ସାମସଙ୍ଗ ଲଞ୍ଚ କଲା ନୂଆ ଫ୍ଲିପ୍ ସ୍ମାର୍ଟଫୋନ, ଡିଜାଇନ୍ ଦେଖିଲେ ହେବେ ପାଗଳ

ସାମସଙ୍ଗ ଦୁଇଟି ନୂଆ ଫୋଲଡେବଲ୍ ଫୋନ୍ ଲଞ୍ଚ କରିଛି । ପ୍ରତିବର୍ଷ କମ୍ପାନୀ W ସିରିଜରେ ଫୋଲଡେବଲ୍ ଫୋନ୍ ଲଞ୍ଚ କରେ, ଯେଉଁଥିରେ ଭଲ ଡିଜାଇନ୍ ଏବଂ ଖାସ୍ ଫିଚର ଆଡ୍ କରାଯାଇଥାଏ । ବର୍ତ୍ତମାନ ସାମସଙ୍ଗ ନିଜର Samsung W25 ଏବଂ W25 Flip ଫୋନ୍ ଲଞ୍ଚ କରିଛି । W25 Flip ‘Galaxy Z Flip 6’ରେ ବେସଡ୍, କିନ୍ତୁ  W25 ନିକଟରେ ଲଞ୍ଚ ହୋଇଥିବା Galaxy Z Fold Special Edition ଉପରେ ବେସଡ୍ । ଉଭୟ ଫୋନରେ କିଛି ଖାସ୍ ଡିଜାଇନ୍ ରହିଛି । ତେବେ ଆସନ୍ତୁ ଜାଣିବା ଏହାର ଫିଚର କଣ ରହିଛି ।

ସାମସଙ୍ଗର ଏହି ନୂଆ ଫୋଲଡେବଲ୍ ଫୋନ୍ ସିରେମିକ୍ ବ୍ଲାକ୍ ବ୍ୟାକ୍ ପ୍ୟାନେଲ୍ ସହିତ ଲଞ୍ଚ କରାଯାଇଛି । ଏଥିରେ ‘ହାର୍ଟ ଟୁ ଦ ୱାର୍ଲ୍ଡ’ ଲୋଗୋ, ଏକ ଗୋଲ୍ଡ ଆଲୁମିନିୟମ୍ ଫ୍ରେମ୍ ଏବଂ ଏକ ରିଫାଇନ୍ଡ ହିଂଜ୍ ଅଛି । ସାମସଙ୍ଗ W25 Flipରେ  ୬.୭ ଇଞ୍ଚର ମେନ୍ ସ୍କ୍ରିନ ଏବଂ ୩.୪ ଇଞ୍ଚର ଆଉଟର୍ ଡିସପ୍ଲେ ଅଛି । ୟୁଜର୍ସମାନେ କ୍ଲାଉଡ୍ ଫ୍ୟାନ୍ ଆଲିଗେନ୍ସ ଏବଂ  ଆପ୍ ଆକ୍ସେସ୍ ସହିତ ଡାଇନାମିକ୍ ୱାଲପେପର ସେଟ୍ କରିପାରିବେ ।

କ୍ୟାମେରା :

ଏହି ଫୋନରେ ୫୦ MPର ମେନ୍ କ୍ୟାମେରା ଅଛି, ଯେଉଁଥିରେ AI ଏବଂ ଅଟୋଫୋକସ୍ ରହିଛି । ଏଥିରେ 2x ଅପ୍ଟିକାଲ୍ ଜୁମ୍ ସପୋର୍ଟ ରହିବ ବୋଲି କମ୍ପାନୀ ଦାବି କରିଛି । AI ଫିଚର ବିଷୟରେ କହିବାକୁ ଗଲେ ଏଥିରେ ରିଏଲ୍ ଟାଇମ୍ ଟ୍ରାନ୍ସଲେସନ୍ ଓ ଟ୍ରାନ୍ସକ୍ରିପସନ୍ ଭଳି ଫିଚର ରହିଛି ।

ଫିଚର୍ସ :

ସାମସଙ୍ଗ W25 ରେ ୮ ଇଞ୍ଚର ମେନ୍ ଡିସପ୍ଲେ ଏବଂ ୬.୫ ଇଞ୍ଚର ଆଉଟର୍ ଡିସପ୍ଲେ ଅଛି । ଏହି ଫୋନରେ ୨୦୦ MP ହାଇ-ରିଜୋଲ୍ୟୁସନ୍ କ୍ୟାମେରା ଅଛି । ଏହାର ଓଜନ ମାତ୍ର ୨୫୫ ଗ୍ରାମ । କହି ରଖିବାକୁ ଚାହିଁବୁ ଯେ ଉଭୟ ଫୋନ୍ ସ୍ନାପଡ୍ରାଗନ୍ ୮ ଏଲିଟ୍ ରେ ଲ୍ୟାସ୍ ହୋଇଛି । ଏହା ମଧ୍ୟ AI ଫଙ୍କସନ୍ କୁ ସପୋର୍ଟ କରେ । ଏଥିରେ ଦମଦାର ମଲ୍ଟିଟାସ୍କିଂ, ସ୍ପିଡ୍ ରେସପନ୍ସ୍ ଟାଇମ୍ ଏବଂ ଭଲ କନେକ୍ଟିଭିଟି ମିଳିବ । ଏହି ମଡେଲଗୁଡିକର ପ୍ରି-ରେଜିଷ୍ଟ୍ରେସନ୍ ପାଇଁ ସାମସଙ୍ଗର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରିପାରିବେ ।