ଗ୍ରାହକଙ୍କୁ ସତର୍କ କରାଇଲା ଏସବିଆଇ, ଏଟିଏମରୁ ଟଙ୍କା ଉଠାଇବାବେଳେ ନିଶ୍ଚିତ ଏହାଉପରେ ଧ୍ୟାନ ଦିଅନ୍ତୁ

କଣ ଆପଣ ଷ୍ଟେଟ ବ୍ୟାଙ୍କ ଗ୍ରାହକ। ତାହେଲେ ଆମର ଏ ସୂଚନା ଉପରେ ଟିକେ ଧ୍ୟାନ ଦିଅନ୍ତୁ। ନିଜ ଗ୍ରାହକଙ୍କର ସୁରକ୍ଷା ପାଇଁ ବ୍ୟାଙ୍କ ସବୁବେଳେ ଠକାମୀ ଏବଂ ଟ୍ରାନଜାକସନକୁ ନେଇ ସତର୍କ କରାଏ। ଏସବିଆଇ ସବୁବେଳେ ତାର ଗ୍ରାହକଙ୍କ ସୁରକ୍ଷା ପାଇଁ ତତ୍ପର ଥାଏ। ଯାହାଦ୍ୱାରା ଗ୍ରାହକଙ୍କ ଆକାଉଣ୍ଟକୁ ପ୍ରବେଶ କରିବା ପାଇଁ ଫିସିଂ, ହ୍ୟାକିଂ କିମ୍ବା ଜାଲିଆତି ପ୍ରୟାସକୁ ଚିହ୍ନଟ କରି ସେମାନଙ୍କ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ସର୍ବଦା ସଜାଗ ରହିଆସିଛି ଏସବିଆଇ।

ଏସବିଆଇ ଟ୍ଵିଟ କରି ଜଣାଇଛି ଯେ ଠକାମୀ ଏବଂ ଧୋକାଦରେୀ ମାମଲାରେ ଆପଣଙ୍କୁ ସହାୟ ହେବ ଓଟିପି। ଏହା ଆପଣଙ୍କୁ ଧୋକାଦାରୀରେ ସବୁବେଳେ ରକ୍ଷା କରିବ। ଆପଣ ଓଠିପି ମାଧ୍ୟମରେ ହିଁ ଫ୍ରଡରୁ ନିଜକୁ ରକ୍ଷା କରିପାରିବେ। ଏସବିଆଇ ଏଥିପାଇଁ ଜଣାଇଛି ଓଟିପି ଦ୍ୱାରା ଆପଣ କେମିତି ଫ୍ରଡରୁ ଆଲର୍ଟ ହୋଇପାରିବେ।

ଏଥିପାଇଁ ଆପଣଙ୍କୁ ନିଜ ରେଜିଷ୍ଟର ମୋବାଇଲ ନମ୍ବରରେ ଏକ ଓଟିପି ଦିଆଯିବ। ଯାହାର ଉପଯୋଗ ଆପଣ ଏଟିଏମରୁ ଟଙ୍କା ଉଠାଇବାବେଳେ କରିପାରିବେ। ଏହି ଓଟିପି ଏକ ଚାରି ଅଙ୍କର କୋଡ। ଏହି ଓଟିପି ହିଁ କାର୍ଡଧାରକଙ୍କୁ ଅନଲାଇନ୍‌ ଫ୍ରଡରୁ ରକ୍ଷା କରିପାରିବ।

ଆପଣ ଏହି ଓଟିପି ବ୍ୟବସ୍ଥା ସେତେବେଳେ କାର୍ଯ୍ୟକାରୀ କରିପାରିବେ ଯେତେବେଳେ ଆପଣ ଏଟିଏମରୁ ୧୦,୦୦୦ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କା ଉଠାଇବେ। ଆପଣଙ୍କ ଜଣାଇବାକୁ ଚାହିଁବୁ ଯେ ଏହି ଓଟିପିି ବ୍ୟବସ୍ଥା ଗତ ବର୍ଷ ଜାନୁୟରୀ ମାସରୁ ଲାଗୁ ହେଲାଣି।

ବ୍ୟାଙ୍କ ଗ୍ରାହକଙ୍କ ସୁରକ୍ଷା ପାଇଁ ପ୍ରତିଦିନ ଆଲର୍ଟ ଜାରି କରିଆସୁଛି। ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରଖିବାକୁ ଏସବିଆଇ ଚେଷ୍ଟା ଜାରି ରଖିଛି। ଆଉ ଏଥିପାଇଁ ବ୍ୟାଙ୍କ ଏହାର ଟ୍ୱିଟର ହ୍ୟାଣ୍ଡେଲ ଏବଂ ଏମଏମଏସ ମାଧ୍ୟମରେ ଗ୍ରାହକଙ୍କୁ ଆଲର୍ଟ କରୁଛି।

ତେବେ ଏସବିଆଇ ଗ୍ରାହକଙ୍କ ସୁବିଧା ପାଇଁ ‘ଗ୍ରାହକ କେୟାର ନମ୍ବର’ ମଧ୍ୟ ଜାରି କରିଛି। ଆପଣଙ୍କୁ କୌଣସି ସମସ୍ୟା ହେଲେ କିମ୍ବା କୌଣସି କଥାକୁ ନେଇ ଦ୍ୱନ୍ଦରେ ଥିଲେ ଆପଣ ସୂଚନା ପାଇବା ପାଇଁ କଷ୍ଟମର କେୟାର ନମ୍ବର୍ସ 1800 11 2211, 1800 425 3800 କିମ୍ବା 080 26599990ରେ ସମ୍ପର୍କ କରି ବ୍ୟାଙ୍କ ସମ୍ଭନ୍ଧୀୟ କୌଣସି ବି ବିବରଣୀ ସହଜରେ ପାଇପାରିବେ।

Leave A Reply

Your email address will not be published.