ଗ୍ରାଣ୍ଡ ରିପବ୍ଲିକ ସେଲ ଅଫରକୁ ଲଞ୍ଚ କଲା ସାମସଙ୍ଗ, ଅଧାରୁ କମ ଦାମରେ କିଣନ୍ତୁ ଜିନିଷ

କେନ୍ୟୁଜ୍‌(ବ୍ୟୁରୋ): ସାମସଙ୍ଗ ପକ୍ଷରୁ ଗ୍ରାଣ୍ଡ ରିପବ୍ଲିକ ସେଲ । ସାଧାରଣତନ୍ତ୍ର ଦିବସ ଅବସରରେ ଏହି ଅଫରକୁ ଲଞ୍ଚ କରିଛି ସାମସଙ୍ଗ । ଅଧାରୁ କମ ଦାମରେ ବିଭିନ୍ନ ଜିନିଷ କିଣି ପାରିବେ ଗ୍ରାହକ । ସାମସଙ୍ଗ ଡଟ କମ, ସାମସଙ୍ଗ ସପ ଆପ ଓ ସାମସଙ୍ଗ ଏକ୍ସକ୍ଲୁସିଭ ଷ୍ଟୋରରେ ଏହି ଅଫରର ଫାଇଦା ଉଠାଇ ପାରିବେ ଗ୍ରାହକ । ଯାହା ଏବେ ଅଫିସିଆଲ ଭାବେ ଲାଇଭ ରହିଛି ।

ସାମସଙ୍ଗ ଗ୍ରାଣ୍ଡ ରିପବ୍ଲିକ ସେଲ ଅଫରରେ ଆପଣଙ୍କୁ କ୍ୟାସବେକ୍‌ଠୁ ଆରମ୍ଭକରି ଅନେକ କିଛି ଫାଇଦା ମିଳିବ । ସାମସଙ୍ଗର ବିଭିନ୍ନ ପ୍ରଡକ୍ଟ ଉପରେ ଏହି ଅଫର ଲାଗୁ ହୋଇଛି । ଟାବଲେଟ, ସାମସଙ୍ଗ ଟିଭି, ସାମସଙ୍ଗ ଗାଲେକ୍ସି ସ୍ମାର୍ଟଫୋନ, ଲାପଟପ ଓ ଡିଜିଟାଲ ଆପ୍ଲିଆନସେସରେ ଏହି ଅଫର ଜାରି ହୋଇଛି । ସାମସଙ୍ଗ ଡଟ କମ, ସାମସଙ୍ଗ ସପ ଆପ ଓ ସାମସଙ୍ଗ ଏକ୍ସକ୍ଲୁସିଭ ଷ୍ଟୋରରେ ଏହି ଅଫର ଉପଲବ୍ଧ ରହିଛି । ୨୧ ଜାନୁଆରୀ ୨୦୨୩ ଭିତରେ ଏହି ଅଫରର ଲାଭ ଉଠାଇ ପାରିବେ ଗ୍ରାହକ । ଆପଣ ଯଦି ନୂଆ ସାମସଙ୍ଗ ସପ ଆପ ୟୁଜର ହୋଇଥିବେ େଓ୍ଵଲକମ ବେନିଫିଟ ଭାବେ ଆପଣଙ୍କୁ ୬ ହଜାର ୫୦୦ ଟଙ୍କାର ଅଫ ମିଳିବ ।

ଏବେ ଆସନ୍ତୁ ଜାଣିବା ସାମସଙ୍ଗ ଗ୍ରାଣ୍ଡ ରିପବ୍ଲିକ ସେଲରେ ଗ୍ରାହକଙ୍କୁ କିକି ଫାଇଦା ମିଳିବାକୁ ଯାଉଛି । ଗାଲେକ୍ସି ସ୍ମାର୍ଟଫୋନ, ଟାବଲେଟ ଓ ଲାପଟପ ପରି କେତେକ ନିର୍ଦ୍ଦିଷ୍ଟ ପ୍ରଡକ୍ଟରେ ୧୦ ହଜାର ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ । ଆପଣଙ୍କର ଯଦି ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ ଓ ଡେବିଟ କାର୍ଡ ଅଛି ଆପଣଙ୍କୁ ୨୦ ପ୍ରତିଶତ କ୍ୟାସବେକ୍‌ ମିଳିବ । ଏହି ଅଫର କେବଳ ଆପଣଙ୍କୁ ସାମସଙ୍ଗ ଟିଭି ଉପରେ ମିଳିବ ।

Samsung Galaxy Z Fold4, Galaxy S20 FE, Galaxy S21 FE, Galaxy M13, Galaxy M33, Galaxy A73, Galaxy F23, Galaxy A13, Galaxy A23 ଓ Galaxy A03 Core ସ୍ମାର୍ଟଫୋନ ଉପରେ ଆପଣଙ୍କୁ ୬୧ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ସାମସଙ୍ଗ ଗାଲେକ୍ସି ଲାପଟପ ଉପରେ ଆପଣଙ୍କୁ ୩୮ ପ୍ରତିଶତ ପର୍ଯ୍ୟନ୍ତ ରିହାତିର ଫାଇଦା ମିଳିପାରିବ । Samsung Galaxy Tab A8, Galaxy Watch5/5 Pro, Galaxy Buds2 Pro, Galaxy Tab S6 Lite ଓ Galaxy Buds Live ଉପରେ ୬୩ ପ୍ରତିଶତ ରିହାତି ମିଳିବ ।

ଯଦି ଆପଣ Samsung Galaxy Tab S8 Ultra କିଣୁଛନ୍ତି ବୁକ କଭର କିବୋର୍ଡ ଉପରେ ୫୦ ପ୍ରତିଶତର ରିହାତି ପାଇ ପାରିବେ । ଯଦି ଆପଣ Samsung Galaxy Tab A8 କିଣୁଛନ୍ତି ଆପଣଙ୍କୁ ୯୯୯ ଟଙ୍କାର ଏକ ବୁକ କଭର ମିଳିବ ।

ଏହି ସେଲରେ ସାମସଙ୍ଗ ଟିଭି ଉପରେ ୫୬ ପ୍ରତିଶତ ରିହାତି ମିଳୁଥିବା ବେଳେ ସାଉଣ୍ଡ ବାର ଉପରେ ୪୦ ପ୍ରତିଶତର ରିହାତି ମିଳିବ । ଏହାସହ ଯଦି ଆପଣ କିଛି କିଣୁଛନ୍ତି ଆପଣଙ୍କୁ ୫ ପ୍ରତିଶତର ରିହାତି ମିଳିବ ।

Leave A Reply

Your email address will not be published.