ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି, ଏଣିକି ଘରେ ବସି WhatsAppରେ ଚେକ୍ କରିପାରିବେ ଆକାଉଣ୍ଟ ବାଲାନ୍ସ,, ଜାଣନ୍ତୁ କିପରି
ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର ବର୍ତ୍ତମାନ ଆପଣଙ୍କୁ ବ୍ୟାଙ୍କକୁ ଯାଇ ବ୍ୟାଙ୍କ ସହ ଜଡିତ ଛୋଟ କାମ ପାଇଁ ଲାଇନରେ ଛିଡା ହେବାକୁ ପଡିବ ନାହିଁ। SBI ନିକଟରେ ଗ୍ରାହକଙ୍କ ପାଇଁ ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି। ଏହାଦ୍ୱାରା ଗ୍ରାହକମାନେ ହ୍ୱାଟ୍ସଆପ୍ରେ ଆକାଉଣ୍ଟ୍ ବାଲାନ୍ସ ଓ ମିନି ଷ୍ଟେଟମେଣ୍ଟ୍ ଚେକ୍ କରିପାରିବେ। ମିନି ଷ୍ଟେଟମେଣ୍ଟରେ ବ୍ୟାଙ୍କ ପକ୍ଷରୁ ଶେଷ ୫ ଟ୍ରାଞ୍ଜାକ୍ସନ୍(ନେଣଦେଣ)ଆପଣଙ୍କୁ ମିଳିପାରିବ। ତେବେ ଆସନ୍ତୁ ଜାଣିବା ସେଇ ସବୁ ସେବା ଗୁଡିକ ବିଷୟରେ ।
ଆପଣ ଏହି ସୂଚନା ଜାଣିବା ପାଇଁ SBI ର ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରିପାରିବେ:
1. ଆକାଉଣ୍ଟ୍ ବାଲାନ୍ସ
2. ମିନି ଷ୍ଟେଟମେଣ୍ଟ
3. ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍ରୁ Deregister ଇତ୍ୟାଦି
ଏସବିଆଇ ଏହା ମଧ୍ୟ ପ୍ରକାଶ କରିଛି ଯେ ବର୍ତ୍ତମାନ ଆକାଉଣ୍ଟଧାରୀମାନେ YONO ଆପରେ ଲଗଇନ ନକରି କିମ୍ବା ଏଟିଏମ୍ ନଯାଇ ମଧ୍ୟ SBI ଗ୍ରାହକ ମିନି ଷ୍ଟେଟେମେଣ୍ଟ୍ ସମ୍ପର୍କରେ ତଥ୍ୟ ପାଇପାରିବେ। ତେଣୁ, ଯଦି ଆପଣଙ୍କର SBI ସହିତ ଏକ ଆକାଉଣ୍ଟ୍ ଅଛି ଓ ଆପଣ SBIର ନୂଆ ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍ ସେବା ଜାଣିବା ପାଇଁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କୁ ଏଥିପାଇଁ ଆପଣଙ୍କ SBI ଆକାଉଣ୍ଟକୁ ରେଜିଷ୍ଟର କରିବାକୁ ପଡ଼ିବ। ପ୍ରଥମେ ଏକ SMS ମାଧ୍ୟମରେ ଆପଣଙ୍କ ସହମତି ଦେବାକୁ ପଡିବ।
ଜାଣନ୍ତୁ, କେମିତି ରେଜିଷ୍ଟର କରିବେ SBI ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ୍ ସେବା
1: ବ୍ୟାଙ୍କରେ ରେଜିଷ୍ଟର ଥିବା ମୋବାଇଲ୍ ନମ୍ବରରୁ ‘WAREG A/c No ଦେଇ 917208933148’ ନମ୍ବରକୁ ପଠାନ୍ତୁ
2: ରେଜିଷ୍ଟର ହୋଇଗଲା ପରେ ‘Hi’ ଲେଖି +919022690226 ନମ୍ବରରେ ପଠାନ୍ତୁ
3: କିମ୍ବା ଆପଣଙ୍କ ପାଖକୁ ଆସିଥିବା ହ୍ୱାଟ୍ସଆପ୍ ମେସେଜ୍ରେ ରିପ୍ଲାଏ ଦେଇପାରିବେ
4: ଏହାପରେ ହ୍ୱାଟ୍ସଆପ୍ରେ ଆପଣଙ୍କ ପାଖକୁ କିଛି ଅପସନ୍ ଯିବ, କିମ୍ବା ଆପଣ କିଛି ପ୍ରଶ୍ନ ଟାଇପ୍ କରି ପଠାଇପାରିବେ
5: ଆପଣଙ୍କ ପ୍ରଶ୍ନ ଅନୁସାରେ SBI WhatsApp bot ରେ ଆପଣ ଆକାଉଣ୍ଟ୍ ବାଲାନ୍ସ ଓ ମିନି ଷ୍ଟେଟମେଣ୍ଟ୍ ପାଇପାରିବେ
ଯଦି ଆପଣ SBI ହ୍ୱାଟ୍ସଆପ୍ ବ୍ୟାଙ୍କିଙ୍ଗ ସେବାରୁ ଡିରେଜିଷ୍ଟର କରିବାକୁ ଚାହୁଁଛନ୍ତି, ତା’ହେଲେ ଅପସନ୍ ୩ ଚୟନ କରିପାରିବେ।