ଟେକ୍

ବାଇକ ପାଇଁ ଲୋନ୍‌ ନେବା ହେଲା ସହଜ, ମାତ୍ର ମିନିଟରେ ଘରେ ବସି ପାଆନ୍ତୁ ୩ ଲକ୍ଷ ଟଙ୍କା

ଆପଣଙ୍କ ପାଇଁ ଖୁସି ଖବର। ଷ୍ଟେଟ ବ୍ୟାଙ୍କ ଆପଣଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ପାଇଁ ବଢ଼ିଆ ଖବର ଆଣିଛି ଏସବିଆଇ। ଆପଣଙ୍କ ଗାଡି କିଣିବା ସ୍ୱପ୍ନ ପୂରଣ କରିବ ଏସବିଆଇ। ଆଉ ଆପଣଙ୍କୁ ଟଙ୍କା ପାଇଁ ଚିନ୍ତା କରିବାକୁ ପଡିବନି। ବ୍ୟାଙ୍କ ଆପଣଙ୍କ ସୁବିଧା ପାଇଁ ପ୍ରି-ଆପ୍ରୁଭଡ ଟୁ-ହ୍ଵିଲର ଲୋନ ‘SBI Easy Ride’ ଯୋଜନା ଆରମ୍ଭ କରିଛି। ଏହି ଯୋଜନା ଅନୁଯାୟୀ ଯଦି ଆପଣ ଯୋଗ୍ୟ ଗ୍ରାହକ ତାହେଲେ ବିନା ବ୍ୟାଙ୍କ ଶାଖାକୁ ଯାଇ ଆପଣ ଲୋନ୍‌ ନେଇପାରିବେ।

ଏସବିଆଇର ୟୋନୋ ଆପ୍‌ ଜରିଆରେ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ଟୁ-ହ୍ଵିଲର ଲୋନର ଫାଇଦା ନେଇପାରିବେ। ଏହି ସ୍କିମ ଅନୁଯାୟୀ କଷ୍ଟମରଙ୍କୁ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ‘ଟୁ-ହ୍ଵିଲର ଲୋନ’ ମିଳିପାରିବ। ଏଥିପାଇଁ ୪ ବର୍ଷର ମ୍ୟାକ୍ସିମମ୍‌ ଡ୍ୟୁରେସନ ପାଇଁ ୩ ଲକ୍ଷ ଲୋନରେ ୧୦.୫% ସୁଧ ଦେବାକୁ ହେବ। ଏହି ସ୍କିମରେ ମିନିମମ୍‌ ଲୋନ୍‌ ଆମାଉଣ୍ଟ ୨୦, ୦୦୦ ଟଙ୍କା ରଖାଯାଇଛି।

‘SBI Easy Ride’ ସ୍କିମର ଖାସିୟତ୍‌ କଣ ଜାଣନ୍ତୁ

  • ଏସବିଆଇ ଇଜି ରାଇଡ୍‌ ଅନୁଯାୟୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ମିଳିବ।
  • ଗ୍ରାହକ ନିଜର ଯୋଗ୍ୟତା ହିସାବରେ ଗାଡିର ଅନ ରୋଡ ଦାମ ୮୫% ପର୍ଯ୍ୟନ୍ତ ଲୋନ୍‌ ନେଇପାରିବେ।
  • ଏହି ଲୋନ୍‌ ଅତିବେଶିରେ ଆପଣ ୪୮ ମାସ ଅବଧି ପାଇଁ ଦିଆଯିବ।
  • ଲୋନ୍‌ ରାଶି ଡିଲରଙ୍କ ଖାତାକୁ ଟ୍ରାନ୍ସଫର ହୋଇଯିବ।
  • ଏସବିଆଇ ଗ୍ରାହକ ବ୍ୟାଙ୍କ ଶାଖାରେ ବିନା ୟୋନୋ ଆପ୍‌ ମାଧ୍ୟମରେ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ଟୁ-ହ୍ଵିଲର ଲୋନର ଫାଇଦା ଉଠାଇପାରିବେ।

ଏସବିଆଇ କହିଛି ଯେ ବର୍ତ୍ତମାନର ଡିଜିଟାଲ ପରିବର୍ତ୍ତନ ଭିତରେ ଏସବିଆଇ, ୟୋନୋ ଆପ୍‌ ଜରିଆରେ ଗ୍ରାହକଙ୍କୁ ତାଙ୍କ ଘରେ ବ୍ୟାକିଙ୍ଗ ସୁବିଧା ଦେବା ପାଇଁ ବହୁତ ଚେଷ୍ଟା କରୁଛି। ନଭେମ୍ବର ୨୦୧୭ରେ ଲଞ୍ଚ୍‌ ହୋଇଥିବା ୟୋନୋ ଆପରେ ୮୯ ମିଲିୟନ୍‌ ଡାଉନଲୋଡ ଏବଂ ୪୨ ମିଲିୟନ ରୁ ଅଧିକ ରେଜିଷ୍ଟର୍ଡ ୟୁଜର୍ସ ଏହାଦ୍ୱାରା ଯୋଡି ହୋଇଅଛନ୍ତି। ଏସବିଆଇ ୟୋନୋ ଆପରେ ୨୦ରୁ ଅଧିକ କ୍ୟାଟେଗରିଜରେ ୧୧୦ ରୁ ଅଧିକ ଇ-କମର୍ସ କମ୍ପାନୀ ସହିତ ପାର୍ଟନରସିପ କରିଛି।

Pritiparna

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

8 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

23 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

33 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

42 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

57 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago