ସାମସଙ୍ଗ୍ ଖୁବ୍ ଶୀଘ୍ର ଆଣିବାକୁ ଯାଉଛି ସ୍ମାର୍ଟ ଚଷମା, ଜାନୁଆରୀରେ ହୋଇପାରେ ବଡ଼ ଘୋଷଣା

ଦୀର୍ଘ ଦିନ ଧରି ଶୁଣିବାକୁ ମିଳୁଛି ସାମସଙ୍ଗ ଏକ XR Glass ରେ କାମ କରୁଛି । ତେବେ କମ୍ପାନୀ ଅଫିସିଆଲ ଭାବେ ଏ ବିଷୟରେ କୌଣସି ସୂଚନା ଦେଇନାହିଁ । ଏହି ସପ୍ତାହରେ ଏକ ନୂତନ ରିପୋର୍ଟ ଆସିଥିଲା ​​ଯେଉଁଥିରେ ଦାବି କରାଯାଇଥିଲା ଯେ କମ୍ପାନୀ ଆସନ୍ତା ବର୍ଷ ଜାନୁଆରୀରେ ହେବାକୁ ଥିବା ଏକ ଇଭେଣ୍ଟରେ ଏହାର ସ୍ମାର୍ଟ ଚଷମା ଉପସ୍ଥାପନ କରିବାକୁ ଯାଉଛି । ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, କମ୍ପାନୀ Samsung Galaxy S25 ସିରିଜ୍ ସହିତ ଏହି ସ୍ମାର୍ଟ ଗ୍ଲାସର ପ୍ରୋଟୋଟାଇପ୍ ମଧ୍ୟ ଉପସ୍ଥାପନ କରିବ ।

ତେବେ ଅନୁମାନ କରାଯାଉଛି ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ Meta Glasses ର ବଢୁଥିବା ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସାମସଙ୍ଗ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ । ଅନ୍ୟପଟେ ଏହାର ଡିଜାଇନ୍ ହେତୁ ଅନେକ ଲୋକ ଆପଲ୍ ଭିଜନ୍ ପ୍ରୋ ପସନ୍ଦ କରୁନଥିଲେ । ତେଣୁ ଏବେ ଏହି ମେଟା ଗ୍ଲାସ୍ ଅଧିକ ଲୋକପ୍ରିୟ ହେଉଛି । କମ୍ପାନୀ ଏହାକୁ କେବଳ କିଛି ସିଲେକଟେଡ୍ ବଜାରରେ ଲଞ୍ଚ କରିଛି, କିନ୍ତୁ ଲୋକମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି । ତେଣୁ ସାମସଙ୍ଗ ଏହି କାଟାଗୋରିରେ ପଛରେ ରହିବାକୁ ଚାହୁଁନାହିଁ ।

ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, କମ୍ପାନୀର ଏହି ପ୍ରଡ଼କ୍ଟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନାହିଁ । ଜାନୁୟାରୀ ୨୦୨୫ ରେ ଆୟୋଜିତ ହେବାକୁ ଥିବା ଇଭେଣ୍ଟରେ ଏହାର ଫିଜିକାଲ୍ ପ୍ରୋଟୋଟାଇପ୍ ମଧ୍ୟ ରହିବ ନାହିଁ । କମ୍ପାନୀ ଏକ ଭିଡିଓ ମାଧ୍ୟମରେ ଏହି ପ୍ରଡ଼କ୍ଟ ବିଷୟରେ ଘୋଷଣା କରିପାରେ । ସୂଚନା ଅନୁଯାୟୀ, ବ୍ରାଣ୍ଡ ଏହାର ଫଟୋ ଦେଖାଇ ପ୍ରଡ଼କ୍ଟକୁ ଟିଜ୍ କରିବାକୁ ଯାଉଛି । କମ୍ପାନୀ ଚଳିତ ବର୍ଷ ଗାଲାକ୍ସି ରିଙ୍ଗ ଭଳି ଏହାକୁ ଉପସ୍ଥାପନ କରିବ ।

ଜାନୁଆରୀରେ ଆୟୋଜିତ ହୋଇଥିବା ଅନପ୍ୟାକଡ୍ ଇଭେଣ୍ଟରେ କମ୍ପାନୀ ଏହାକୁ ଟିଜ୍ କରିଥିଲା, ଯାହା ପରେ ଫୋଲ୍ଡ ଏବଂ ଫ୍ଲିପ୍ ସ୍ମାର୍ଟଫୋନ୍ ସହିତ ଏହାକୁ ଲଞ୍ଚ କରାଯାଇଥିଲା । ଯଦି ଇଣ୍ଡଷ୍ଟ୍ରି ଲିକ୍ ବିଶ୍ୱାସ କରାଯାଏ, ଆସନ୍ତା ବର୍ଷ ଥାର୍ଡ଼ କ୍ଵାଟର୍ ମଧ୍ୟରେ ଏହି ସାମସଙ୍ଗ ସ୍ମାର୍ଟ ଗ୍ଲାସ୍ ଲଞ୍ଚ ହୋଇପାରେ । ଏହାର ଅର୍ଥ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜୁଲାଇରେ ଏହାକୁ ଲଞ୍ଚ କରିପାରେ । ଏହି ଗ୍ଲାସର ଓଜନ ୫୦ ଗ୍ରାମ ହେବ ଏବଂ ଏହା ଏକ ସାଧାରଣ ଗ୍ଲାସ ପରି ହି ଦେଖାଯିବ ।

ଏହାର ବିଶେଷତା ହେଉଛି ଆପଣ ଏହି ସ୍ମାର୍ଟଗ୍ଲାସ୍ ଗୁଡିକ ମାଧ୍ୟମରେ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ, ଏହି ଗ୍ଲାସରେ AI ଫିଚର୍ସ ମଧ୍ୟ ଉପଲବ୍ଧ ହେବ । ଏଥିରେ ଆପଣଙ୍କୁ ଫେସିଆଲ୍ ରିକଗ୍ନେସନ୍ ଏବଂ ଗେଶ୍ଚର କଣ୍ଟ୍ରୋଲ ଭଳି ଫିଚର୍ସ ମଧ୍ୟ ଦିଆଯାଇପାରେ ।