ସାମସଙ୍ଗ ଲଞ୍ଚ କଲା ଷ୍ଟାଇଲିସ୍ ଓ୍ୱାସିଂ ମେସିନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଷ୍ଟାଇଲିସ୍ ଡିଜାଇନ୍ ଥିବା ୧୦ ଟି ବଡ଼ AI ପାଓ୍ୱାର୍ଡ ଫ୍ରଣ୍ଟ ଲୋଡ୍ ୱାଶିଂ ମେସିନ୍ ସହିତ ସାମସଙ୍ଗ ଏକ ନୂଆ ରେଞ୍ଜ ଆରମ୍ଭ କରିଛି । ଆଡଭାନ୍ସ AI ଟେକ୍ନୋଲୋଜି ସହିତ ଏହି ୱାଶିଂ ମେସିନଗୁଡ଼ିକ ଅନେକ ପରିବାରର ଆବଶ୍ୟକତାକୁ ପୂରଣ କରୁଛି । ନୂଆ ୱାଶିଂ ମେସିନ୍ ୧୨ କିଲୋଗ୍ରାମ କ୍ୟାପାସିଟିରେ ଆସିଥାଏ । ଯାହା ଦ୍ୱାରା କମ୍ବଳ, ପରଦା ଏବଂ ସାଢ଼ୀ ଭଳି ବଡ଼ ଜିନିଷ ଧୋଇବା ସହଜ ହେବ ।
ଏହି ୱାଶିଂ ମସେିନ୍ ଗୁଡିକ AI ପାଓ୍ୱାର୍ଡ ଫିଚର୍ସର ଏକ ସୁଟ୍ ସହିତ ଡିଜାଇନ୍ ହୋଇଛି । AI ୱାଶ୍ ଫିଚର କପଡ଼ାର ଓଜନ ଏବଂ କୋମଳତା ଚିହ୍ନଟ କରିବା ପାଇଁ ଆଡଭାନ୍ସ ସେନ୍ସର ବ୍ୟବହାର କରେ । ଅଟୋ ଡିସପେନ୍ସ ଫିଚର ସଠିକ୍ ପରିମାଣର ଡିଟରଜେଣ୍ଟ ଏବଂ କପଡା ସଫ୍ଟନର ଦେଖି ଆହୁରି ସରଳ ଭାବେ ଧୋଇଥାଏ । ବିଦ୍ୟୁତ୍ ବିଲରେ ୭୦% ର୍ପଯ୍ୟନ୍ତ ସଞ୍ଚୟ କରିଥାଏ ।
ଏହା ବ୍ୟତୀତ ସୁପରସ୍ପିଡ୍ ଅପ୍ସନ୍ ଧୋଇବା ସମୟକୁ ମାତ୍ର ୩୯ ମିନିଟକୁ ହ୍ରାସ କରିଥାଏ, ଯତେବେଳେେ କି Q-Bubble ଏବଂ ସ୍ପିଡ୍ ସ୍ପ୍ରେ ଭଳି ଫିଚରଗୁଡ଼ିକ ପାଓ୍ୱାରଫୁଲ୍ କ୍ଲିନିଂ କରେ । ହାଇଜିନ୍ ଷ୍ଟିମ୍ ଫଙ୍କସନ୍ ୯୯.୯% ଜୀବାଣୁ ରିମୋଭ କରେ । ଏହା ଆପଣଙ୍କ ପୋଷାକକୁ ସଫା କରିବାରେ ବହୁତ ସାହାଯ୍ୟ କରେ ।
ସାମସଙ୍ଗର ବେସପୋକ୍ AI ୱାଶିଂ ମସେିନ୍ ୫୨,୯୯୦ ରୁ ୭୪,୯୯୦ ଟଙ୍କା ମଧ୍ୟରେ ରହିଛି । ଏହି ୱାଶିଂ ମେସିନ୍ ସାମସଙ୍ଗର ଅଫିସିଆଲ୍ ଅନଲାଇନ୍ ଷ୍ଟୋର୍, ସାମସଙ୍ଗ ଦୋକାନ, ରିଟେଲ୍ ଷ୍ଟୋର୍ ଏବଂ ଅନ୍ୟାନ୍ୟ ଇ-କର୍ମସ ପ୍ଲାଟର୍ଫମରେ ଉପଲବ୍ଧ ।