ଲଞ୍ଚହେଲା ସାମସଙ୍ଗର Galaxy Ring, ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ରହିଛି ବଢ଼ିଆ ଫିଚର୍ସ

ସାମସଙ୍ଗ ଏହାର ମ୍ୟାଜିକାଲ୍ ରିଙ୍ଗ୍ ଅର୍ଥାତ୍ ଗ୍ୟାଲାକ୍ସି ରିଙ୍ଗ୍ ଅଫିସିଆଲ ଭାବେ ଲଞ୍ଚ କରିଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ହୋଇଥିବା ସାମସଙ୍ଗ ଗ୍ୟାଲାକ୍ସି ଅନପ୍ୟାକ୍ ଇଭେଣ୍ଟ ୨୦୨୪ରେ କମ୍ପାନୀ ଗ୍ୟାଲାକ୍ସି ରିଙ୍ଗ ଲଞ୍ଚ କରିଛି । ଏହି ରିଙ୍ଗ ସାମସଙ୍ଗର ନୂଆ ହେଲ୍ଥ ଆପ୍ ସାମସଙ୍ଗ ହେଲପ୍ ଦ୍ୱାରା ୟୁଜର୍ସଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବ । ଏହାର ଖାସ୍ କଥା ହେଉଛି ଏହି ରିଙ୍ଗକୁ ବ୍ୟବହାର କଲେ ୟୁଜରମାନଙ୍କୁ କୌଣସି ପ୍ରକାରର ସବସ୍କ୍ରିପସନ୍ ଚାର୍ଜ ଦେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଏହି ରିଙ୍ଗର ସ୍ପେସିଫିକେସନ ବିଷୟରେ ଜାଣିବା ।
କମ୍ପାନୀ କନକେଭ୍ ଡିଜାଇନରେ ଗ୍ୟାଲାକ୍ସି ରିଙ୍ଗକୁ ଲଞ୍ଚ କରିଛି । ଗ୍ୟାଲାକ୍ସି ରିଙ୍ଗ ତିଆରି କରିବା ପାଇଁ ଟାଇଟାନିୟମ୍ ମେଟାଲ ବ୍ୟବହାର ହୋଇଛି । ଗ୍ୟାଲାକ୍ସି ରିଙ୍ଗ ଟାଇଟାନିୟମ୍ ବ୍ଲାକ୍, ଟାଇଟାନିୟମ୍ ସିଲଭର, ଟାଇଟାନିୟମ୍ ଗୋଲ୍ଡ ଭଳି ତିନୋଟି କଲର ଅପ୍ସନରେ ଉପଲବ୍ଧ ହେବ । ୟୁଜରଙ୍କ ପାଇଁ ୯ ସାଇଜ୍ ଅପ୍ସନରେ ଗ୍ୟାଲାକ୍ସି ରିଙ୍ଗ ଲଞ୍ଚ କରାଯାଇଛି ।
ସାମସଙ୍ଗ ଗ୍ୟାଲାକ୍ସି ରିଙ୍ଗରେ ଡବଲ୍ ପିଚ୍ ଗେସ୍ଚର କଣ୍ଟ୍ରୋଲ୍ ଦିଆଯାଇଛି, ଯାହା ଦ୍ୱାରା ରିଙ୍ଗ ଚଳାଇବା ସହଜ ହେବ । ୟୁଜରମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ସାମସଙ୍ଗ ହେଲ୍ଥ ଅପ୍ସନ ଦେଇଛି, ଯେଉଁଥିରେ କମ୍ପାନୀ ଅନେକ ମୋଡ୍ ଯୋଡିଛି । ଗ୍ୟାଲାକ୍ସି ରିଙ୍ଗକୁ ଫୁଲ୍ ଚାର୍ଜ କରିବା ପରେ ଆପଣ ଏହାକୁ ୭ ଦିନ ବ୍ୟବହାର କରିପାରିବେ, ରିଙ୍ଗ ସହିତ ଏକ ଚାର୍ଜିଂ କେସ୍ ମଧ୍ୟ ରହିବ । ଗ୍ୟାଲାକ୍ସି ରିଙ୍ଗରେ ଏକ ଓ୍ଵାଟର ରେସିଷ୍ଟାନ୍ସ ଫିଚର ଦିଆଯାଇଛି, ଯାହା ୧୦୦ ମିଟର ପର୍ଯ୍ୟନ୍ତ ପାଣିର ଚାପକୁ ସହିପାରିବ ।