Samsungର ନୂଆ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ଲିକ୍‌! ଦେଖନ୍ତୁ ଫଟୋ

ସାଉଥ୍‌ କୋରିଆନ୍‌ ଟେକ୍ନୋଲୋଜି କମ୍ପାନୀ ‘Samsung’ ଏ ପଯ୍ୟର୍ନ୍ତ ଫୋଲ୍ଡେବଲ୍‌ ଡିସ୍‌ପ୍ଲେ ଥିବା ଦୁଇଟି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିସାରିଛି। ବର୍ତ୍ତମାନ କମ୍ପାନୀ ନିଜର ତୃତୀୟ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ର ପ୍ରସ୍ତୁତି ଚଳାଇଛି। ତେବେ କିଛି ଫଟୋ ଇଣ୍ଟରନେଟ୍‌ରେ ଶେୟାର କରାଯାଇଛି, ଯାହାକୁ କୁହାଯାଉଛି ‘Galaxy Fold 2’ ସ୍ମାର୍ଟଫୋନ୍‌।

phn4

ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳୁଥିବା ସ୍ମାର୍ଟଫୋନ୍‌ Galaxy Fold ଭଳି ଫୋଲ୍ଡେବଲ୍‌ ନୁହେଁ, ବରଂ ଏହା Moto Razr ଭଳି ଦେଖାଯାଉଛି। ଏହା କ୍ଲେମ୍‌ଶେଲ୍‌ ହେବ ଏବଂ Galaxy Fold ଭଳି ଏହାର ଡିସ୍‌ପ୍ଲେ ବଡ଼ ହେବନି। ମୋଡ଼ିବା ପରେ ଏହା ବହୁତ ଛୋଟ ସ୍ମାର୍ଟଫୋନ୍‌ ହୋଇଯିବ।


ଏହି ଫଟୋଗୁଡ଼ିକୁ ଦେଖି ଏମିତି ଲାଗୁଛି, ଯେମିତି Samsung ଆଗକୁ କିଛି ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିପାରେ। ଯଦିଓ ଏ ନେଇ କମ୍ପାନୀ କୌଣସି ବି ସୂଚନା ଦେଇନି। Galaxy Foldରେ ହିଂଜ୍‌(କବ୍‌ଜା) ଦିଆଯାଇଛି, ଯେଉଁ କାରଣରୁ ଏହା ବହି ଭଳି ଖୋଲିଥାଏ ଏବଂ ବନ୍ଦ ହୋଇଥାଏ। କିନ୍ତୁ ଏଥର ଏହି ଫୋନ୍‌ ବହି ଭଳି ଖୋଲିବ ନାହିଁ, ବରଂ ଏକ ଟ୍ରାଡିଶନାଲ୍‌ ସ୍ମାର୍ଟଫୋନ୍‌ ଭଳି ବନ୍ଦ ହେବ। ଯେଉଁ ଫଟୋଗୁଡ଼ିକ ଲିକ୍‌ ହୋଇଛି, ତାହା Galaxy Foldଠାରୁ ବହୁତ ଛୋଟ ହେବ।

phn2

Galaxy Fold 2ରେ ୩.୫ ଏମ୍‌ଏମ୍‌ ହେଡ୍‌ଫୋନ୍‌ ଜ୍ୟାକ୍‌ ଦିଆଯିବ। ଏହାସହିତ ଏଥିରେ Android 10 ବେସ୍‌ଡ One UI 2.0 ଦିଆଯାଇଛି। କମ୍ପାନୀ ଏଥିରେ Qualcommର ଇନ୍‌ ହାଉସ୍‌ Exynos ପ୍ରୋସେସର ଦେବ। ଏହି ସ୍ମାର୍ଟଫୋନ୍‌ରେ 6GB ର‍୍ୟାମ୍‌ ସହ 128GBର ଇଣ୍ଟର୍ନାଲ ଷ୍ଟୋରେଜ୍‌ ଦିଆଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.