୨୦୦MP, ୩୦୦MP ନୁହେଁ, Samsung ଲଞ୍ଚ କରିବ ୫୦୦MP କ୍ୟାମେରା ସହିତ ଏକ ସ୍ମାର୍ଟଫୋନ୍

କ୍ୟାମେରା ସେଗମେଣ୍ଟରେ Samsung ପୁଣି ଥରେ ଏକ ବଡ଼ ଧମାକା କରିବାକୁ ଯାଉଛି । ଦକ୍ଷିଣ କୋରିଆ କମ୍ପାନୀ ବଜାରରେ ୨୦୦MP କ୍ୟାମେରା ସହିତ ଫୋନ୍ ଲଞ୍ଚ କରିସାରିଛି । ବର୍ତ୍ତମାନ କମ୍ପାନୀ ୫୦୦MP କ୍ୟାମେରା ସହିତ Galaxy ସ୍ମାର୍ଟଫୋନରେ କାମ କରୁଛି । ରିପୋର୍ଟ ଅନୁଯାୟୀ ଆସନ୍ତା ବର୍ଷ ଲଞ୍ଚ ହେବାକୁ ଥିବା Samsung Galaxy S26 Ultra ରେ ଏହି ୫୦୦MP ସେନ୍ସର ଦିଆଯାଇପାରିବ । ଚଳିତ ବର୍ଷ ଲଞ୍ଚ ହେବାକୁ ଥିବା Galaxy S25 Ultra ରେ କେବଳ ୨୦୦MP କ୍ୟାମେରା ରହିବ । କମ୍ପାନୀର ଏହି ଫୋନ୍ ଜାନୁଆରୀ ୨୨ ରେ ଗ୍ଲୋବାଲ୍ ମାର୍କେଟକୁ ଆସିପାରେ ।

ଏକ ପୋଷ୍ଟରେ Samsung ର ୫୦୦ MP କ୍ୟାମେରା ସେନ୍ସର ବିଷୟରେ ଡିଟେଲ୍ସ ସେୟାର କରାଯାଇଛି । ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଏହି ୫୦୦ MP କ୍ୟାମେରା ସେନ୍ସର Samsung ର Galaxy ଡିଭାଇସରେ ଦିଆଯାଇପାରିବ । ଆହୁରି ମଧ୍ୟ ଦକ୍ଷିଣ କୋରିଆ କମ୍ପାନୀ ଟ୍ରିପଲ ଲେୟର ଇମେଜ୍ ଷ୍ଟାକ୍ଡ ସେନ୍ସର ଉପରେ କାମ କରୁଛି । ଏହି କ୍ୟାମେରା ସେନ୍ସର Sony ର Exmor RS ଇମେଜ୍ ସେନ୍ସରରୁ ଆଡଭାନ୍ସ ହେବ ।

ଟପଷ୍ଟର ଦାବି କରିଛି ଯେ ଏହି ଟ୍ରିପଲ ଲେୟାର ଷ୍ଟାକ ସେନ୍ସର Apple ର PD-TR ଲଜିକ୍ କନଫ୍ୟୁଗିରେସନ୍ ପରି କାମ କରିବ । ୨୦୨୬ ରେ ଲଞ୍ଚ ହେବାକୁ ଥିବା iPhone 18 ସିରିଜରେ ଆପଲ୍ ଏହି ଦମଦାର୍ କ୍ୟାମେରା ସେନ୍ସର ବ୍ୟବହାର କରାଯିବ । Sony ର କ୍ୟାମେରା ସେନ୍ସର ଚଳିତ ବର୍ଷ ଲଞ୍ଚ ହୋଇଥିବା Apple iPhone ରେ ବ୍ୟବହାର ହୋଇଥାଏ । ଆଇଫୋନରେ CMOS ଇମେଜ୍ ସେନ୍ସର ଯଥା CIS ବ୍ୟବହାର କରାଯାଏ । ସାମସଙ୍ଗର ୩-ଲେୟର ଷ୍ଟାକ୍ଡ ଇମେଜ୍ ସେନ୍ସର ଏହାଠାରୁ ଅଧିକ ଆଡଭାନ୍ସ ହେବ ।

୨୦୨୬ ରେ ଲଞ୍ଚ ହେବାକୁ ଥିବା iPhone 18 ସିରିଜରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ୨୦୨୬ ରେ ଲଞ୍ଚ ହେବାକୁ ଥିବା iPhone 18 ରେ Samsung ର ୪୮ MP କ୍ୟାମେରା ସେନ୍ସର ମିଳିପାରିବ । ଏଥି ସହିତ Samsung ଏହାର ଫ୍ଲାଗସିପ୍ Galaxy S ସିରିଜ୍ ସ୍ମାର୍ଟଫୋନରେ ୫୦୦ MP କ୍ୟାମେରା ସେନ୍ସର ବ୍ୟବହାର କରିପାରିବ ।