Samsung ଲଞ୍ଚ କଲା 5G ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ସ୍ପେଶାଲ ଫିଚର୍ସ ଓ ମୂଲ୍ୟ

ସାମସଙ୍ଗ ନିଜର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି ।  ଯାହାର ନାଁ କମ୍ପାନୀ ପକ୍ଷରୁ Samsung Galaxy Wide 5 ରଖାଯାଇଛି । ଦକ୍ଷିଣ କୋରିଆରେ ଲଞ୍ଚ ହୋଇଥିବା ଏହି ଫୋନରେ ବ୍ୟାକ ପ୍ୟାନେଲ ବ୍ୟବସ୍ଥା ଥିବା ସହ ଟ୍ରିପଲ କ୍ୟାମେରା ସେଟଅପ ସୁବିଧା ବି ରହିଛି । ଏହା ସହ ଏଥିରେ 5000 mAhର ବ୍ୟାଟେରୀ ବି ରହିଛି । ଆଉ ମଧ୍ୟ ଏଥିରେ 5G କନେକଟିବିଟି ସହ ମିଡିୟାଟେକ ଚିପସେଟ ସମେତ ୧ ଟିବି ପର୍ଯ୍ୟନ୍ତର ଏସ୍ଡି କାର୍ଡ ସପୋର୍ଟ ମିଳିବ । Samsung Galaxy Wide 5ରେ ୬.୬ ଇଞ୍ଚର ଫୁଲ ଏଚ୍ଡି ପ୍ଲସ ଡିଷ୍ପ୍ଲେ ଦିଆଯାଇଛି । ଏହା ସହ ଏହି ଫୋନରେ ମିଡିୟାଟେକ ଡ଼ାଈମେଣ୍ଟୀସିଟି ୭୦୦
ଚିପସେଟ ବି ଦିଆଯାଇଛି । ସମସଙ୍ଗର ଏହି ଫୋନରେ ୬ ଜିବି ରାମ ସମେତ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ବି ଦିଆଯାଇଛି । ଏହି ଫୋନ ଆଣ୍ଡ୍ରଏଡ଼ 11 ବେସ୍ଡ ବନ ୟୁଆଇ ଉପରେ ହିଁ କାମ କରିଥାଏ ।

ଡୁଏଲ ସିମ ସପୋର୍ଟ ସହ ଲଞ୍ଚ ହେବାକୁ ଥିବା Samsungର ଏହି ଫୋନରେ ୟୁଜର୍ସ ମାନଙ୍କୁ ୧ ଟେରାବାଇଟ (ଟିବି) ମାଇକ୍ରୋଏସ୍ଡି କାର୍ଡ ଲଗାଇ ପାରିବେ । ସୁରକ୍ଷା ଦୃଷ୍ଟିରୁ ଏଥିରେ ସାଇଡ ମାଉଣ୍ଟଡ଼ ଫିଙ୍ଗରପ୍ରିଣ୍ଟ ସ୍କାନର ସୁବିଧା ଦିଆଯାଇଛି । ଯାହାକି କୌଣସି ଲକ ଫୋନକୁ ଅନଲକ କରିବାରେ କାମରେ ଆସିଥାଏ । କ୍ୟାମେରା ଦୃଷ୍ଟିରୁ ଦେଖିଲେ Samsungର ଏହି ଫୋନରେ ବ୍ୟାକ ପ୍ୟାନେଲରେ ଟ୍ରିପଲ କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ ୬୪ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ସହ f /1.8 ଅପଚର ରହିଛି । ଏଥିରେ ୫ ମେଗାପିକ୍ସଲର ସେକେଣ୍ଡାରୀ କ୍ୟାମେରା ରହିଛି ।

ଯେବେକି ତୃତୀୟ କ୍ୟାମେରା ୨ ମେଗାପିକ୍ସଲ ବିଶିଷ୍ଟ । ସାମ୍ନା ପଟକୁ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ସୁବିଧା ଅଛି । Samsung ପକ୍ଷରୁ ଏହି ସ୍ପେଶାଲ ଫୋନର ଦର ୨୮ ହଜାର ଟଙ୍କା ରଖାଯାଇଥିବା ଜଣାଯାଇଛି । ଯେଉଁଥିରେ ୬ ଜିବି ରାମ ସହ ୧୨୮ ଜିବିର ଷ୍ଟୋରେଜ ସୁବିଧା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.