Samsung ଲଞ୍ଚ୍ କଲା ନୂଆ ସ୍ମାର୍ଟ ଟିଭି, ମିଳିବ OLED ସ୍କ୍ରିନ ସହିତ ଜବରଦସ୍ତ ଫିଚର

ଇଲେକ୍ଟ୍ରୋନିକ ପ୍ରଡକ୍ଟସରେ ବର୍ତ୍ତମାନ ପ୍ରାୟ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି ସାମସଙ୍ଗ କମ୍ପାନୀ । ଦୈନ୍ୟନ୍ଦିନ ଜୀବନ ଶୈଳୀରେ ଏବେ ସାମସଙ୍ଗର ଚାହିଦା ବଢ଼ିବାରେ ଲାଗିଛି ।

ସାମସଙ୍ଗ ଚଳିତ ବର୍ଷରେ ନୂଆ OLED ଟିଭିର ଲାଇନ୍ ଅପ୍ ଲଞ୍ଚ କରିଛି । ଏହି ନୂଆ ଲାଇନ୍ ଅପରେ କମ୍ପାନୀ S90C ଏବଂ S95C ଟିଭି ଲଞ୍ଚ କରିଛି ସାମସଙ୍ଗ । ଏନେଇ କମ୍ପାନୀ ସୂଚନା ଦେଇଛି ଯେ ନୂଆ ଟିଭିଗୁଡ଼ିକ ଭାରତରେ ନିର୍ମିତ ହୋଇଛି ବୋଲି ଏନେଇ କମ୍ପାନୀ ସୂଚନା ଦେଇଛି । 2020 ମସିହାରେ କମ୍ପାନୀ ଭାରତରେ ସ୍ଥାନୀୟ ଉତ୍ପାଦନ ଆରମ୍ଭ କରିଛି । ସାମସଙ୍ଗ ଭାରତରେ ପ୍ରଥମ ଥର ପାଇଁ OLED ଟିଭି ଲଞ୍ଚ କରିଛି। ଏବେ ପର୍ଯ୍ୟନ୍ତ ଭାରତରେ ସାମସଙ୍ଗ କମ୍ପାନୀର ପ୍ରିମିୟମ୍ ଉତ୍ପାଦ ପରିସରରେ QLED ଟିଭି ପ୍ରଦାନ କରୁଥିଲେ ।

ଏଲଜି ଏବଂ ସୋନି ଦୀର୍ଘ ଦିନ ଧରି ଭାରତୀୟ ବଜାରରେ ସେମାନଙ୍କର OLED ଟିଭି ବିକ୍ରି କରି ଆସୁଥିଲେ । କିନ୍ତୁ ବର୍ତ୍ତମାନ ସାମସଙ୍ଗ ଏହି ତାଲିକାରେ ଯୋଗ ଦେଇଛି, OLED ଟିଭିର ଦୁଇଟି ରେଞ୍ଜ ଦେଇଛି – S90C ଏବଂ S95C ଲଞ୍ଚ କରାଯାଇଛି, ଯେଉଁଥିରେ ଉପଭୋକ୍ତାମାନେ 55-ଇଞ୍ଚ, 65-ଇଞ୍ଚ ଏବଂ 77-ଇଞ୍ଚର ସ୍କ୍ରିନ ଆକାର ପାଇପାରିବେ । ସାମସଙ୍ଗ ଏପର୍ଯ୍ୟନ୍ତ ସମସ୍ତ ଟିଭିର ମୂଲ୍ୟ ପ୍ରକାଶ କରିନାହିଁ। କିନ୍ତୁ ନୂତନ OLED ଟିଭିର ମୂଲ୍ୟ 1,69,990 ରୁ ଆରମ୍ଭ ହେଉଛି । ଉଭୟ ଟିଭି ରେଞ୍ଜ ଅନଲାଇନ୍ ବଜାରରେ କେବଳ ସାମସଙ୍ଗର ଅନଲାଇନ୍ ଷ୍ଟୋର୍ରେ ଉପଲବ୍ଧ ହେବ ଏବଂ ଅଫଲାଇନ୍ ବଜାରରେ ସମସ୍ତ ପ୍ରମୁଖ ଷ୍ଟୋରରେ ଏହି ଟିଭିଗୁଡ଼ିକ ଉପଲବ୍ଧ ହେବ ।

ନୂଆ ଟିଭି ଆଇକମ୍ଫୋର୍ଟ୍ ମୋଡର ସହିତ ଆସିଛି , ଯାହା ଆଖି ଉପରେ କୁପ୍ରଭାବ ପକାଏ ନାହିଁ । ଏହା ବ୍ୟତୀତ, ଡଲବି ଆଟମୋସ୍ ଏବଂ OTS ପାଇଁ ସମର୍ଥନ ଟିଭିରେ ମଧ୍ୟ ଉପଲବ୍ଧ ରହିଛି । ଏଥିରେ ଟପ୍ ଚ୍ୟାନେଲ୍ ଅଡିଓ ଉପଲବ୍ଧ ଅଛି ଏବଂ ଏଥିରେ 6 ଟି ସ୍ପିକର ଦିଆଯାଇଛି | ଏହା ସହିତ, ଟିଭିରେ Q ସିମ୍ଫୋନୀ ମୋଡ୍ ଉପଲବ୍ଧ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.