ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ ଏହି ବଜେଟ୍ ଫ୍ରେଣ୍ଡଲି ଫୋନ୍ ଲଞ୍ଚ କରିଛି। ଖୁବ୍ ଶୀଘ୍ର ଏହା ଭାରତରେ ମଧ୍ୟ ଲଞ୍ଚ ହେବ । ଏହି ସାମସଙ୍ଗ ସ୍ମାର୍ଟଫୋନ୍ ୮ GB RAM, ୨୫୬ GB ଇଣ୍ଟରନାଲ ଷ୍ଟୋରେଜ୍ ଭଳି ଫିଚର ସହିତ ଆସିଥାଏ । ଆସନ୍ତୁ ଜାଣିବା ଭାରତରେ ଏହି ଫୋନର ଦାମ୍‌ କେତେ ହେବ।

ସାମସଙ୍ଗର ଏହି ମିଡ୍‌ ବଜେଟ୍ ସ୍ମାର୍ଟଫୋନ୍ ଗତ ବର୍ଷ ଲଞ୍ଚ ହୋଇଥିବା ଗାଲାକ୍ସି M34 5G ର ଏକ ଅପଗ୍ରେଡ୍ ମଡେଲ୍ । ଫୋନର ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୬.୬ ଇଞ୍ଚର FHD + Super AMOLED ଡିସପ୍ଲେ ଅଛି ଯାହା ପଞ୍ଚ ହୋଲ୍ ଡିଜାଇନ୍ ସହିତ ଅଛି । ସାମସଙ୍ଗ ଫୋନରେ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଦେଇଛି । ଫୋନର ଡିସପ୍ଲେ ୧୨୦ Hz ରିଫ୍ରେସ୍‌ ରେଟ୍‌ ଏବଂ ୧୦୦୦ ନିଟ୍ସର ପିକ୍‌ ବ୍ରାଇଟନେସକୁ ସପୋର୍ଟ କରେ ।

ସାମସଙ୍ଗର ଏହି ଫୋନରେ Exynos 1380 ପ୍ରୋସେସର ଦିଆଯାଇଛି । ଏହି ଫୋନରେ ୮ GB RAM ଏବଂ ୨୫୬ GB ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଛି । ଫୋନର ଇଣ୍ଟରନାଲ ଷ୍ଟୋରେଜ୍ ମାଇକ୍ରୋ SD କାର୍ଡ ଦ୍ୱାରା ୧ TB ପର୍ଯ୍ୟନ୍ତ ବଢ଼ାଇହେବ । ସାଉଥ କୋରିଆନ୍‌ କମ୍ପାନୀର ଏହି ଫୋନ୍ ୬୦୦୦ mAh ବ୍ୟାଟେରୀ ଏବଂ ୨୫ W USB Type C ଫାଷ୍ଟ ଚାର୍ଜିଂ ଫିଚରକୁ ସପୋର୍ଟ କରେ ।
ସାମସଙ୍ଗ ଏହି ସ୍ମାର୍ଟଫୋନ୍ ପଛରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦେଇଛି । ଫୋନରେ ୫୦ MPର ମେନ୍‌ କ୍ୟାମେରା ରହିଛି । ଏହା ବ୍ୟତୀତ ୮ MP ଅଲ୍ଟ୍ରା ୱାଇଡ୍ ଏବଂ ୨ MP ମାକ୍ରୋ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୧୩ MP କ୍ୟାମେରା ଅଛି ।

ସାମସଙ୍ଗ ଏହି ମିଡ୍‌ ବଜେଟ୍ ସ୍ମାର୍ଟଫୋନ୍ କୁ କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ : ୮ ଜିବି ରାମ୍ + ୨୫୬ ଜିବି ରେ ଲଞ୍ଚ କରିଛି । ବ୍ରାଜିଲରେ ଏହାର ଦାମ୍‌ ପାଖାପାଖି ୪୩,୪୦୦ ଟଙ୍କା ରହିଛି । ଏହି ସ୍ମାର୍ଟଫୋନ୍ ଗାଢ଼ ନୀଳ, ହାଲୁକା ନୀଳ ଏବଂ ଧୂସର କଲର ଅପ୍ସନରେ କିଣାଯାଇପାରିବ ।

You might also like