ଲଞ୍ଚ ହେବାକୁ ଯାଉଛି Samsung Galaxy A0X, ଫିଚର୍ସ ରହିଛି ଜବରଦସ୍ତ

Samsung ଖୁବ୍‌ ଶୀଘ୍ର ଏହାର ଶସ୍ତା 5G ସ୍ମାର୍ଟଫୋନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ମାର୍କେଟ ସେୟାର ହ୍ରାସ ପାଇବା ପରେ ମଧ୍ୟ ଦକ୍ଷିଣ କୋରିଆ ସ୍ମାର୍ଟଫୋନ ବ୍ରାଣ୍ଡ ଏହି ବଡ ନିଷ୍ପତ୍ତି ନେଇଛି । ଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଗୁଡିକର ଚ୍ୟାଲେଞ୍ଜ ମଧ୍ୟରେ Samsung ଏହି ନୂଆ ପଦକ୍ଷପ ନେଇଛି । Samsung ର ଏହି ଶସ୍ତା ଫୋନ ଅନେକ ସାର୍ଟିଫିକେସନ୍‌ ୱେବସାଇଟରେ ଦେଖିବାକୁ ମିଳିଛି । Samsung ର ଏହି ଫୋନ Samsung Galaxy A0X ନାମରେ ଲଞ୍ଚ କରାଯାଇପାରିବ ।

Samsung ଏପର୍ଯ୍ୟନ୍ତ ଏହାର ଶସ୍ତା ସ୍ମାର୍ଟଫୋନ ସିରିଜରେ କେବଳ 4G ଫୋନ ଲଞ୍ଚ କରିଛି । କମ୍ପାନୀ ଚଳିତ ବର୍ଷ Galaxy A05 ଏବଂ Galaxy A06 ଫୋନ ଲଞ୍ଚ କରିଥିଲା । ଏହି ଉଭୟ ସ୍ମାର୍ଟଫୋନ 4G କନେକ୍ଟିଭିଟି ଏବଂ MediaTek Helio G85 ପ୍ରୋସେସର ସହିତ ଆସିଥାଏ । Samsung ବର୍ତ୍ତମାନ ଏହି ସିରିଜରେ 5G ଫୋନ ଲଞ୍ଚ କରିବାକୁ ପ୍ଲାନିଂ କରୁଛି । ଏହା Samsung Galaxy A06 5G ନାମରେ ଲଞ୍ଚ ହୋଇପାରିବ । ଏହା ଏହି ସିରିଜରେ ପ୍ରଥମ ଫୋନ ହେଇପାରେ, ଯେଉଁଥିରେ 5G କନେକ୍ଟିଭିଟିର ସପୋର୍ଟ ମିଳିିବ ।

ରିପୋର୍ଟ ଅନୁଯାୟୀ, ଏହି ଫୋନ GSMA ଡାଟାବେସରେ ମଡେଲ ନମ୍ବର SM-A066B/DS ଏବଂ SM-A066M/DS ନାମ ସହିତ ଲିଷ୍ଟ କରାଯାଇଛି । ଏହି Samsung ଫୋନର ଫିଚର୍ସ Galaxy A06 4G ଫୋନ ପରି ହୋଇପାରେ । ଫୋନର ଡିଜାଇନରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ । Samsung କେବଳ ଏହି ଫୋନର ପ୍ରୋସେସରରେ ପରିବର୍ତ୍ତନ କରିବାକୁ ଯାଉଛି ।

Samsung ଏହାର ଶସ୍ତା 5G ସ୍ମାର୍ଟଫୋନ ବିଷୟରେ କୌଣସି ଅଫିସିଆଲ୍‌ ଘୋଷଣା କରିନାହିଁ, କିନ୍ତୁ କମ୍ପାନୀ ପୂର୍ବ ଅପେକ୍ଷା ବଜେଟ୍‌ ସେଗମେଣ୍ଟ ଉପରେ ଅଧିକ ଫୋକସ୍‌ କରିବାକୁ ଯାଉଛି । ଏହି ଫୋନରେ କୌଣସି ଫିଚର୍ସର ଡିଟେଲ୍ସ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । Galaxy A06 4G ରେ ୬.୭ ଇଞ୍ଚର ବଡ ଡିସପ୍ଲେ ଦିଆଯାଇଛି, ଯାହା ୯୦Hz ରିଫ୍ରେସ ରେଟ୍‌ କୁ ସପୋର୍ଟ କରେ । ଏହାର 5G ଭ୍ୟାରିଆଣ୍ଟରେ ମଧ୍ୟ ଏହି ଡିସପ୍ଲେ ଦିଆଯାଇଛି ।

ଏହି ଫୋନ MediaTek/Exynos ର 5G ପ୍ରୋସେସର ସହିତ ଆସିପାରେ । ଏଥିରେ ୪GB/ ୬GB RAM ଏବଂ ୧୨୮GB ଇଣ୍ଟରନାଲ୍‌ ଷ୍ଟୋରେଜ୍‌ର ଅପ୍ସନ ରହିପାରେ । Samsung ର ଏହି ଫୋନରେ ୫୦MP ମେନ୍‌ ଏବଂ ସେକେଣ୍ଡାରି କ୍ୟାମେରା ମିଳିପାରିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮MP ର କ୍ୟାମେରା ଦିଆଯିବ । ଏହି ଫୋନ ୫୦୦୦mAhର ବ୍ୟାଟେରି ଏବଂ ୨୫W USB Type C ଚାର୍ଜିଂ ଫିଚର ସହିତ ଆସିବ ।