CES 2023 ଇଭେଣ୍ଟରେ ସାମସଙ୍ଗ ଡିସପ୍ଲେ, ସାମସଙ୍ଗ ଆଣିଲା Flex Hybrid OLED

କେନ୍ୟୁଜ୍‌(ବ୍ୟୁରୋ): ଭବିଷ୍ୟତର OLED ଟେକ୍ନୋଲୋଜିରେ ସାମସଙ୍ଗ । CES 2023 ଇଭେଣ୍ଟରେ ସାମସଙ୍ଗ ଡିସପ୍ଲେ ତାର ଏହି ଉତ୍ପାଦକୁ ପ୍ରଦର୍ଶିତ କରିବ । ପପୁଲାର ଇଲେକଟ୍ରୋନିକ୍ସ ଗେଜେଟ ନିର୍ମାତା ସାମସଙ୍ଗ ବଜାରକୁ Flex Hybrid OLED ଡିସପ୍ଲେ ଆଣିବାକୁ ଯାଉଛି । କଣ ଏହି Flex Hybrid OLED ? ଏହା କିପରି ଡିସପ୍ଲେ ଟେକ୍ନୋଲୋଜିକୁ ଆଉଏକ ପାହାଚ ଆଗକୁ ନେବ ? ଜାଣିବା ପାଇଁ ଆମର ଏହି ଲେଖାକୁ ପଢନ୍ତୁ ।

ଆଜିକା ଦିନରେ କାହା ପାଖରେ ସମୟ ନାହିଁ । ଆମକୁ ସବୁକାମ ଶୀଘ୍ର ଦରକାର । ଆମେ ସବୁବେଳେ ମଲଟି ଟାକ୍ସିଙ୍ଗ ହେବାକୁ ପସନ୍ଦ କରୁଛୁ । ଖାଇବାଠୁ ଆରମ୍ଭ କରି ରାସ୍ତାରେ ଯିବା ସମୟରେ ବି ଆମେ ଆଉଏକ କାମ କରିବାକୁ ପସନ୍ଦ କରୁଛୁ । ସାମସଙ୍ଗ ଡିସପ୍ଲେ ଏପରି ଏକ ପ୍ରଡକ୍ଟ ଆଣିଛି ଯାହାକୁ ଫୋଲ୍ଡ କରିକି ଛୋଟ କରିହେବ । ଆବଶ୍ୟକ ହେଲେ ବଡ଼ ଆକାର ଧାରଣ କରିପାରିବ । ଗୋଟିଏ ଜାଗାରୁ ଆଉଏକ ଜାଗାକୁ ଆରାମରେ ନେଇହେବ । ଯାହା ଡିସପ୍ଲେ ଟେକ୍ନୋଲୋଜିରେ ଏକ ନୂଆ ଧାରା ସୃଷ୍ଟି କରିବ ।

ଇଲେକଟ୍ରୋନିକ୍ସ ଗେଜେଟ ନିର୍ମାତା ସାମସଙ୍ଗ ବଜାରକୁ Flex Hybrid OLED ଡିସପ୍ଲେ ଆଣିଛି । ଯାହାକୁ ଫୋଲ୍ଡ ଓ ସ୍ଲାଇଡ କରାଯାଇ ପାରିବ । ଏହା ଛୋଟରୁ ବଡ଼ ଆକାରରେ ପରିବର୍ତ୍ତନ କରାଯାଇ ପାରିବ । ଆବଶ୍ୟକତା ଅନୁଯାୟୀ ଆକାର ନେଇପାରିବ । ଏହାସହ ସ୍ମାର୍ଟଫୋନ, ଟାବଲେଟ ଓ ଲାପଟପରେ ଏହାକୁ ଖଞ୍ଜାଯାଇ ପାରିବ । ଏହି ଡିସପ୍ଲେ ପ୍ୟାନେଲକୁ ଅନଫୋଲ୍ଡ ଓ ସ୍ଲାଇଡ କରି ଏହାର ଆକାରରେ ୪ : ୩ ରେସିଓରେ ୧୦.୫ ଇଞ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ଏହାସହ ୧୬ : ୧୦ ରେସିଓରେ ୧୨.୪ ଇଞ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯ।ଇ ପାରିବ । ସାମସଙ୍ଗ ତାର ଏହି ନୂଆ ପ୍ରଡକ୍ଟକୁ ଆସନ୍ତାକାଲିଠୁ ଲସ ଭେଗସରେ ହେବାକୁ ଥିବା CES 2023 ଇଭେଣ୍ଟରେ ପ୍ରଦର୍ଶିତ କରିବ ।

ଫ୍ଲେକ୍ସ ସ୍ଲାଇଡେବଲ ସୋଲୋ ଓ ଡୁଏଟ୍‌ ପ୍ରଡକ୍ଟକୁ ଗୋଟିଏ ପାର୍ଶ୍ୱରୁ ବା ଉଭୟ ପାର୍ଶ୍ୱରୁ ସ୍ଲାଇଡ କରି ୧୪ ଇଞ୍ଚ OLEDକୁ ୧୭.୩ ଇଞ୍ଚ ସ୍କ୍ରିନରେ ପରିବର୍ତ୍ତନ କରାଯାଇ ପାରିବ । ପ୍ରତ୍ୟେକଟି ପ୍ୟାନେଲ ଟଚ ସେନ୍‌ସିଟିଭ ରହିଥିବାରୁ ସ୍ମାର୍ଟଫୋନ ନିର୍ମାଣରେ ବ୍ୟବହାର ହୋଇପାରିବ । ମୋବାଇଲ ନିର୍ମାତା ଏହି ପ୍ରଡକ୍ଟକୁ ବ୍ୟବହାର କରି ନୂଆ ମଡେଲର ସ୍ମାର୍ଟଫୋନ ଆଣିବେ । ଏହି ପ୍ରଡକ୍ଟଟି ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ।

CES 2023 ଇଭେଣ୍ଟରେ ସାମସଙ୍ଗ ତାର QD-OLED ପ୍ୟାନେଲକୁ ମଧ୍ୟ ପ୍ରଦର୍ଶିତ କରିବାକୁ ଯାଉଛି ଯାହା ଟିଭି ଓ ମନିଟର ଭାବରେ ବ୍ୟବହାର ହେବ । ଏହା ୭୭, ୬୫, ୫୫ ଓ ୩୪ ଇଞ୍ଚ ଭାରିଆଣ୍ଟରେ ଆସିବାକୁ ଯାଉଛି । ଏହାସହ ୪୯ ଇଞ୍ଚ ଅଲଟ୍ରା ଓ୍ଵାଇଡ ଭାରିଆଣ୍ଟରେ ବଜାରକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.