ଟେକ୍

ଖୁବଶୀଘ୍ର Samsung ଲଞ୍ଚ କରିବାକୁ ଯାଉଛି ନୂଆ ସ୍ମାର୍ଟଫୋନ Galaxy A13, ଖୁବକମ ଦାମରେ ଗ୍ରାହକଙ୍କୁ ମିଳିବ ସ୍ପେଶାଲ ଫିଚର୍ସ

ଖୁବଶୀଘ୍ର ସମସାଙ୍ଗ କମ୍ପାନୀ ଖୁବ ଶୀଘ୍ର ଏକ ନୂଆ ସେଟ ଲଞ୍ଚ କରିବାକୁ ଯାଉଛି । ଏହି ନୂଆ ସେଟର ନାଁ Samsung Galaxy A 13 ରଖାଯାଇଛି । ଆଉ ସବୁଠୁ ଖାସ କଥା ହେଉଛି ଅନେକ ଫିଚର ଥିବା ଏମିତି ଏକ ସ୍ପେଶାଲ ଫୋନ ଖୁବ କମ ଦାମରେ ଲଞ୍ଚ ହେବାକୁ ଯାଉଛି । ଗତ ବର୍ଷ ନଭେମ୍ବର ମାସରେ କମ୍ପାନୀ ପକ୍ଷରୁ Galaxy A 12 ବାବଦରେ ଘୋଷଣା କରାଯାଇଥିବା ବେଳେ ଚଳିତ ଥର Galaxy A 13 ଲଞ୍ଚ କରାଯିବା ନେଇ ଘୋଷଣା କରାଯାଇଛି । ଗତ ସେପ୍ଟେମ୍ବର ମାସରେ A13 ସେଟରେ ୫୦ ମେଗାପିକସଲର ରିୟର କ୍ୟାମେରାର ସୁବିଧା ରହିଛି । ତେବେ ଆସନ୍ତୁ ଏହାର କିଛି ସ୍ପେଶାଲ ଫିଚର ଓ ଦର ବାବଦରେ ଜାଣିରଖିବା । ଆଉ ସବୁଠୁ ବିଶେଷ କଥା ହେଉଛି ଏହା ହେଉଛି ଏକ 5G ସପୋର୍ଟ କରୁଥିବା ଫୋନ ।

Samsung Galaxy A 13ରେ ୫୦ ମେଗାପିକସଲ ଅଟୋଫୋକସ କ୍ଷମତା ବିଶିଷ୍ଟ ମେନ କ୍ୟାମେରା, ୫ ମେଗାପିକସଲର ଅଲଟ୍ରାୱାଇଡ ଲେନ୍ସ, ୨ ମେଗା ପିକସଲର ମାକ୍ରୋ ସେନ୍ସର ସମେତ ୨ ମେଗାପିକସଲର ଡେ଼ପଥ ଆଶିଷ୍ଟ କ୍ୟାମେରା ସୁବିଧା ରହିଛି । ଆଉ ଥରେ କହିରଖୁଛୁକି Galaxy A12 ରେ ୪୮ ମେଗାପିକସଲର ପ୍ରାଇମେରୀ କ୍ୟାମେରା ସମେତ ଅଗଜୀଲାରି ଲେନ୍ସ ସୁବିଧା ରହିଛି । Samsung Galaxy A 13 5G ରେ ୮ ମେଗାପିକସଲ ଫ୍ରଣ୍ଟ କ୍ୟାମେରା ସୁବିଧା ରହିଛି । ଏଏସବୁ ବ୍ୟତୀତ Samsung Galaxy A 13 5Gରେ 6.48 ଇଞ୍ଚର ଏଲସିଡ଼ି FHD+ ଡିଷ୍ପ୍ଲେ ସହ ୱାଟର ଡ୍ରପ ନୋଚ ଫ୍ୟାସିଲିଟି ରହିଛି ।

୭୦୦ ଚିପସେଟ ଓ 5000mAh ବ୍ୟାଟେରୀ ରହିଛି । ଯାହାକି 25W ଚାରଜିଙ୍ଗ ପାଇଁ ସପୋର୍ଟ ଦେବ । ଏହି ମୋବାଇଲ 4GB, 6 GB ଓ 8 GB ରାମ ସହ 64GB ଓ 128 GB ଷ୍ଟୋରେଜ ଫ୍ୟାସିଲିଟି ରହିବ । ଏହା ସହ ସୁରକ୍ଷା ପାଇଁ ଏଥିରେ 64GB ଓ 128 GB ଷ୍ଟୋରେଜ ସୁବିଧା ରହିଛି । ଫୋନର ମୂଲ୍ୟ ୧୮ ହଜାର ୫୧୪ ଟଙ୍କା ରଖାଯାଇଥିବା ବେଳେ ଆସନ୍ତା ମାସରେ ଏହାକୁ ଲୋକ ଲୋଚନକୁ ଅଣାଯିବାକୁ ସ୍ଥିର ହୋଇଛି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

32 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

34 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

40 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

49 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

49 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago