ସାମସଙ୍ଗ ଲଞ୍ଚ କଲା ପ୍ରଥମ ଭର୍ଟିକାଲ ଟିଭି SERO, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ସାମସଙ୍ଗ ଭାରତରେ ନିଜ ପ୍ରଥମ ଭର୍ଟିକଲ 4K OLED ଟିଭି ସେରୋ(SERO) ଲଞ୍ଚ୍ କରିଛି। ଏହି ଟିଭିର ଖାସ୍ କଥା ହେଉଛି ଏହାକୁ ମୋବାଇଲ୍ ଭଳି ମୁଭ୍ କରିପାରିବେ । ଏହି ଟିଭିକୁ ୩୬୦ ଡିଗ୍ରୀରେ ବୁଲାଇ ହେବ ଏବଂ ଏଥିପାଇଁ ଏଥିରେ ଏକ ଷ୍ଟାଣ୍ଡ ମଧ୍ୟ ଦିଆଯାଇଛି ।

ସେରୋ ବିଶ୍ୱର ପ୍ରଥମ ମୋବାଇଲ୍ ଅପ୍ଟିମାଇଜ୍ଡ ଟିଭି ଯାହାର ସ୍କ୍ରିନ୍ ୯୦ ଡିଗ୍ରୀ ଭର୍ଟିକଲରୁ ହରାଇଜେଣ୍ଟାଲ ମୋଡି ହେବ । ଟିଭିର ସ୍କ୍ରିନ୍ ରୋଟେସନ୍ ପାଇଁ ଏକ ବଟନ ଦିଆଯାଇଛି । ଅର୍ଥାତ୍ ସେରୋ ସ୍ମାର୍ଟ ଟିଭିରେ ଭର୍ଟିକଲ ଓ ହରାଇଜେଣ୍ଟାଲ ମୋଡରେ ଭିଡିଓ, ଫିଲ୍ମ, ଶୋଜର ଲାଭ ଉଠାଇହେବ। ସାମସଙ୍ଗର ଏହି ଟିଭି ସାରା ଦେଶରେ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରୁ ଏକ୍ସଲୁସିଭ୍ ଭାବେ ବିକ୍ରି ହେବ। ଏହାର ଦାମ୍ ୧,୨୪,୯୯୦ ଟଙ୍କା ରଖାଯାଇଛି।

tv

ଫିଚର୍ସ

ଏଥିରେ ୪.୧ ଚ୍ୟାନେଲ ସ୍ପିକର ସିଷ୍ଟମ ଓ ୬୦ W ସାଉଣ୍ଡ ମିଳୁଛି। ଏହାକୁ ଖାସ୍ ରୂପେ ଯୁବପିଢିଙ୍କ ପାଇଁ ଡିଜାଇନ୍ କରାଯାଇଛି। ଭର୍ଟିକଲ ପୋଜିସନରେ ଏହି ଟିଭି ସ୍ମାର୍ଟଫୋନ୍ ଭଳି ଲାଗିଥାଏ। କମ୍ପାନୀ ସ୍କ୍ରିନରେ ୧୦ ବର୍ଷର ୱାରେଣ୍ଟି ଏବଂ ପ୍ୟାନେଲରେ ଅତିରିକ୍ତ ଏକ ବର୍ଷ ୱାରେଣ୍ଟି ଦେବ। ଏହି ଟିଭିରେ ଆପଣ ଫୋନକୁ ମଧ୍ୟ କନେକ୍ଟ କରିପାରିବେ।

ଫେଷ୍ଟିଭ ସିଜିନରେ ଏହି ଟିଭି କିଣିଲେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ୫ ପ୍ରତିଶତ କ୍ଯାଶବ୍ଯାକ ମଧ୍ୟ ମିଳିଛି। ଏହାଛଡା ୟୁଜର୍ସ ଏହି ଟିଭିକୁ ୧୧୯୦ ଟଙ୍କାରେ ପ୍ରାରମ୍ଭିକ EMI ରେ ମଧ୍ୟ କିଣିପାରିବେ।

Leave A Reply

Your email address will not be published.