Samsungର ସବୁଠାରୁ ବଡ଼ ସେଲ୍‌…ଟିଭି ସହିତ ମାଗଣାରେ ନେଇ ଯାଆନ୍ତୁ ମହଙ୍ଗା ସ୍ମାର୍ଟଫୋନ; ୨୦% କ୍ୟାଶ୍‌ବ୍ୟାକ ମଧ୍ୟ!

ଯଦି ଆପଣ ପ୍ରିମିୟମ୍‌ ସ୍ମାର୍ଟ ଟିଭି କିଣିବାକୁ ଚିନ୍ତା କରୁଛନ୍ତି, ତ Samsung Big TV Days ସେଲ୍‌ ଆପଣଙ୍କ ପାଇଁ ରହିଛି। ୩୦ ଜୁନ୍‌ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ଆପଣ କମ୍ପାନୀର ବଡ଼ ଡିସ୍‌ପ୍ଲେ ସାଇଜ୍‌ର ଟିଭି ଯଥା Neo QLED 8K, Neo QLED, QLED, The Frame ଏବଂ Crystal 4K UHD TVକୁ ବମ୍ପର ଡିସ୍‌କାଉଣ୍ଟ ସହିତ କିଣି ପାରିବେ। ସେଲ୍‌ରେ ଟିଭି ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ ଏବଂ ସହଜ EMI ଅପ୍‌ସନ ମଧ୍ୟ ଦିଆଯାଉଛି। Samsung Big TV Days ସେଲ୍‌ରେ ଆପଣ ୫୦ ଇଞ୍ଚ୍‌ର ସାମ୍‌ସଙ୍ଗ ଟିଭିକୁ ମାତ୍ର ୧,୯୯୦ ଟଙ୍କାର EMIରେ ନିଜର କରିପାରିବେ।

ସାମ୍‌ସଙ୍ଗ ଏହି ସେଲରେ ୟୁଜରମାନଙ୍କୁ ଟିଭି ସହିତ ମାଗଣାରେ ମହଙ୍ଗା ସ୍ମାର୍ଟଫୋନ ଦେଉଛି। ଯଦି ଆପଣ ସେଲ୍‌ରେ ୭୫ ଇଞ୍ଚ କିମ୍ବା ଏହାଠୁ ବଡ଼ ସାଇଜ୍‌ର ଟିଭି Neo QLED 8K କିଣୁଛନ୍ତି, ତ ଆପଣଙ୍କୁ ୧,୩୧,୯୯୯ ଟଙ୍କା ମୂଲ୍ୟର ଗାଲାକ୍ସି S22 ଅଲ୍‌ଟ୍ରା ସ୍ମାର୍ଟଫୋନ ମାଗଣାରେ ମିଳିଯିବ। ଏହିଭଳି Neo QLED, QLED TV ଏବଂ ୭୫ ଇଞ୍ଚ ଫ୍ରେମ୍‌ ବାଲା ଟିଭି କିମ୍ବା ଏହାଠୁ ଉପର ସାଇଜ୍‌ର କ୍ରିଷ୍ଟାଲ 4K UHD TVର କିଛି ବଛା ବଛା ମଡେଲ ସହିତ ମଧ୍ୟ ସ୍ମାର୍ଟଫୋନ ମାଗଣାରେ ମିଳିବ। ଏଥିରେ ଆପଣଙ୍କୁ ୧୯,୯୯୯ ଟଙ୍କା ମୂଲ୍ୟରେ ଆସୁଥିବା ଗାଲାକ୍ସି A22 5G ସ୍ମାର୍ଟଫୋନ ମିଳି ପାରିବ।

ସେପଟେ ଯଦି ଆପଣ ୫୦ ଇଞ୍ଚର Neo QLED TV, ୫୦ ଏବଂ ୫୫ ଇଞ୍ଚର QLED ଟିଭି କିଣୁଛନ୍ତି, ତ ଆପଣଙ୍କୁ ମାଗଣାରେ ସ୍ଲିମ୍‌ଫିଟ କ୍ୟାମେରା ମିଳିଯିବ। ଏହି କ୍ୟାମେରାର ଦାମ୍‌ ରହିଛି ୮,୯୦୦ ଟଙ୍କା। Samsung Big TV Days ସେଲ୍‌ର ଖାସ୍‌ କଥା ହେଉଛି, ଏଥିରେ କମ୍ପାନୀ ନିଜର QLED ଟିଭି ଉପରେ ୧୦ ବର୍ଷର no screen burn-in warranty ଅଫର୍‌ କରୁଛି। ଏହା ବ୍ୟତୀତ ୟୁଜର ମାନଙ୍କୁ କିଛି ବଛା ବଛା ମଡେଲ ଉପରେ ୩ ବର୍ଷର ଓ୍ଵାରେଣ୍ଟି ମଧ୍ୟ ମିଳିବ। ସାମ୍‌ସଙ୍ଗର ଏହି ଲିମିଟେଡ୍‌ ପିରିୟଡ ଅଫର୍‌ ଦେଶରେ ଥିବା କମ୍ପାନୀର ସମସ୍ତ ଲିଡିଙ୍ଗ୍‌ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ରିଟେଲ୍‌ ଷ୍ଟୋରରେ ଉପଲବ୍ଧ ରହିଛି। ତେଣୁ ଆପଣ ଆଉ ଡେରି କରନ୍ତୁନି, ଫଟାଫଟ୍‌ ଏହି ଅଫରର ଲାଭ ଉଠାନ୍ତୁ ଏବଂ ଘରକୁ ନେଇ ଆସନ୍ତୁ ଟିଭି ସହିତ ମାଗଣା ମୋବାଇଲ୍‌ ଫୋନ୍‌।

Leave A Reply

Your email address will not be published.