚର୍ସ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଦମଦାର ଫିଚର୍ସ ହିଁ ୟୁଜର୍ସଙ୍କୁ ଆକୃଷ୍ଟ କରିଥାଏ ଫୋନ କିଣିବା ପାଇଁ । ତେଣୁ ଗ୍ରାହକଙ୍କ ପସନ୍ଦ ଓ ଆବଶ୍ୟକତକୁ ଧ୍ୟାନରେ ରଖି କମ୍ପାନୀ ତରଫରୁ ନୂଆ ମଡେଲ ତିଆରି କରାଯାଏ । ଏହାସହ ୟୁଜର୍ସ ମାନେ ଫୋନ କିଣିବା ସମୟରେ ଏହାର ଦାମ୍‌ ଓ ଫିଚର୍ସକୁ ବେଶ ଧ୍ୟାନ ଦେଇଥାନ୍ତି।

ତେବେ ଆପଣଙ୍କ ମନ ପସନ୍ଦ କମ୍ପାନୀ ସାମସଙ୍ଗ ଏବେ ବଜାରରେ ଦୁଇଟି ଲାଟେଷ୍ଟ 5G ଫ୍ଲାଗ ସିପ ମଡେଲ ଲଞ୍ଚ କରିଛି । ମଡେଲର ନାମ ରହିଛି Galaxy Z Fold3 ଓ Flip3 5G । ପ୍ରଥମ ଥର କମ୍ପାନୀ Foldable 5G ମଡେଲ ଲଞ୍ଚ କରିଛି। ଏଥିରେ ଆପଣ Full Screen View ଦେଖିପାରିବେ। ଏଥିରେ ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଜରୁରୀ ଓ ଦମଦାର ଫିଚର୍ସ ମଧ୍ୟ ଦିଆଯାଇଛି । ତେବେ ଭାରତୀୟ ବଜାରରେ ଏହାର ଦାମ ସ୍ୱଳ୍ପ ଅଧିକ ଥିଲେ ବି ଏହାର ଜବରଦସ୍ତ ଫିଚର୍ସ ସମ୍ପର୍କରେ ଜାଣିଲେ ହୁଏତ ଆପଣ ଏହାକୁ କିଣିବାକୁ ଚିନ୍ତା କରିପାରନ୍ତି।

Samsung Galaxy Z Fold3 5G ସ୍ମାର୍ଟଫୋନରେ 6.7 ଇଞ୍ଚର Display ରହିଛି ଯାହାର ରିଫ୍ରେଶ ରେଟ 120 Hz ଅଟେ। Water Resistant ହୋଇଥିବାରୁ ଏହି ଫୋନ ଦେଢ଼ ମିଟର ପାଣିରେ ୩୦ ମିନିଟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ଏଥିରେ ଆପଣ ଅନେକ ନୂଆ ଫିଚର୍ସ ପାଇବେ। ଫୋନରେ ସ୍ନାପଡ୍ରାଗନ 888 ପ୍ରୋସେସର ସହ ୫ଟି ନାନୋମିଟର ପ୍ରୋସେସର ରହିଛି। ଫୋନର ୩ଟି ବ୍ୟାକ କ୍ୟାମେରା 12 mega pixelର ରହିଥିବା ବେଳେ ଫ୍ରଣ୍ଟ କ୍ୟାମେରା 10 megapixel ଓ invisible ଫ୍ରଣ୍ଟ କ୍ୟାମେରା 4 megapixelର ରହିଛିା ଫୋନରେ ଦୁଇଟି ଷ୍ଟୋରେଜ ଭାରିଏଣ୍ଟ ରହିଛି। ପ୍ରଥମଟି 12 GB Ram ସହ 256 GB ଭାରିଏଣ୍ଟ ରହିଛି ଯାହାର ଦାମ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ବେଳେ ଦ୍ୱିତୀୟଟି 12GB ram ସହ 512GB ଭାରିଏଣ୍ଟ ଯାହାର ଦାମ ୧ ଲକ୍ଷ ୫୮ ହଜାର ଟଙ୍କା ରହିଛି।

ତେବେ ଫୋନଟି ଦୁଇଟି କଲର ଭେରିଆଣ୍ଟ ଯଥା ବ୍ଲାକ ଏବଂ ଗ୍ରୀନ କଲରରେ ବଜାର ପ୍ରବେଶ କରିଛି। ୨ଲକ୍ଷ ଥର ଆପଣ ଏହି ମଡେଲକୁ ଫୋଲ୍ଡ ଆଣ୍ଡ ଫ୍ଲିପ କରିପାରିବେ। ଏହାସହ ୧ବର୍ଷର accidental liquid damage ଓ୍ଵାରେଣ୍ଟି ମଧ୍ୟ ରହିଛି। ଶେଷରେ ଏହି ଲାଟେଷ୍ଟ ମଡେଲଟି ମେଟାଲିକ ଡିଜାଇନର ହୋଇଥିବା ବେଳେ ଏହାର ବଡ଼ି ଆଲୁମିନିୟମ ଫ୍ରେମରେ ପ୍ରସ୍ତୁତ କରାଯାଇଛି ।

ଏବେ Samsung Galaxy Z Flip3 5G ସ୍ମାର୍ଟଫୋନ ବିଷୟରେ କହିବାକୁ ଗଲେ, ଏହା ଆପଣଙ୍କ ପାଇଁ ପକେଟ ଫ୍ରେଣ୍ଡଲି ହେବ। ଏଥିରେ ମଧ୍ୟ 6.7 ଇଞ୍ଚର Display ରହିବା ସହ 120 Hzର ରିଫ୍ରେଶ ରେଟ ରହିଛି। ଏହା ମଧ୍ୟ ଦୁଇଟି ଭାରିଏଣ୍ଟରେ ମାର୍କେଟରେ ଉପଲବ୍ଧ । ପ୍ରଥମଟି 8GB+128GB ମଡେଲ ଯାହାର ଦାମ ୮୫ ହଜାର ଟଙ୍କା ହୋଇଥିବା ବେଳେ ଦ୍ୱିତୀୟଟି 8GB + 256GB ଭାରିଏଣ୍ଟ ଓ ଏହାର ମାର୍କେଟ ପ୍ରାଇସ ୮୯ ହଜାର ଟଙ୍କା ରହିଛି। ଏଥିରେ ଦୁଇଟି ରିୟର କ୍ୟାମେରା ଓ display ରହିଛି। ଏହାର back କ୍ୟାମେରା 12 megapixel ଓ ଫ୍ରଣ୍ଟ କ୍ୟାମେରା 10 megapixel ରହିଛି। ଫୋନଟି ଦୁଇଟି କଲର ଟୋନରେ ବଜାର ପ୍ରବେଶ କରିଥିବା ବେଳେ ଏଥିରେ Gorilla glass victusର ବ୍ୟବହାର କରାଯାଇଛି । ଫୋନରେ Double scratch resistant ପ୍ରୋଟେକ୍ସନ ରହିଛି। ଏହାକୁ ମଧ୍ୟ ଆପଣ ୨ଲକ୍ଷ ଥର ଫୋଲ୍ଡ ଆଣ୍ଡ ଫ୍ଲିପ କରିପାରିବେ। Water Resistant ପାଇଁ ଏହି ମଡେଲ ମଧ୍ୟ ଦେଢ଼ ମିଟର ପାଣିରେ ୩୦ ମିନିଟ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରିବ। ଏହାର ବଡି ଫ୍ରେମ ଆଲୁମିନିୟମ ରହିଛି।

ତେବେ ଏହି ଫୋନରେ ସ୍ପେଶାଲ ଅଫର ସେକ୍ସନ ରହିଛି। HDFC କ୍ରେଡିଟ କାର୍ଡ ଥିବା ୟୁଜର୍ସ ଏଥିପାଇଁ ୭ହଜାର ଟଙ୍କାର କ୍ୟାସବ୍ୟାକ ୯୦ ଦିନ ମଧ୍ୟରେ ପାଇପାରିବେ। ଏଥିରେ ୧ବର୍ଷର accidental liquid damage ଓ୍ଵାରେଣ୍ଟି ରହିଛି। ତେବେ ଏହାର ପ୍ରି ବୁକିଂ କରିବା ପାଇଁ ପ୍ରଥମେ ଆପଣଙ୍କୁ ୨ ହଜାର ଟଙ୍କାଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.