Samsung ଖୁବଶୀଘ୍ର ୧୨ ଜିବି ରାମ ସହିତ ଲଞ୍ଚ କରିବ ଏହି ଜବରଦସ୍ତ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚରର୍ସ

ସାମସଙ୍ଗ୍ ଖୁବ ଶୀଘ୍ର ନିଜର ଅପକମିଙ୍ଗ୍ ସ୍ମାର୍ଟଫୋନ Samsung galaxy S10 ରୁ ପର୍ଦ୍ଦା ଉଠାଇବାକୁ ଯାଉଛି। ସାମସଙ୍ଗର ଏହି ସ୍ମାର୍ଟଫୋନ ବହୁତ ଦିନରୁ ଚର୍ଚ୍ଚାରେ ରହି ଆସିଛି। କମ୍ପାନୀ ୨୦୧୯ ମସିହାର ପ୍ରଥମ ମାସରେ ଏହି Samsung galaxy S10 ସିରିଜ ସ୍ମାର୍ଟଫୋନକୁ ଲଞ୍ଚ କରିବାକୁ ଯାଉଛି। Samsung galaxy S10 ବିଷୟରେ ବହୁତ ଦିନରୁ ଚର୍ଚ୍ଚା ଚାଲୁଛି।
ସ୍ପେସିଫିକେସନ
Samsung galaxy S10 ରେ ୯୩.୪ ସ୍କ୍ରୀନ-ଟୁ-ବଡି ରେସିଓ ମହଜୁଦ ରହିପାରେ। ଓପୋ ଫାଇଣ୍ଡ x ଏବଂ ଶାଓମି ମିକ୍ସ ୩ରେ ମଧ୍ୟ ସ୍କ୍ରୀନ-ଟୁ-ବଡି ରେସିଓ ରହିଛି। ଏହା ଖବର ମିଳୁଛି ଯେ Samsung galaxy S10 ସିରିଜ ତିନୋଟି ବେରିଏଣ୍ଟରେ ମାର୍କେଟରେ ଉପଲବ୍ଧ ହୋଇପାରେ । ଫୋନର ଦୁଇଟି ବେରିଏଣ୍ଟରେ ଡୁଆଲ ଏଜ କଭର ଡିସପ୍ଲେ ରହିବା ସହ ଏହାର ତ୍ରୁତୀୟ ବେରିଏଣ୍ଟ ଫ୍ଲାର୍ଟ ସ୍କ୍ରୀନ ସହିତ ଲଞ୍ଚ ହୋଇପାରେ ।
ଏହା ସହ ପଢ଼ନ୍ତୁ : ଶସ୍ତା ହେଲା Samsungର ଏହି ୪ ଦମଦାର ସ୍ମାର୍ଟଫୋନ୍, ତୁରନ୍ତ କିଣନ୍ତୁ ଅଫର ଆଉ ମାତ୍ର ଅଳ୍ପ ଦିନ
ଅନ୍ୟ ଫିଚର୍ସ :
ପ୍ରୀମିୟମ S10 ମଡେଲ ସହିତ S10+ ବେରିଏଣ୍ଟକୁ ମଧ୍ୟ ଲଞ୍ଚ କରାଯାଇପାରେ। Samsung galaxy S10+ ବିଷୟରେ ପ୍ରଥମେ ମିଳିଥିବା ଖବର ଅନୁଯାୟୀ ଏହା ୧୨ ଜିବି ରାମ ବିଶିଷ୍ଟ ପ୍ରଥମ ଫୋନ ହୋଇପାରେ।