Samsung ଭାରତରେ ଲଞ୍ଚ୍‌ କଲା କ୍ରେଡିଟ୍‌ କାର୍ଡ; କମ୍ପାନୀର ପ୍ରତ୍ୟେକ ଜିନିଷ ଉପରେ ମିଳିବ ଏତେ ପ୍ରତିଶତ ଡିସ୍‌କାଉଣ୍ଟ!

ସାଉଥ୍‌ କୋରିଆନ୍‌ ଟେକ୍‌ କମ୍ପାନୀ ‘Samsung’ ଭାରତରେ କ୍ରେଡିଟ୍‌ କାର୍ଡ ଲଞ୍ଚ୍‌ କରିଛି। ବାସ୍ତବରେ, କମ୍ପାନୀ ଏହି କାର୍ଡ ପାଇଁ Axis ବ୍ୟାଙ୍କ ସହିତ ପାର୍ଟନରଶିପ୍‌ କରିଛି। ମାର୍କେଟରେ ଅନେକ ପ୍ରକାର କ୍ରେଡିଟ୍‌ କାର୍ଡ ରହିଛି। କିନ୍ତୁ Samsung Axis Bank କାର୍ଡରୁ ଆପଣଙ୍କୁ କ’ଣ ଫାଇଦା ହେବ, ଆସନ୍ତୁ ଜାଣିବା ଏହା ବିଷୟରେ…

Samsungର କ୍ରେଡିଟ୍‌ କାର୍ଡରୁ ୟୁଜରମାନେ ସାମ୍‌ସଙ୍ଗର ପ୍ରଡକ୍ଟଗୁଡ଼ିକୁ ଡିସ୍‌କାଉଣ୍ଟ ସହିତ କିଣି ପାରିବେ। କମ୍ପାନୀ ମୁତାବକ, Samsung Axis Bank କ୍ରେଡିଟ୍‌ କାର୍ଡରୁ ଗ୍ରାହକମାନେ ସାମସଙ୍ଗର ପ୍ରଡକ୍ଟ ଉପରେ ୧୦%ର କ୍ୟାଶ୍‌ବ୍ୟାକ ପାଇ ପାରିବେ। ଭଲ କଥା ହେଉଛି ଯେ ୧୦%ର କ୍ୟାଶ୍‌ବ୍ୟାକ EMI ଏବଂ Non EMI ପେମେଣ୍ଟ ଉପରେ ଉପଲବ୍ଧ ହେବ। ସାମସଙ୍ଗ ଏହି କାର୍ଡ ସହିତ ଅଧିକରୁ ଅଧିକ ଗ୍ରାହକ ଗୋଟାଇବା ପ୍ରସ୍ତୁତିରେ ଅଛି। କାରଣ, ଭାରତରେ ସାମସଙ୍ଗ ସ୍ମାର୍ଟଫୋନ୍ସର ବଡ଼ ବଜାର ରହିଛି। ଏଥି ସହିତ ଅନ୍ୟାନ୍ୟ ପ୍ରଡକ୍ଟ ଯେପରି ଟିଭି, ଏସି, ଲାପ୍‌ଟପ, ଫ୍ରିଜ୍‌, ଟ୍ୟାବ୍‌ଲେଟ ଆଦି ମଧ୍ୟ ବହୁଳ ସଂଖ୍ୟାରେ ବିକ୍ରି ହେଉଛି।

Samsung Axis Bank କ୍ରେଡିଟ୍‌ କାର୍ଡ କେବଳ ଅନଲାଇନ ନୁହେଁ, ବରଂ ଅଫଲାଇନ ମଧ୍ୟ ଆପଣଙ୍କୁ ଫାଇଦା ପହଞ୍ଚାଇ ପାରିବ। କମ୍ପାନୀ ମୁତାବକ, ଯେଉଁଠି ବି ସାମସଙ୍ଗର ପ୍ରଡକ୍ଟ ମିଳୁଛି, ଆପଣ ସେଠାରେ ଏହି କାର୍ଡ ଜରିଆରେ ପ୍ରଡକ୍ଟ ଉପରେ ୧୦%ର କ୍ୟାଶ୍‌ବ୍ୟାକ ପ୍ରାପ୍ତ କରି ପାରିବେ। ତେବେ ୧୦% କ୍ୟାଶବ୍ୟାକ ସହିତ ଏକ ସର୍ତ୍ତ ମଧ୍ୟ ରହିଛି। ସର୍ତ୍ତ ମୁତାବକ, Samsung Axis Bank ଭିସା କ୍ରେଡିଟ୍‌ କାର୍ଡ ହୋଲ୍ଡର ଗୋଟିଏ ବର୍ଷରେ ନିଜ କାର୍ଡରୁ ମାତ୍ର ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ହିଁ କ୍ୟାଶବ୍ୟାକ ପାଇ ପାରିବେ। ଏଠାରେ ମାସିକ ଏବଂ ବାର୍ଷିକ କ୍ୟାଶବ୍ୟାକ ଲିମିଟ୍‌ ମଧ୍ୟ ରହିଛି।

ଏହି କାର୍ଡର ଦୁଇଟି ଭାରିଆଣ୍ଟ ଲଞ୍ଚ୍‌ କରାଯାଇଛି, ତାହା ହେଲା Visa Signature ଏବଂ Visa Infinite। Signature ଭାରିଆଣ୍ଟରେ ଏକ ବର୍ଷ ଭିତରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ମିଳି ପାରିବ। ଯେତେବେଳେ କି, Visa Infinite ଅଧୀନରେ ଗ୍ରାହକମାନେ ଏକ ବର୍ଷରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ପାଇ ପାରିବେ।

Visa Infiniteରେ ଏକ ମାସର ଲିମିଟ୍‌ ମଧ୍ୟ ଅଧିକ ରହିଛି। Visa Signature ଜରିଆରେ ଏକ ମାସରେ ସର୍ବାଧିକ ୨୫୦୦ ଟଙ୍କା କ୍ୟାଶବ୍ୟାକ ପାଇ ପାରିବେ। Visa Infinite କାର୍ଡ ଅଧୀନରେ ମାସ ସାରା ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ଲିମିଟ୍‌ ଦିଆଯାଇଛି। ୧ ମାସରେ ଆପଣ ଏହି କାର୍ଡରୁ ସାମସଙ୍ଗର ପ୍ରଡକ୍ଟଗୁଡ଼ିକ ଉପରେ ମାତ୍ର ୨୫୦୦ ଟଙ୍କା କ୍ୟାଶବ୍ୟାକ ପାଇବେ। ଦ୍ୱିତୀୟ ଫିଚର୍ସ ଷ୍ଟାଣ୍ଡାର୍ଡ Axis କ୍ରେଡିଟ୍‌ କାର୍ଡ ଭଳି ହେବ। ତେବେ ଏ ନେଇ ଆପଣ ଅଧିକ ସୂଚନା ବ୍ୟାଙ୍କରୁ ହାସଲ କରି ପାରିବେ।

Galaxy S22 Ultra

ସାମସଙ୍ଗ (Samsung)ର ପ୍ରିମିୟମ୍ ସ୍ମାର୍ଟଫୋନ୍ Galaxy S22 Ultraକୁ ବମ୍ପର ରିହାତି ସହିତ କିଣିବାର ଏକ ବଡ଼ ସୁଯୋଗ ରହିଛି। କମ୍ପାନୀ ଏହି ଫ୍ଲାଗସିପ୍ ଫୋନ ଉପରେ ଇନ୍‌ଷ୍ଟାଣ୍ଟ ରିହାତି ସହିତ ୮,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରୁଛି।

Leave A Reply

Your email address will not be published.