ଏହି ଦେଶରେ ମିଳୁଛି ୩୭୭.୨ Mbps ଇଣ୍ଟରନେଟ୍‌ ସ୍ପିଡ୍‌, ମାତ୍ର କିଛି ସେକେଣ୍ଡରେ ଡାଉନ୍‌ଲୋଡ୍‌ ହୋଇଯିବ ଫୁଲ ଫିଲ୍ମ

ଇଣ୍ଟରନେଟ୍‌ କନେକ୍ଟିଭିଟିର ପଞ୍ଚମ ଜେନେରେସନ୍‌ ବା ୫ଜି ଟେକ୍ନିକ୍‌ ଦୁନିଆର କେତେକ ଦେଶରେ ଆରମ୍ଭ ହେଇସାରିଲାଣି। ୟୁଜରମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ ଦେଲେଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ସାଉଦି ଆରବରେ ୫ଜି ଇଣ୍ଟରନେଟ୍‌ ସ୍ପିଡ୍‌ ୩୭୭.୨ Mbps ରହିଛି। ଏହା ମାଧ୍ୟମରେ ମାତ୍ର କିଛି ସେକେଣ୍ଡରେ ଆପଣ ଏଚ୍‌ଡି ମୁଭି ଓ ଅଧିକ ମେମୋରିଯୁକ୍ତ କଣ୍ଟେଣ୍ଟକୁ ସହଜରେ ଡାଉନ୍‌ଲୋଡ୍‌ କରିପାରିବେ। ସେହିପରି ଦୁଇ ନମ୍ବରରେ ରହିଛି ଦକ୍ଷିଣ କୋରିଆ। ଦକ୍ଷିଣ କୋରିଆରେ ପ୍ରାୟ ୩୩୬.୧ Mbps ରେ ନେଟ୍‌ ମିଳୁଛି।

ଏହି ଲାଟେଷ୍ଟ ରିପୋର୍ଟ ଇଣ୍ଡଷ୍ଟ୍ରୀ ଟ୍ରେକର ଓପନ୍‌ ସିଗନାଲ ତରଫରୁ ସେୟାର କରାଯାଇଛି। ଏଥିରେ କୁହାଯାଇଛି ସାଉଦି ଆରବରେ ଆଭରେଜ୍‌ ୫ଜି ଡାଉନ୍‌ଲୋଡ୍‌ ସ୍ପିଡ ୩୭୭.୨ Mbps ମିଳେ। ଏହା ଦୁନିଆର ବାକି ଦେଶରେ ମିଳୁଥିବା ଇଣ୍ଟରନେଟ୍‌ ସ୍ପିଡ୍‌ଠାରୁ ବହୁତ ଅଧିକ।
ସୂଚନାଯୋଗ୍ୟ ଯେ ଓପନ୍‌ ସିଗ୍‌ନାଲ ତରଫରୁ ୧ ଜୁଲାଇରୁ ୨୮ ସେପ୍ଟେମ୍ବର ମଧ୍ୟରେ ସାରା ବିଶ୍ୱର ୧୫ଟି ଦେଶରେ ୫ଜି ଇଣ୍ଟରନେଟ୍‌ ସ୍ପିଡ୍‌କୁ ଟେଷ୍ଟ କରାଯାଇଥିଲା। ଏଥିରେ ସାଉଦି ଆରବ ପରେ ଦକ୍ଷିଣ କୋରିଆକୁ ଦ୍ୱିତୀୟ ସ୍ଥାନରେ ରଖାଯାଇଛି। ସେଠାରେ ୟୁଜର୍ସଙ୍କୁ ୩୩୬.୧ Mbps ସ୍ପିଡ୍‌ରେ ଇଣ୍ଟରନେଟ୍‌ ମିଳୁଛି।

ଟେଲିକମ୍‌ କମ୍ପାନୀ ଭାରତରେ ଖୁବ୍‌ ସ୍ପିଡ୍‌ରେ ୫ଜି ଟେକ୍ନିକ୍‌କୁ ଖୁବ୍‌ଶୀଘ୍ର ଲଞ୍ଚ୍‌ କରିବାକୁ ଯାଉଛି। କୁହାଯାଉଛି ଆସନ୍ତା ବର୍ଷ ଏହାକୁ ଦେଶରେ ଟେଷ୍ଟ କରାଯିବ। ରିପୋର୍ଟ ମୁତାବକ କ୍ୱାଲକମ୍‌ ରିଲାୟାନ୍ସ ଜିଓ ସହ ମିଶି କିଛି ଦିନ ତଳେ ୫ଜି ନେଟ୍‌ଓ୍ଵାର୍କର ଟେଷ୍ଟିଂ କରିଛି। କମ୍ପାନୀର କହିବାନୁସାରେ ଏହା ସାହାଯ୍ୟରେ ଭାରତରେ ୟୁଜର୍ସଙ୍କୁ ୧ Gbps ପର୍ଯ୍ୟନ୍ତ ୫ଜି ସ୍ପିଡ୍‌ ମିଳିବ। ଏହା ବ୍ୟତୀତ ଜିଓ ଭାରତରେ ଶସ୍ତା ୫ଜି ସ୍ମାର୍ଟଫୋନ୍‌କୁ ବଜାର ପ୍ରବେଶ କରିବାକୁ ଯୋଜନା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.