ଡିଜିଟାଲ ଦୁନିଆରେ ଏବେ ସବୁ କିଛି କାମ ସହଜରେ ହୋଇପାରୁଛି। ଆମେ ଯାହା ଚାହୁଁଛନ୍ତି ତୁରନ୍ତ ଆମେ ତାହାକୁ ପାଇପାରୁଛନ୍ତି କିନ୍ତୁ ଏହିସବୁ ଭିତରେ ଆମ ପର୍ସନାଲ ଡାଟା ସମସ୍ୟାରେ ପଡୁଛି। ଆପଣ ପ୍ରତ୍ୟେକଦିନ ଶୁଣିବାକୁ ପାଉଥିବେ କୌଣସି ନା କୌଣସି ପ୍ଲାଟଫର୍ମ ଦ୍ୱାରା ଲୋକଙ୍କର ଡାଟା ଲିକ୍ ହେବାର ଖବର ଆସୁଛି। ଟେକ୍ନୋଲୋଜିର ଦୁନିଆରେ ଆମେମାନେ ସ୍ମାର୍ଟ ହେବା ସହିତ ହ୍ୟାକର୍ସ ମଧ୍ୟ ଚୋରି କରିବାର ସ୍ମାର୍ଟ ଉପାୟ ଆପଣେଇଲେଣି। ହ୍ୟାକର୍ସ ଅନେକ ଉପାୟରେ ସହଜରେ ଲୋକମାନଙ୍କୁ ଠକି ପାରୁଛନ୍ତି। ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଉପରେ ରହିଛି ହ୍ୟାକର୍ସଙ୍କର କଡା ନଜର।
ସାଇବର କ୍ରାଇମର ଖବର ଏବେ ବର୍ତ୍ତମାନ ବଢ଼ିବାରେ ଲାଗିଛି। ସ୍କାମ ଜରିଆରେ ସାଇବର ଠକ ଏବେ ୟୁଜର୍ସଙ୍କ ଆକାଉଣ୍ଟ ହ୍ୟାକ କରିବାରେ ଲାଗିଛନ୍ତି। ଫୋନ ହେଉ ଅବା ବ୍ୟାଙ୍କ ସବୁଠି ଏମାନଙ୍କ ନଜର। ଏଥିପାଇଁ ସେମାନେ ଫେକ ସପୋର୍ଟ ଆକାଉଣ୍ଟ ବ୍ୟବହାର କରନ୍ତି। ଯାହା ସମ୍ପର୍କରେ ସୂଚନା ୟୁଜର୍ସଙ୍କ ପାଖରେ ନଥାଏ।
ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ସ୍କାମର୍ସ ଲୋକଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ଠକିବାରେ ଲାଗିଛନ୍ତି। ଫେମସ୍ ହ୍ଵାଟସଆପ୍ ବ୍ଲଗ WABetainfo ଏବେ ୟୁଜର୍ସଙ୍କୁ ଏହି ସବୁ ଆକାଉଣ୍ଟରୁ ସତର୍କ ରହିବାକୁ କୁହାଯାଉଛି।
ଗତ ଦିନରେ ଜଣାପଡ଼ିଛି ଯେ ସ୍କାମ ଜରିଆରେ ସାଇବର ଠକ ଆପଣଙ୍କ ପର୍ସନାଲ ଡାଟା ସହିତ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟ କୁ ମଧ୍ୟ ଚୋରି କରିଥାଏ। ଏହାପାଇଁ ଫେକ ସପୋର୍ଟ ଆକାଉଣ୍ଟ ବ୍ୟବହାର କରୁଛି। ଯାହାକି ୟୁଜର୍ସଙ୍କୁଖୁବ ସହଜ ବୋକା ବନାଇ ହେବ।
ଏଥିପାଇଁ ସାଇବର ଠକ ପ୍ରଥମେ ଅରିଜିନାଲ ଭଳି ଏକ ଫେକ ହ୍ଵାଟସଆପ ସପୋର୍ଟ ଆକାଉଣ୍ଟ କ୍ରିଏଟ କରିଥାଏ। ରିପୋର୍ଟ ମୁତାବିକ ଆକାଉଣ୍ଟସ ଭେରିଫାଏଡ ପାଇଁ ପ୍ରୋଫାଇଲ ଇମେଜ ଜରିଆରେ ଆକାଉଣ୍ଟକୁ ଅଥେଣ୍ଟିକ ଦେଖାଇଥାଏ। ସୂଚନା ମୂତାବିକ ଏହି ଫେକ ଆକାଉଣ୍ଟ ଆପଣଙ୍କ ଆକାଉଣ୍ଟ ବନ୍ଦ ହେବାର ଓ୍ଵାର୍ନିଂ ଦେଇ ନିଜର ପର୍ସନାଲ ଡାଟାକୁ ଚୋରି କରିଥାଏ। ମାନେ ଭେରିଫାଏ ଆକାଉଣ୍ଟ ଥିଲେ ବି ଆପଣ ଖୁବ ସହଜରେ ଠକାମିର ଶିକାର ହୋଇଯିବେ।
ପ୍ରକୃତରେ ମେଟା ଭର୍ସନ ହ୍ଵାଟସଆପ୍ ସପୋର୍ଟର ନାମ ଆଗରେ ସବୁଜ ରଙ୍ଗର ଭେରିଫିକେସନ ଟିକ ରହିଥାଏ। ଏହି ଟିକ କୌଣସି ସ୍କାମରଙ୍କ ପାଖରେ ରହିନଥାଏ। କିନ୍ତୁ ସେମାନେ ନିଜ ପ୍ରୋଫାଇଲ ରେ ଏହାକୁ ଷ୍ଟିକର ଆକାରରେ ୟୁଜ୍ କରିଥାନ୍ତି। ଯେମିତିକି ଲାଗିବ ଏହା ଭେରିଫାଏଡ ଆକାଉଣ୍ଟ। ଯଦି କୌଣସି ଆକାଉଣ୍ଟରୁ ଏପରି ମେସେଜ ଆସୁଛି ତେବେ ଏହାକୁ ignore କରନ୍ତୁ। ତେଣୁ କୌଣସି ବି Unknown ଆକାଉଣ୍ଟ ଥିଲେ ଆପଣ ସତର୍କ ହୋଇଯାନ୍ତୁ। ଏହାସହ ଚାର୍ଟ ଲିଷ୍ଟରୁ ଏହାକୁ ହଟାଇ ଦିଅନ୍ତୁ।