Huaweiକୁ ଟକ୍କର ଦେବାକୁ ଯାଉଛି Samsungର ନୂଆ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ୍, ଲିକ୍ ହେଲା ଡିଟେଲସ୍

ଦକ୍ଷିଣ କୋରିଆର ଲୋକପ୍ରିୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାମସଙ୍ଗ ଖୁବ୍ ଶୀଘ୍ର ଏକ ଟ୍ରିପଲ୍ ଫୋଲ୍ଡ ଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ନିକଟରେ Huawei Mate XT Ultimate Edition ଲଞ୍ଚ କରିଥିଲା, ଯାହାକୁ ସାମସଙ୍ଗ ବର୍ତ୍ତମାନ କଠୋର ପ୍ରତିଯୋଗିତା ଦେବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ, Xiaomi, Honor ଏବଂ Oppo ଭଳି ଅନ୍ୟ କେତେକ କମ୍ପାନୀ ମଧ୍ୟ ସ୍ମାର୍ଟଫୋନରେ ଟ୍ରାଇ-ଫୋଲ୍ଡ ଡିସପ୍ଲେ ସହିତ କାର୍ଯ୍ୟ କରୁଛନ୍ତି ।
କୋରିଆର ଏକ ରିପୋର୍ଟ ଅନୁଯାୟୀ ସାମସଙ୍ଗ ଏକ ଏଣ୍ଟ୍ରି ଲେଭଲ୍ କ୍ଲାମସେଲ୍ ଷ୍ଟାଇଲ୍ ଫୋଲଡେବଲ୍ ସ୍ମାର୍ଟଫୋନ୍ ସହିତ ଦୁଇଥର ଫୋଲ୍ଡ୍ ହୋଇପାରୁଥିବା ଏକ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯୋଜନା କରିଛି । ଆସନ୍ତା ବର୍ଷ ସୁଦ୍ଧା ଏହି ଫୋନ୍ ମାର୍କେଟରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଏକ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନର ବ୍ୟବହୃତ ହେବାକୁ ଥିବା କାମ୍ପୋନେଣ୍ଟସଗୁଡ଼ିକ ପ୍ଲାନ୍ କରାଯାଇଛି ।
କହିରଖୁଛୁ ଯେ କିଛି ସମୟ ପୂର୍ବରୁ ସାମସଙ୍ଗ ଏହାର ଫୋଲଡେବଲ୍ ସ୍ମାର୍ଟଫୋନ୍ ସିରିଜରେ Galaxy Z Flip 6 ଏବଂ Galaxy Z Fold 6 ଫୋନ୍ ଲଞ୍ଚ କରିଥିଲା । ତେବେ ଏହି ସ୍ମାର୍ଟଫୋନ୍ ଗୁଡ଼ିକର ବଜାର ଚାହିଦା ବେଶ ଭଲ ନଥିଲା । ଆଗାମୀ ସମୟରେ, Huawei କୁ କଠୋର ପ୍ରତିଯୋଗିତା ଦେବାକୁ ଯାଉଛି ।
Huawei Mate XT ଦୁନିଆର ପ୍ରଥମ ଟ୍ରାଇ ଫୋଲ୍ଡ ସ୍ମାର୍ଟଫୋନ୍ । ନିକଟରେ ଏହି ଫୋନ ଚାଇନାରେ ଲଞ୍ଚ କରାଯାଇଥିଲା । ଏହି ଫୋନ୍ ଲଞ୍ଚ ହେବା ପୂର୍ବରୁ ହିଁ ଖୁବ ଟ୍ରେଣ୍ଡରେ ଥିଲା । ବର୍ତ୍ତମାନ ସାମସଙ୍ଗର ଟ୍ରିପଲ୍ ଫୋଲ୍ଡ ଫୋନ୍ ଲୋକଙ୍କ ଆଶା ପୂରଣ କରିବ ନା ନାହିଁ ତାହା ଦେଖିବା ମଜାଦାର ହେବ ।