ଆଣ୍ଡ୍ରଏଡ଼ ଫୋନ ଓ Windows 10 ୟୁଜର୍ସ ପାଇଁ ବଡ ବିପଦ ! ଗବେଷକଙ୍କୁ ମିଳିଲା ନୂଆ ଭାଇରସର ସନ୍ଧାନ

ରିସରଚର୍ଷ ମାନେ ବ୍ଲୁ ଟୁଥ ସିକ୍ୟୁରିଟିରେ ଥିବା ଏକ ବଡ ତ୍ରୁଟିକୁ ଠାବ କରିଛନ୍ତି  ।  ଯାହାଦ୍ୱାରା ପୂର୍ବରୁ ଲାପଟପ, ସ୍ମାର୍ଟଫୋନ, Iot, ଏୟାରକ୍ରାଫଟ ସମେତ ହେଭି ଟ୍ରକ ପରି ପାଖାପାଖି ୧୪୦୦
ଟି କମର୍ସିୟଲ ପ୍ରଡକ୍ଟ ପ୍ରଭାବିତ ହୋଇଛି  ।  ଯେବେକି windows 10 ଓ ଆଣ୍ଡ୍ରଏଡ଼ ୟୁଜର୍ସ ମାନେ ବି ସିକ୍ୟୁରିଟିରେ ଥିବା ଏହି ତ୍ରୁଟି କାରଣରୁ ଅନେକ ଅସୁବିଧାର ସାମ୍ନା କରୁଥିବା ଜଣାଯାଇଛି  ।  ସିକ୍ୟୁରିଟି ଏକ୍ସପର୍ଟଙ୍କ ଅନୁଯାୟୀ ଏଯାବତ ପ୍ରାୟ ୧୬ଟି ତ୍ରୁଟିକୁ ଠାବ କରାଯାଇ ସାରିଲାଣି  ।  ଯାହାକୁ Brak Tooth ନାଁରେ ନାମିତ କରାଯାଇଛି  ।  ବ୍ଲୁ ଟୁଥ ସହ କନେକଟ ହେଉଥିବା ଡ଼ିଭାଇସ ଗୁଡିକ ଏହି ତ୍ରୁଟି ଦ୍ୱାରା କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି  ।  ଏହି ଡିଭାଇସ ତାଲିକାରେ ଏକ୍ସଟରନାଲ ସ୍ପିକର, ହେଡ଼ଫୋନ, ମାଇକ, କିବୋର୍ଡ଼ ଆଦି ସାମିଲ ଅଛି  ।  ବ୍ଲୁ ଟୁଥର ଏହି ତ୍ରୁଟି କ୍ଵାଲକମ, ଇଣ୍ଟେଲ, ଟେକ୍ସସ ଇନ୍ସ୍ତୃ ମେଣ୍ଟ ଆଦିର ଚିପକୁ ବି ପ୍ରଭାବିତ କରିପାରେ ଏହି ଭାଇରସ ।

ଚିନ୍ତାଜନକ ବିଷୟ ହେଉଛିକି ଏହି ଚିପକୁ ମାଇକ୍ରୋସପ୍ଟ ସର୍ଫେସ ଲ୍ୟାପଟପ, ଡେଲ ଡେକ୍ସଟପ ପିସି ଓ ଟପ ଟିୟର ଆଣ୍ଡ୍ରଏଡ଼ ସ୍ମାର୍ଟଫୋନରେ ବ୍ୟବହାର କରାଯାଇ ଆସୁଛି  ।  ରିସରଚର୍ଷ ମାନେ 13 ଚିପ ଓ 11 ବେଣ୍ଡର ଉପରେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଛନ୍ତି  ।  ଆଉ ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ ଏହି ତ୍ରୁଟି କାରଣରୁ ଏଯାବତ ୧୪୦୦ଟି ଏମ୍ବେଡେଡ଼ ଚିପ ପ୍ରଭାବିତ ହୋଇସାରିଲାଣି  ।  ଏସବୁକୁ ମିଶାଇ ପାଖାପାଖି ୧ ଆରବ ସଂଖ୍ୟକ ଡିଭାଇସକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି  ।  ଆଉ ଆଗକୁ ବଡ ବଡ଼ ଇଲେକ୍ଟ୍ରୋନିକ୍ସ ଆଇଟମ ଯେମିତିକି ସ୍ମାର୍ଟଫୋନ, ଲ୍ୟାପଟପ ଓ ସ୍ମାର୍ଟହୋମ ପରି ଗାଜେଟ ଗୁଡିକୁ ନିଜ ଟାର୍ଗେଟରେ ରଖିଛି ଏହି ଭାଇରସ  ।  ରିସରଚର୍ଷ ମାନେ ଏହା ମଧ୍ୟ ସୂଚନା ଦେଇଛନ୍ତିକି ଡ଼ିଭାଇସର ପ୍ରକାର ଅନୁଯାୟୀ ହିଁ ହେଉଥିବା କ୍ଷତି ନିର୍ଭର କରିଥାଏ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.