ଲଞ୍ଚ୍‌ ହେଲା Samsungର ୱେୟାରଲେସ୍‌ ଇୟରଫୋନ୍‌ Galaxy Buds+, ଜାଣନ୍ତୁ କେତେ ରହିଛି ଦାମ୍‌

ଦକ୍ଷିଣ କୋରିଆର ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘Samsung’ ସେନ୍‌ ଫ୍ରାନ୍ସିସ୍କୋରେ ଅନ୍‌ପ୍ୟାକ୍‌ଡ ଇଭେଣ୍ଟର ଆୟୋଜନ କରିଥିଲା। ଏହି ଅବସରରେ କମ୍ପାନୀ େଓ୍ଵୟାରଲେସ୍‌ ଇୟରଫୋନ୍‌ Galaxy Buds+ ଲଞ୍ଚ୍‌ କରିଛି। ଏହାର ଦାମ୍‌ ରହିଛି ୧୪୯ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୧୦,୬୧୦ ଟଙ୍କା। କଲିଂ ସମୟରେ ଏଥିରେ ଭଲ ଭଏସ୍‌ କ୍ୱାଲିଟି ପାଇଁ ୩ଟି ମାଇକ୍‌ ଦିଆଯାଇଛି। ଏହାଛଡ଼ା ଦୁଇଟି ସ୍ପୀକର ମଧ୍ୟ ଆପଣଙ୍କୁ ମିଳିପାରିବ।

a3

ଫିଚର୍ସ

ପୁରୁଣା ସାମ୍‌ସଙ୍ଗ Bud ତୁଳନାରେ ନୂଆ Galaxy Buds+ରେ ବଡ଼ ବ୍ୟାଟେରୀ ଦିଆଯାଇଛି। କମ୍ପାନୀ ଦାବି କରିଛି ଯେ ନୂଆ ଇୟରଫୋନ୍ସ ୧୧ ଘଣ୍ଟାର ପ୍ଲେବ୍ୟାକ୍‌ ଟାଇମ୍‌ ଦେଇଥାଏ। ଏହା ଟଚ୍‌ ଫିଚର ସହିତ ଆସୁଛି। ଏଥିରେ କେତେ ପ୍ରକାରର ସେନ୍ସର ମଧ୍ୟ ଦିଆଯାଇଛି।

aa1

Galaxy Buds+ ୩ଟି କଲର୍‌ ଯଥା ବ୍ଲାକ୍‌, ବ୍ଲୁ ଏବଂ ହ୍ଵାଇଟରେ ଆସୁଛି। ସବୁଠାରୁ ଖାସ୍‌ କଥା ହେଉଛି, Buds+ ଇୟରଫୋନ୍ସ iOS ଡିଭାଇସ୍‌ ସହିତ ବି କନେକ୍ଟ ହୋଇଯାଇଥାଏ। ଗ୍ଲୋବାଲ ମାର୍କେଟ୍‌ରେ ଏହି ସିରିଜ୍‌ର ସେଲ୍‌ ୬ ମାର୍ଚ୍ଚରୁ ଆରମ୍ଭ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.