Samsung ଲଞ୍ଚ୍‌ କରିବାକୁ ଯାଉଛି Monster 5G ସ୍ମାର୍ଟଫୋନ, କମ୍‌ ଦାମ୍‌ରେ ମିଳିବ ଦମଦାର ବ୍ୟାଟେରୀ ଓ ଧାଂସୁ କ୍ୟାମେରା

Samsung ସେପ୍ଟେମ୍ବରରେ Galaxy M52 5G ଏବଂ Galaxy F42 5Gକୁ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ କମ୍ପାନୀ Galaxy M32 5G ସ୍ମାର୍ଟଫୋନ ଲଞ୍ଚ୍‌ କରିବ। କମ୍ପାନୀ ଏହି ହ୍ୟାଣ୍ଡସେଟ୍‌ର ସମସ୍ତ ପ୍ରମୁଖ ଫିଚର୍ସର ଖୁଲାସା Amazon Indiaରେ ପୂର୍ବରୁ ହିଁ କରି ସାରିଛି। ସାମସଙ୍ଗର ଲେଟେଷ୍ଟ ମିଡ୍‌-ରେଞ୍ଜର Galaxy M32 5G ଭାରତରେ ୨୫ ଅଗଷ୍ଟ ମଧ୍ୟାହ୍ନ ୧୨ଟାରେ ଲଞ୍ଚ୍‌ ହେବ।

ଏହି ଡିଭାଇସ୍‌ ଦୁଇଟି ସ୍ପେଶାଲ ଭେରିଏଣ୍ଟରେ ଆସିବ ଏବଂ ଏହାର ଦାମ୍‌ ୨୦,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କା ମଧ୍ୟରେ ରହିବ। ଏହାର ବିକ୍ରି ସେପ୍ଟେମ୍ବର ୨ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। M32 5G ଡିଭାଇସ୍‌କୁ ପ୍ରୋସେସର ସପୋର୍ଟ ରୂପେ ଫୋନ୍‌ରେ ମିଡିଆଟେକ୍‌ ଡେନ୍‌ସିଟି ୭୨୦ ଚିପ୍‌ସେଟ ସଞ୍ଚାଳିତ ହେବ। ଏହା ସାମସଙ୍ଗର ସବୁଠାରୁ ପାଓ୍ଵାରଫୁଲ ମିଡ୍‌-ରେଞ୍ଜ 5G ସ୍ମାର୍ଟଫୋନ ହେବ।

ଏଥିରେ ୬.୫ ଇଞ୍ଚର ଏଚ୍‌ଡି ପ୍ଲସ ଡିସ୍‌ପ୍ଲେ ଦିଆଯାଇପାରେ। ଫୋନକୁ ହାଇ ରିଫ୍ରେଶଡ ରେଟ୍‌ ସପୋର୍ଟ ଦିଆଯାଇଛି। ଫୋନକୁ ଦୁଇ ବର୍ଷର ମାଗଣା ଓଏସ୍‌ ଅପଗ୍ରେଡ୍‌ ବି ମିଳିବ। ଏଥିରେ ୫,୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିବ। M32 5G 48 ଏମ୍‌ପି କ୍ୱାଡ କ୍ୟାମେରା ସେଟଅପ ଏବଂ 13 ଏମ୍‌ପି ସେଲ୍ଫି କ୍ୟାମେରା ସ୍ପୋର୍ଟରେ ଆସିବା ନେଇ ଆଶା ରହିଛି। Galaxy M32 5G ସାମସଙ୍ଗର ଡିଫେନ୍ସ-ଗ୍ରେଡ୍‌ ନକ୍ସ ସିକ୍ୟୁରିଟି ସହିତ ମଧ୍ୟ ଆସିବ। ଏହାର ବିକ୍ରି Samsung.com, Amazon.in ସହ ପ୍ରମୁଖ ରିଟେଲ ଷ୍ଟୋରରେ ଉପଲବ୍ଧ ହେବ।

Leave A Reply

Your email address will not be published.