ଭାରତରେ ସାମସଙ୍ଗ ଗାଲାକ୍ସି S24 Ultra ଉପରେ ମିଳୁଛି ଖାସ୍‌ ଡିସକାଉଣ୍ଟ, ଜାଣନ୍ତୁ କିପରି ଉଠାଇବେ ଫାଇଦା

ସାମସଙ୍ଗ ସୀମିତ ସମୟ ପାଇଁ ଏକ ନୂଆ ଅଫର ଆଣିଛି । ଯେଉଁଥିରେ ଏହାର ଫ୍ଲାଗସିପ୍‌ ଫୋନ୍‌ ଗାଲାକ୍ସି S24 Ultraର ମୂଲ୍ୟ ୨୦,୦୦୦ ଟଙ୍କା ହ୍ରାସ କରାଯାଇଛି । S24 Ultra ଯାହାର ମୂଲ୍ୟ ୧,୨୯,୦୦୦ ଟଙ୍କା । ଏକ ପ୍ରମୋସନାଲ ସେଲ୍‌ ଅଫର ଯୋଗୁଁ ବର୍ତ୍ତମାନ ଏହାର ମୂଲ୍ୟ ୧,୦୯,୯୯୯ ଟଙ୍କା ରଖାଯାଇଛି । ଏହି ବିଶେଷ ଅଫର ବହୁତ କମ୍‌ ସମୟ ପାଇଁ ରଖାଯାଇଛି ।

ଜାଣି ରଖନ୍ତୁ ଏହାର ଫିଚର୍ସ:

ଯଦି ଆପଣ ପୁରୁଣା ଜେନେରେସନର ମଡେଲ ବଦଳାଇବାକୁ ପସନ୍ଦ କରନ୍ତି । ତେବେ, ଅଫର ଡିଟେଲ୍ସ ଅନୁଯାୟୀ, ଆପଣ ଗାଲାକ୍ସି S24 Ultra ଉପରେ ୮,୦୦୦ ଟଙ୍କା୍‌ ଏବଂ ଅବଶିଷ୍ଟ ୧୨,୦୦୦ ଟଙ୍କା ବୋନସ ହିସାବରେ ପାଇପାରିବେ । ଯଦି ନିର୍ଦ୍ଦିଷ୍ଟ ବ୍ୟାଙ୍କ କାର୍ଡ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ୧୨,୦୦୦ ଟଙ୍କାର କ୍ୟାସବ୍ୟାକ୍‌ ମଧ୍ୟ ମିଳିବ ।

ଏହା ସହିତ, ଅଧିକ ସୁଲଭ ମୂଲ୍ୟ ଖୋଜୁଥିବା ଗ୍ରାହକମାନେ ୨୪ ମାସ ପାଇଁ ବିନା ମୂଲ୍ୟରେ EMI ପାଇପାରିବେ । ଏହି ଅଫର ସମସ୍ତ ଅନଲାଇନ୍‌ ଏବଂ ଅଫଲାଇନ ଷ୍ଟୋର ଗୁଡିକରେ ଉପଲବ୍ଧ ହେବ ।

ସାମସଙ୍ଗ ଗାଲାକ୍ସି S24 Ultra :
S24 Ultra ସାମସଙ୍ଗ କିବୋର୍ଡରେ ରହିଛି, ଲାଇଭ୍‌ ଟ୍ରାନ୍ସଲେଟ୍‌, ଚାଟ୍‌ ଆସିଷ୍ଟ, AI

ଗାଲାକ୍ସି S24 Ultraରେ Corning Gorilla Armor ପ୍ରୋଟେକ୍ସନ ସହିତ ୬.୮ ଇଞ୍ଚ ଫ୍ଲାଟ୍‌ ସ୍କ୍ରିନ୍‌ ରହିଛି । ଡିଭାଇସ୍‌ ସ୍ନାପଡ୍ରାଗନ୍‌ ୮ ଜେନ ୩ ଚିପସେଟ ଦ୍ୱାରା ଚାଲିଥାଏ । ୭ ବର୍ଷର OS ଅପଗ୍ରେଡ୍‌ ଏବଂ ଗାଲାକ୍ସି S24 Ultra ପାଇଁ ୭ ବର୍ଷର ସୁରକ୍ଷା ଅପଡେଟ୍‌ ପାଇପାରିବେ ।
ଏଥିରେ ୧୨୦ ଡିଗ୍ରି ଫିଲ୍ଠ ଅଫ୍‌ ଭିୟୁ ସହିତ ୧୨MP ଅଲଟ୍ରା ଓ୍ଵାଇଡ୍‌ କ୍ୟାମେରା ରହିଛି । OIS ସହିତ ୨୦୦MP ଓ୍ଵାଇଡ୍‌ ଲେନ୍ସ ଏବଂ 5x ଓ 3x ଅପ୍ଟିକାଲ୍‌ ଜୁମ୍‌ ସହିତ କ୍ୟାମେରା ଅଛି । ଗାଲାକ୍ସି S24 Ultraର 12GB + 1TB, 12GB + 512GB ଏବଂ 12GB + 256GB ର ମେମୋରୀ ଏବଂ
ଷ୍ଟୋରେଜ୍‌ ରହିଛି । ଏହା ସହିତ ଏହି ଫୋନ୍ ଟାଇଟାନିୟମ୍‌ ଗ୍ରେ, ଟାଇଟାନିୟମ୍‌ ଭାୟୋଲେଟ୍‌, ଟାଇଟାନିୟମ୍‌ ବ୍ଲାକ୍‌ ଏବଂ ଟାଇଟାନିୟମ୍‌ ୟେଲୋ କଲର ଅପ୍ସନ ସହିତ ଆସିଥାଏ ।

You might also like