ଅଗଷ୍ଟ ୨୦ରେ ଭାରତରେ ଲଞ୍ଚ ହୋଇପାରେ Samsung galaxy note 10 ଏବଂ note 10 plus

ମୋବାଇଲ ଗ୍ରାହକଙ୍କ ପାଇଁ ସାମସଙ୍ଗ ଆଣି ଦେଉଛି ଖୁସି ଖବର। ସାମସଙ୍ଗ ପକ୍ଷରୁ ଦୁଇଟି galaxy note ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି। ୮ ଅଗଷ୍ଟରେ ସାମସଙ୍ଗର ଦୁଇଟି ନୂଆ ଫ୍ଲାଗସିପ ନ୍ୟୁୟର୍କରେ ଲଞ୍ଚ ହେବ। ଯେଉଁଥିରେ Samsung galaxy note 10 ଏବଂ galaxy note 10 plus ସାମିଲ ରହିଛି। ରିପୋର୍ଟ ମୁତାବକ, ଭାରତରେ Samsung galaxy note 10 ଏବଂ galaxy note 10 plus ଲଞ୍ଚ ଅଗଷ୍ଟ ୨୦ରେ ହେବ। ଗାଲାକ୍ସି ନୋଟ ୧୦ ଡିଭାଇସରେ ସାମସଙ୍ଗର Exynos 9825 କିମ୍ବା କ୍ୱାଲାକମ ସ୍ନାପଡ୍ରାଗନ ୮୫୫/୮୫୫ ପ୍ଲସ ପ୍ରୋସେସର ରହିବ। ସେହିଭଳି ଭାରତର galaxy note 10 ସିରିଜ ବିକ୍ରି ଅଗଷ୍ଟ ୨୨ କିମ୍ବା ୨୩ ତାରିଖରୁ ଆରମ୍ଭ ହେବ।

Samsung galaxy note 10ର ସେ୍ପସିଫିକେସନ
ଏପର‌୍ୟ୍ୟନ୍ତ ମିଳିଥିବା ସୂଚନା ମୁତାବକ, galaxy note 10 plus ରେ ୬.୮ ଇଞ୍ଚ ଡିସପେ୍ଲ ରହିବ। ସେହିଭଳି galaxy note 10 ରେ ୬.୩ ଇଞ୍ଚର ଡିସପେ୍ଲ ରହିବ। galaxy note 10 ରେ ୮ ଜିବି ରାମ ଏବଂ ୨୫୬ ଷ୍ଟୋରେଜ ରହିବାକୁ ଥିବା ବେଳେ galaxy note 10 plus ରେ ୧୨ ଜିବି ରାମ ଏବଂ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ରହିବ।

note

ସେହିଭଳି galaxy note 10 plus ୫ଟି ବିଭିନ୍ନ ରଙ୍ଗରେ ଉପଲବ୍ଧ ହେବ। ଏହାଛଡା ଏହି ଫୋନରେ ୪୩୦୦mAh ବ୍ୟାଟେରୀ ରହିଥିବା ବେଳେ note 10ରେ ୩୫୦୦mAh ବ୍ୟାଟେରୀ ରହିବ। ଦୁଇଟି ଯାକ ଫୋନକୁ ଫାଷ୍ଟ ଚାର୍ଜ ସପୋର୍ଟ ମଧ୍ୟ ଦିଆଯିବ। ଏଥିରେ ଏଜ ଟୁ ଏଜ ଇନଫିନିଟି ଓ ଡିସପେଲ ରହିବ ଯାହାକୁ ୟୁନିଫାଏଡ ଏସ ପେନ ଦ୍ୱାରା ଚଲାଇହେବ। ଦୁଇଟି ଯାକ ଫୋନ ଗେମିଂ ପାଇଁ ବେଶ ଉପଯୋଗ। ଏଥିପାଇଁ ମାଇକ୍ରୋସଫ୍ଟ ଏବଂ ସାମସଙ୍ଗ ଏକାଠି ଭାଗିଦାରିତା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.