Samsung ଲଞ୍ଚ କରିବ ୟୁନିକ୍ Foldable ସ୍ମାର୍ଟଫୋନ୍, ଜାଣନ୍ତୁ କ’ଣ ରହିଛି ଖାସ୍

Samsung ଏକ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ଉପରେ କାମ କରୁଛି ଯାହାକୁ ଉଭୟ ସାଇଡରୁ ବ୍ୟବହାର କରାଯାଇପାରିବ । ଦକ୍ଷିଣ କୋରିଆନ୍ କମ୍ପାନୀର ଏହି ଫୋଲ୍ଡେବଳ୍ ଫୋନର ଡିଜାଇନକୁ ଆମେରିକୀୟ ପେଟେଣ୍ଟ ଏବଂ ଟ୍ରେଡମାର୍କରୁ ଆପ୍ରୁଭାଲ୍ ମିଳିଛି । ଏହି ଫୋଲ୍ଡେବଲ୍ ଫୋନ୍ ୩୬୦ ଡିଗ୍ରୀ ହିଞ୍ଜ ସହିତ ଆସିବ, ଯାହା ଯୋଗୁଁ ଏହାକୁ ଉଭୟ ପାର୍ଶ୍ବରୁ ଫୋଲ୍ଡ କରାଯାଇପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସମସ୍ତ ଫୋଲ୍ଡେବଲ୍ ଫୋନ୍ ତୁଳାନାରେ ସାମସଙ୍ଗର ଏହି ଫୋଲ୍ଡେବଲ୍ ଫୋନ୍ ଏକ ୟୁନିକ ଡିଜାଇନ୍ ସହିତ ଆସିପାରିବ । ଏପର୍ଯ୍ୟନ୍ତ ବଜାରରେ ସିଙ୍ଗଲ ଏବଂ ଟ୍ରିପଲ୍ ଫୋଲ୍ଡ ଫୋନ୍ କର୍ମସିଆଲି ଭାବରେ ଲଞ୍ଚ କରାଯାଇଛି । ହେଲେ ଏହି ଫୋଲ୍ଡେବଲ୍ ଫୋନ୍ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ବଙ୍କା ହୁଏ ।
ପେଟେଣ୍ଟ ଇମେଜକୁ ଟିପଷ୍ଟର ଦ୍ବାରା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଫୋନର ଫ୍ଲେକ୍ସିବଲ୍ ଡିଜାଇନ୍ ଏହାକୁ ଉଭୟ ପାର୍ଶ୍ବରୁ ଫୋଲ୍ଡ କରିପାରିବ । ଏହି ଫୋଲ୍ଡେବଳ୍ ଫୋନରେ ୩୬୦ ଡିଗ୍ରୀ ବେନଡିଂ ହିଞ୍ଜ ଲଗାଯାଇଛି । ୟୁଜର୍ସମାନେ ଏହି ଫୋଲ୍ଡେବଳ୍ ଫୋନକୁ ଉଭୟ ପାର୍ଶରୁ ବଙ୍କା କରି ବ୍ୟବହାର କରିପାରିବେ, ଯାହା ସେମାନଙ୍କୁ ୟୁନିକ୍ ଏକ୍ସପେରିୟନ୍ସ ଦେବ ।
ଯଦି ରିପୋର୍ଟକୁ ବିଶ୍ବାସ୍ କରାଯାଏ, ତେବେ ସାମସଙ୍ଗର ଏହି ଫୋଲ୍ଡେବଳ୍ ଫୋନଟି କମ୍ପାନୀ ଦ୍ବାରା ଡେଭଲପ୍ ହେଉଥିବା ଅଲ୍ଟ୍ରା-ଥିନ୍ ଗ୍ଲାସ୍ (UTG) ଡିସପ୍ଲେ ବ୍ୟବହାର କରିପାରିବ । ଏହି ଡିସପ୍ଲେରେ ଲେୟର ଷ୍ଟ୍ରକ୍ଚର ପାଇଁ ଫ୍ଲେକ୍ସିବଲ୍ ପଲିମର ଏବଂ ଆଡେସିଭ୍ ର ବ୍ୟବହାର କରାଯାଇପାରିବ । ସାମସଙ୍ଗର ଏହି ଅପକମିଙ୍ଗ ଫୋଲ୍ଡେବଲ୍ ଫୋନରେ ନୂଆ ହିଞ୍ଜ ସିଷ୍ଟମ ରହିବ, ଯାହା ଡିସପ୍ଲେକୁ ଉଭୟ ପାର୍ଶ୍ବରୁ ଫୋଲ୍ଡ କରିବାରେ ସାହାଯ୍ୟ କରିବ ।
ପେଟେଣ୍ଟ ଇମେଜରେ ସାମସଙ୍ଗର ଫୋନର ଟିଜାଇନରେ ଏକ ଝଲକ ମଧ୍ୟ ଦିଆଯାଇଛି, ଯାହା ଦର୍ଶାଉଛି ଯେ ଡିସପ୍ଲେକୁ ଭିତର ଏବଂ ବାହାର ଫୋଲ୍ଡ କରିବା ପରେ ଫୋନଟି କିପରି ଦେଖାଯିବ । ଆଗାମୀ ଦିନରେ ଫୋଲ୍ଡେବଲ୍ ସ୍ବାର୍ଟଫୋନ୍ ବଜାରରେ ଆହୁରି ଅନେକ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ ।