ସାମସଙ୍ଗ ଲଞ୍ଚ କଲା ପ୍ରଥମ ଆଉଟଡୋର 4K ଟିଭି, ଏବେ ଖରା ହେଉ କି ବର୍ଷା ଘର ବାହାରେ ଦେଖିପାରିବେ ଟିଭି

ସାମସଙ୍ଗ ଦୁନିଆର ପ୍ରଥମ ଆଉଟଡୋର 4K ଟିଭି ଲଞ୍ଚ କରିଛି। ଯାହାର ନାମ ଟେରେସ ରହିଛି। ଏହି ଟିଭିର ଖାସିୟତ ହେଉଛି କି, ଏହାକୁ ଆପଣ ଘର ବାହାରେ ଅର୍ଥାତ୍‌ ପାର୍କରେ ମଧ୍ୟ ଇନଷ୍ଟଲ କରିପାରିବେ। ଏହି ଟିଭିକୁ ଆଇପି ୫୫ ରେଟିଂ ମିଳିଛି। ଏଥିପାଇଁ ଏହା ଉପରେ କୌଣସି ଧୂଳି ହେଉ ଅବା ବର୍ଷା କାହାର ମଧ୍ୟ ପ୍ରଭାବ ପଡିବ ନାହିଁ। ଆଉଟଡୋରରେ ବସି ଟିଭି ଦେଖିବା ପାଇଁ ଏଥିରେ ୨୦୦୦ ନିଟସ୍‌ର ଓ୍ଵାଇଟନେସ ଦିଆଯାଇଛି। ଏହାଯୋଗୁଁ ଆପଣ ଟାଣ ଖରାରେ ବସି ମଧ୍ୟ ଟିଭି ଦେଖିବାର ମଜା ନେଇପାରିବେ।

11

ସାମସଙ୍ଗ ଏହି ଟିଭିକୁ ତିନିଟି ଭାରିଅଣ୍ଟରେ ଲଞ୍ଚ କରିଛି। ଯେଉଁଥିରେ ୫୫ ଇଞ୍ଚ, ୬୫ ଇଞ୍ଚ ଏବଂ ୭୫ ଇଞ୍ଚର ଭାରିଅଣ୍ଟ ସାମିଲ ରହିଛି। ଏହି ଟିଭିର ମୂଲ୍ୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ୱ ରହିଛି। ଏହି ଟିଭିର ଲେଦର କୋଟିଂ ରହିଛି। ଏହା ସହିତ ଏଥିରେ HDBase T ରିସିଭର ରହିଛି, ଯାହା ସାହାଯ୍ୟରେ ଆପଣ କେବୁଲ ଜରିଆରେ4K ଭିଡିଓ, ଅଡିଓ ଏବଂ ପାଓ୍ଵାର ସପ୍ଲାଇ ହେବ।

ଏହାଛଡା ଟିଭିରେ ୨୦ ଓ୍ଵାଟ୍‌ର ଦୁଇଟି ସ୍ପିକର ରହିଛି। ଏହାଛଡା ଏଥିରେ ଡଲବୀ ଡିଜିଟାଲ ପ୍ଲସର ସପୋର୍ଟ ମଧ୍ୟ ରହିଛି। ଏହି ଟିଭି ଆମେରିକା, କାନାଡାରେ ଲଞ୍ଚ ହୋଇଛି। ଖୁବଶୀଘ୍ର ଏହା ଅନ୍ୟ ଦେଶରେ ମଧ୍ୟ ଲଞ୍ଚ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.