ସାମସଙ୍ଗ ଲଞ୍ଚ କଲା AI ପାୱାର୍ଡ ୱାସିଙ୍ଗମେସିନ, ମୋବାଇଲ ସାହାଯ୍ୟରେ କରିପାରିବେ କଣ୍ଟ୍ରୋଲ

ବିଶ୍ୱର ଜଣାଶୁଣା ଇଲେକ୍ଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାୱାର ଫ୍ରଣ୍ଟ ଲୋଡ଼ ୱାସିଙ୍ଗ ମେସିନର 2020 ରେଞ୍ଜକୁ ଲଞ୍ଚ କରାଯାଇଛି । ଏହି ମେସିନର ନୂଆ ରେଞ୍ଜରେ ଫିନିସିଙ୍ଗ ଟାଇମ ମେନେଜ କରିବା ପାଇଁ ଲଣ୍ଡ୍ରି ପ୍ଳାନର, ଅପଟିମଲ ୱାସ ସାଇକେଲ ସମେତ ଅଟୋ ରେକମେଣ୍ଡେସନ ଅପସନ ମଧ୍ୟ ଖଞ୍ଜା ଯାଇଛି । ଯାହାକି ମେସିନର କଣ୍ଡିସନ ଉପରେ ନଜର ରଖିବା କାମ କରିଥାଏ । ସାମସଙ୍ଗ ଲଞ୍ଚ କରିଥିବା ଏହି ନୂଆ ମଡ଼େଲ ଆମାଜନ, ଫ୍ଲିପକାର୍ଟ ପରି ଇ କମର୍ସ ସାଇଟ ସମେତ ସାମସାଙ୍ଗର ନିଜ ଅଫିସିଆଲ ଅନଲାଇନ ଷ୍ଟୋରରୁ ସହଜରେ କିଣା ଯାଇପାରିବ । ୧୦ kg ଫୁଲ ଅଟୋମେଟିକ ଫ୍ରଣ୍ଟ ଲୋଡ଼ ମଡ଼େଲର ଦର କମ୍ପାନୀ ପକ୍ଷରୁ ୬୭୦୦୦ ଟଙ୍କା ରଖାଯାଇଛି । ଯେବେକି ୧୦ kg ୱାସର ଡ୍ରାୟର ମଡ଼େଲର ଦର କମ୍ପାନୀ ପକ୍ଷରୁ ୯୩୦୦୦ ଟଙ୍କା ରଖାଯାଇଥିବା ଜଣାଯାଇଛି । ୱାଇଟ ଓ ସିଲଭର ଦୁଇଟି କଲରରେ ଏହାକୁ ଲଞ୍ଚ କରାଯାଇଥିବା ଜଣାଯାଇଛି । କମ୍ପାନୀ ପକ୍ଷରୁ ଏହି ମଡେଲ ଉପରେ ୩ ବର୍ଷ ପର୍ଯ୍ୟନ୍ତର ୱାରେଣ୍ଟି ଦିଆଯାଉଥିବା ବେଳେ ଡିଜିଟାଲ ମୋଟର ଉପରେ ୧୦
ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଦିଆଯାଉଛି ।

ଫିଚର ଦୃଷ୍ଟିରୁ ଦେଖିଲେ ସମସଙ୍ଗର ଏହି ୱାସିଙ୍ଗ ମେସିନରେ ୱାଡ଼ବାସ ସୁବିଧା ବି ମିଳିପାରୁଛି । ଯାହା ସାହାଯ୍ୟରେ କଂଜୟୁମର୍ସ ୱାସ ସାଇକେଲରେ କେବେ ବି ଲଣ୍ଡ୍ରି ଆଇଟମ ଗୁଡିକୁ ମେସିନରେ ଆଡ଼ କରାଯାଇପାରିବ । ଆଉ ସବୁଠୁ ଜରୁରୀ ହେଉଛି ସାମସଙ୍ଗର ଏହି ସ୍ମାର୍ଟ ଟେକ୍ନୋଲୋଜି ସାହାଯ୍ୟରେ କପଡ଼ା ଗୁଡିକୁ ସାନିଟାଈଜ କରାଯିବା ସହ ଭଲ ଭାବରେ କ୍ଲିନ କରାଯାଇପାରିବ । କମ୍ପାନୀ ତରଫରୁ ଦାବି କରାଯାଇଛିକି ଏହି ମେସିନରେ କପଡା ୯୭
ପ୍ରତିଶତ ପର୍ଯ୍ୟନ୍ତ ଶୁଖିଯାଏ । ଯେବେକି ଅନ୍ୟ ମେସିନ ଗୁଡିକରେ କପଡ଼ା ମାତ୍ର ୬୦ରୁ ୬୫ ପ୍ରତିଶତ ପର୍ଯ୍ୟନ୍ତ ହିଁ ଶୁଖିଥାଏ । ନୂଆ ମେସିନରେ ମିଳୁଥିବା ଲାଟେଷ୍ଟ ଟେକ୍ନୋଲୋଜି ଓ AI ଫାଇଦା ନେବା ପାଇଁ ୟୁଜର୍ସଙ୍କୁ କମ୍ପାନୀର ନୂଆ ଆପ ଡାଉନ ଲୋଡ଼ କରିବାକୁ ହେବ ।