Samsung ନିଜର ୟୁଜର୍ସଙ୍କ ଅଭିଯୋଗର ସମାଧାନ ପାଇଁ କିଛି ସ୍ମାର୍ଟଫୋନ ପାଇଁ ଫ୍ରି ଡିଟେଲ୍ସ ଅଫର କରିବାକୁ ନିଷ୍ପତ୍ତି ନେଇଛି । ଯଦି ଆପଣ ଏକ Samsung ଫୋନ ବ୍ୟବହାର କରନ୍ତି ଏବଂ ଡିସପ୍ଲେରେ ଗ୍ରୀନ୍ ଲାଇନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭଦାୟମ ହେବ । ବାସ୍ତବରେ କମ୍ପାନୀ ଏହାର ଫ୍ରି ଡିସପ୍ଲେ ରିପ୍ଲେସମେଣ୍ଟ ପ୍ରୋଗ୍ରାମରେ Galaxy S22 Ultra, Galaxy S21 ସିରିଜ ଏବଂ Galaxy S21 FE ମଡେଲ୍ଗୁଡିକୁ ସାମିଲ କରିଛି । ଏହି ଅଫର ଡସେମ୍ବର ୩୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ନିକଟତମ ସମାସଙ୍ଗ୍ ସର୍ଭିସ ସେଣ୍ଟରକୁ ଯାଇ ଏହି ଅଫରର ଲାଭ ଉଠାଇ ପାରିବେ ।
ଫ୍ରି ଡିସପ୍ଲେ ରିପ୍ଲେସମେଣ୍ଟ ପାଇଁ Samsung ତରଫରୁ ଆପଣଙ୍କୁ ଫୋନର ବିଲ୍ ମଗାଯିବ, ଯେହା ଦ୍ୱାରା ଏହା ଜାଣିପାରିବେ ଯେ ଆପଣଙ୍କର ଡିଭାଇସ୍ କେତେ ପୁରୁଣା ଅଛି ଏବଂ ଆପଣ ଏହା ମାଲିକ ଅଟନ୍ତି କି ନାହିଁ । ଆପଣଙ୍କୁ କହିବୁ ଯେ, ଡିସପ୍ଲେ ରିପ୍ଲେସମେଣ୍ଟ ଫ୍ରି ହେବ, କିନ୍ତୁ ସର୍ଭିସ ସେଣ୍ଟରରେ କାମ କରିବା ପାଇଁ କିଛି ଲେବର ଚାଜେର୍ସ୍ ଲାଗିବ ।
AMOLED ପ୍ୟାନେଲ୍ ସହିତ ଫୋନର ଗ୍ରୀନ ଲାଇନ୍ ସମସ୍ୟା ଦେଖିବାକୁ ମିଳିଛି । OnePlus ଏବଂ ବର୍ତ୍ତମାନ Samsung ଭଳି ବ୍ରାଣ୍ଡସ୍ ଏଥିରେ ପ୍ରଭାବିତ ହେଉଛି । ଏହି ସମସ୍ୟାଗୁଡିକ ହେତୁ , ବ୍ରାଣ୍ଡକୁଡିକୁ ନିଜର ସର୍ଭିସ ପଲିସିରେ ପରିବର୍ତ୍ତନ କରିବାକୁ ପଡିବ ଯାହା ଦ୍ୱାରା ୟୁଜର୍ସମାନଙ୍କ ବଶ୍ୱାସ୍ ବଜାୟ ରହିବ । ଯଦି ଆପଣ ନିଜ ଫୋନରେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ଅଫର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।
ଆପଣ ଜାଣିରଖନ୍ତୁ ଯେ, ସାମସଙ୍ଗ ଶୀଘ୍ର Galaxy S25 ସିରିଜ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ସାମସଙ୍ଗ ଜାନୁଆରୀରେ ନିଜର ନୂଆ ଫ୍ଲାଗସିପ୍ ସ୍ମାର୍ଟଫୋନ ଏବଂ Android 15 କୁ ଲଞ୍ଚ କରିପାରେ ।