ସାମସଙ୍ଗ ଉଡାଇଲା Huaweiର ମଜାକ, ଜାଣନ୍ତୁ କାରଣ

ଚୀନର ପ୍ରମୁଖ କମ୍ପାନୀ Huawei କିଛିଦିନ ତଳେ Huawei mate 30 ସିରିଜ ଲଞ୍ଚ କରିଥିଲା । ସେହି ସମୟରେ Huawei mate 30 ସିରିଜର ଡିଭାଇସ ଗୁଡିକ ସାମସଙ୍ଗ ଗ୍ୟାଲେକ୍ସି ନୋଟ 10 ଲାଇନ-ଅପକୁ କଡା ଟକ୍କର ଦେଇଥିଲା କିନ୍ତୁ Huawei mate 30 ସିରିଜର ଡିଭାଇସରେ ୟୁଜର୍ସ ମାନଙ୍କୁ ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ଼ୱାର କାରଣରୁ ଗୁଗଲର ଆପ ଗୁଡିକର ସପୋର୍ଟ ମିଳି ପାରୁନାହିଁ । ଏହି ସମୟରେ Huawei mate 30 ସିରିଜର ଫୋନ ଗୁଡିକ ଏହି ପ୍ଲାଟଫର୍ମରେ କାମ କରୁଛନ୍ତି ।

huawei

ଦକ୍ଷିଣ କୋରିଆର ଟେକ କମ୍ପାନୀ ସାମସଙ୍ଗ Huaweiର ମଜାକ ଉଡାଇବା ସହ ଲାଟିନ ଆମେରିକାରେ ଅନେକ ପ୍ରମୋସନାଲ ମେଲ ଜାରି କରିଛି । ରିପୋର୍ଟ ଅନୁସାରେ ସାମସଙ୍ଗ ୟୁଜର୍ସ ମାନଙ୍କୁ ଗୁଗଲ ତରଫରୁ ଦିଆଯାଉଥିବା ସେବା ଗୁଡିକର ଲାଭ ଉଠାଇବା ପାଇଁ କହିଛି । ଏହି ମେଲରେ ସାମସଙ୍ଗ Huaweiର ମଜାକ ଉଡାଇବା ସହ କହିଛି କି Huawei mate 30 ସିରିଜର ୟୁଜର୍ସ ଗୁଗଲ ଫଟୋ, ଗୁଗଲ ମ୍ୟାପ, ୟୁଟ୍ୟୁବ , ଗୁଗଲ ପ୍ଲେ ଷ୍ଟୋର ଏବଂ କ୍ରୋମର ଵ୍ୟଵହାର କରିପାରିବେ ନାହିଁ । ଏବଂ ଅନ୍ୟପଟେ କୋରିଆନ କମ୍ପାନୀ ନୋଟ 10ର ଉପଭୋକ୍ତା ମାନଙ୍କୁ 4 ମାସ ପାଇଁ ୟୁଟ୍ୟୁବ ଆକ୍ସେସ ଦେଉଅଛି ।

Image result for samsung note 10

ଏହାସହ ପଢନ୍ତୁ ଆଉ ଚନ୍ଦା ହେବେନାହିଁ ପୁରୁଷ, ଚନ୍ଦାପଣ ଦୂର କରିବା ପାଇଁ ବୈଜ୍ଞାନିକମାନେ ବାହାର କଲେ ନୂଆ ଡିଭାଇସ

ସୂଚନା ଅନୁଯାୟୀ ଏହା ପୂର୍ବରୁ Huawei, ସାମସଙ୍ଗ ଗ୍ୟାଲେକ୍ସି ନୋଟ 10ର ସିରିଜକୁ ନେଇ ବହୁତ ବଡ଼ କଥା କହିଥିଲା । କମ୍ପାନୀର ମୁଖ୍ୟ ଅଧିକାରୀ ରିଚାର୍ଡ ୟୁଙ୍କ କହିବା ଅନୁଯାୟୀ ଗ୍ୟାଲେକ୍ସି ନୋଟ 10ର ଲୁକ ପ୍ରାୟତଃ ପୁରୁଣା ପି30 ସିରିଜ ସହ ମିଶି ଯାଇଥାଏ । ଏହାପରଠାରୁ ଦୁଇ କମ୍ପାନୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଛି । Huawei ଓ ସାମସଙ୍ଗ ଦୁଇଟିଯାକ କମ୍ପାନୀ ଗ୍ଲୋବାଲ ଲେବୁଲରେ ଜଣେ ଅନ୍ୟଜଣକୁ କଡା ଟକ୍କର ଦେଉଛନ୍ତି । ଯଦିଓ ଏପର୍ଯ୍ୟନ୍ତ ଚାଇନାର ଟେକ କମ୍ପାନୀ Huawei mate 30 ସିରିଜକୁ ସ୍ମାର୍ଟଫୋନର ୟୁରୋପୀୟନ ବଜାରରେ ଉପଲବ୍ଧ କରାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.