Samsung ର ଟ୍ରାଇ ଫୋଲ୍ଡେବଲ୍ ଫୋନର ଲଞ୍ଚ ଡେଟ୍ କନଫର୍ମ, ଜାଣନ୍ତୁ କ’ଣ ରହିଛି ନାଁ

Samsung ନିକଟରେ ଲଞ୍ଚ ହୋଇଥିବା Galaxy S25 ସିରିଜରେ ତିନିଥର ଫୋଲ୍ଡ ହେଉଥିବା ଏକ ସ୍ମାର୍ଟଫୋନର ଛଲକ ଦେଖାଇଛି । କମ୍ପାନୀର ଏହି ଫୋଲ୍ଡବେଲ୍ ଫୋନ୍ ଏକ ୟୁନିକ୍ ଡିଜାଇନ୍ ସହିତ ଆସିବ । ବର୍ତ୍ତମାନ ଏହି ସ୍ମାର୍ଟଫୋନକୁ ଲଞ୍ଚ ଟାଇମଲାଇନ୍ ସହିତ ନାମ ମଧ୍ୟ ସାମ୍ନାକୁ ଆସିବ । Samsung ପୂର୍ବରୁ, ଚୀନ୍ କମ୍ପାନୀ Huawei ଗତ ବର୍ଷ ତିନିଥର ଫୋଲ୍ଡ ହେଉଥିବା ଏକ ଫୋଲ୍ଡବେଲ୍ ଫୋନ୍ ଲଞ୍ଚ କରିଥିଲା । Huawei ର ଏହି ଫୋନକୁ Mate XT Ultimate ନାମରେ ଉପସ୍ଥାପନା କରାଯାଇଛି । Samsung ଫୋନରେ Huawei ତୁଳନାରେ ନୂଆ ଡିଜାଇନ୍ ଭଳି ଫୋଲ୍ଡବେଲ୍ ସ୍କ୍ରିନ୍ ଦେଖିବାକୁ ମିଳିପାରେ ।
ଦକ୍ଷିଣ କୋରିଆର ଟିପଷ୍ଟର Yeux1122 ନିଜର ବ୍ଲଗରେ Samsung ର ତିନିଥର ଫୋଲ୍ଡ ହେଉଥିବା ଫୋନର ଲଞ୍ଚ ଟାଇମଲାଇନ୍ ସହିତ ଏହାର ନାମ ମଧ୍ୟ କନଫର୍ମ କରିଛି । ଟିପଷ୍ଟର ଅନୁଯାୟୀ, Samsung ର ଏହି ଫୋନ୍ Galaxy G Fold ନାମରେ ଲଞ୍ଚ କରାଯାଇପାରିବ । ଏଥିରେ G ଷ୍ଟାଇଲର ଫୋଲ୍ଡ ହେଉଥିବା ଫୋଲ୍ଡେବଲ ସ୍କ୍ରିନ୍ ଦିଆଯାଇପାରିବ । ଏହି ଫୋଲ୍ଡେବଲ୍ ଫୋନ୍ ଆସନ୍ତା ବର୍ଷ ଜାନୁଆରୀ ୨୦୨୬ ରେ ଲଞ୍ଚ କରାଯାଇପାରିବ ।
Samsung Galaxy G Fold ରେ ୯.୯୬ ଇଞ୍ଚର ବଡ଼ ଫୋଲ୍ଡେବଲ୍ ସ୍କ୍ରିନ୍ ଦିଆଯାଇପାରିବ, ଯାହା Galaxy Z Fold ତୁଳନାରେ ବଡ଼ ହେବ । ଫୋଲ୍ଡ ହେବା ପରେ ଏହି ଫୋନର ସ୍କ୍ରିନ୍ ୬.୫୪ ଇଞ୍ଚ ହୋଇପାରିବ । Samsung ର ଏହି ଟ୍ରିପଲ ଫୋଲ୍ଡେବଲ୍ ହିଞ୍ଜ୍ ମେକାନିଜିମ୍ G ସେପ୍ ହେବ । ଯାହା Huawei ର ଟ୍ରିପଲ ଫୋଲ୍ଡେବଲ୍ ଫୋନଠାରୁ ଭିନ୍ନ ହେବ । ଏଥିରେ ମଧ୍ୟ ଦୁଇଟି ହିଞ୍ଜ୍ ଦିଆଯାଇପାରେ ।
ଏକ ରିପୋର୍ଟ ଅନୁଯାୟୀ ସାମସାଙ୍ଗ ନିଜର ତ୍ରି-ଫୋଲ୍ଡେବଳ୍ ସ୍ମାର୍ଟଫୋନର କେବଳ ଲିମିଟେଡ୍ ୟୁନିଟ୍ ପ୍ରଡ୍ୟୁସ୍ କରିବ । ଦକ୍ଷିଣ କୋରିଆର ଏହି କମ୍ପାନୀ ଏହାର ମାତ୍ର ୨ ଲକ୍ଷ ୟୁନିଟ୍ ବଜାରରେ ଲଞ୍ଚ କରିବ । ଏହି ଫୋଲ୍ଡେବଲ ଫୋନଗୁଡିକ ଭିତର ଏବଂ ବହାର ଉଭୟ ଆଡକୁ ଫୋଲ୍ଡ କରାଯାଇପାରିବ । ଏହି ଫୋନ୍ ଫୋଲ୍ଡ ହେବା ପରେ କମ୍ପାକ୍ଟ ସ୍ମାର୍ଟଫୋନ୍ ପରି ଦେଖାଯିବ ।