ଝଟକା ଦେଲା ସାମସଙ୍ଗ: ଆଉ ବଜାରକୁ ଆସିବନି କି ପ୍ୟାଡ଼ ଫୋନ୍

ଭାରତରେ ସାମସଙ୍ଗ ତାର ଫିଚର ଫୋନ୍ କୁ ନେଇ ଏକ ବଡ ପଦକ୍ଷେପ ନେଇଛି । ରିପୋର୍ଟ ଅନୁଯାୟୀ ସାମସଙ୍ଗ ଧୀରେ ଧୀରେ ଭାରତୀୟ ବଜାରରେ ଏହାର ଫିଚର ଫୋନ୍ ବ୍ୟବସାୟ ବନ୍ଦ କରିବାକୁ ଯାଉଛି। କମ୍ପାନୀ ଏହାର ଉତ୍ପାଦନ ପାର୍ଟନର ଡିକ୍ସନ୍ ସହିତ ଚଳିତ ବର୍ଷ ଡିସେମ୍ବରରେ ଫିଚର ଫୋନର ଶେଷ ବ୍ୟାଚ୍ ଉତ୍ପାଦନ କରିବ । କୁହାଯାଉଛି ଯେ କମ୍ପାନୀ ବର୍ତ୍ତମାନ ମହଙ୍ଗା ସେଗମେଣ୍ଟ ସ୍ମାର୍ଟଫୋନ୍ ଉପରେ ଧ୍ୟାନ ଦେବାକୁ ଯାଉଛି ଏବଂ ବର୍ତ୍ତମାନ ସାମସଙ୍ଗର ଅଧିକାଂଶ ହ୍ୟାଣ୍ଡସେଟ୍ ୧୫,୦୦୦ ରୁ ଅଧିକ ସେଗମେଣ୍ଟରେ ଆସିବ।

ସୂତ୍ରରୁ ପ୍ରକାଶ ଯେ ସାମସଙ୍ଗ ଏହାର ଚ୍ୟାନେଲ ପାର୍ଟନରଙ୍କ ସହ କଥା ହୋଇଛି ଏବଂ ଆସନ୍ତା କିଛି ମାସ କିମ୍ବା ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଏହାର କାର୍ଯ୍ୟ ଆରମ୍ଭ କରି ଫିଚର ଫୋନ୍ ବ୍ୟବସାୟ ବନ୍ଦ କରିବ ।ତଥାପି, ସାମସଙ୍ଗ କିମ୍ବା ଡିକ୍ସନ୍ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ସୂଚନା ଦେଇନାହାଁନ୍ତି ।

୨୦୨୨ ର ପ୍ରଥମ ତ୍ରୟ ମାସରେ ଭାରତରେ ଫିଚର ଫୋନ୍ ପରିବହନରେ ୩୯ ପ୍ରତିଶତ ହ୍ରାସ ଘଟିଛି ।କାଉଣ୍ଟର ପଏଣ୍ଟ ରିସର୍ଚ୍ଚ ଅନୁଯାୟୀ ଏହା ସପ୍ଲାଏରେ ପ୍ରତିବନ୍ଧକ, ଉଚ୍ଚ କମ୍ ଚାହିଦା ଏବଂ କମ୍ ଷ୍ଟକ କାରଣରୁ ହୋଇଥାଇ ପରେ । କିଛି ବର୍ଷ ପୂର୍ବେ ଭାରତୀୟ ସ୍ମାର୍ଟଫୋନ ବଜାରରେ ସାମସଙ୍ଗ ନଂ୧ ଥିବାବେଳେ ଏବେ ସ୍ଥିତି ବଦଳି ଯାଇଛି । ଏବେ ବଜାରରେ ଚୀନ କମ୍ପାନିମାନଙ୍କ ଆଧିପତ୍ୟ ରହିଛି । ଏଣୁ ନିଜର ପୂର୍ବ ବଜାର ଫେରିପାଇବାକୁ ସାମସଙ୍ଗ କେବଳ ସ୍ମାର୍ଟଫୋନ ଉପରେ ଫୋକସ୍ କରିବାକୁ ନିଷ୍ପତ୍ତି ନେଇଛି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପିଏଲଆଇ ସ୍କିମ୍ (ପ୍ରଡକ୍ସନ ଲିଙ୍କଡ୍ ଇନିସିଏଟିଭ)ରେ ସାମସଙ୍ଗ ଅନ୍ତର୍ଭୁକ୍ତ ରହିଛି । ଏହି ସ୍କିମ ଅନୁସାରେ ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସ୍ମାର୍ଟଫୋନ ଉତ୍ପାଦନ ପାଇଁ ସରକାରୀ ଟିକସ ରିହାତି ଓ ଅନ୍ୟ ସୁବିଧା ମିଳିପାରିବ । ଏହାକୁ ଦୃଷ୍ଟିରେ ରଖି ସାମସଙ୍ଗ ଉପରୋକ୍ତ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏହି ନିଷ୍ପତ୍ତି ସମ୍ପର୍କରେ ସାମସଙ୍ଗ ନିଜର ଚ୍ୟାନେଲ ପାର୍ଟନରମାନଙ୍କୁ ମଧ୍ୟ ଜଣାଇଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.