ଆପଣଙ୍କ ଘର ପାଖରେ କେଉଁଠି ଦିଆଯାଉଛି ଟିକା, ନିଜ ମୋବାଇଲରେ ଜାଣନ୍ତୁ ଏପରି

ସରକାର ମେ ପହିଲାରୁ ୧୮ ରୁ ଅଧିକ ବୟସର ଲୋକଙ୍କୁ କରୋନା ଟୀକା ନେବାକୁୁ ଅନୁମତି ଦେଇଛନ୍ତି। ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ତାହେଲେ ଆପଣ ଭ୍ୟାକସିନ୍‌ ନେଇପାରିବେ। ଦେଶରେ କରୋନା ମାମଲା ଗତ ବର୍ଷ ଅପେକ୍ଷା ଅଧିକ ବଢ଼ିବାରେ ଲାଗିଛି। ସେହିପରି ଲୋକଙ୍କୁ ଭ୍ୟାକସିନ୍‌ ଦେବା କାମ ବି ଜୋର ସୋରରେ ଚାଲୁଛି। ଦେଶରେ ଅନେକ ହସପିଟାଲରେ ଭ୍ୟାକସିନ୍‌ ସେଣ୍ଟର ବନାଯାଇଛି। ଭ୍ୟାକସିନ୍‌ ପାଇଁ ରେଜିଷ୍ଟ୍ରେସନ କରିବା ପରେ ଲୋକଙ୍କୁ ଟିକା ସେଣ୍ଟର ବିଷୟରେ ମେସେଜ୍‌ ଜରିଆରେ ସୂଚନା ମିଳିଯାଉଛି, କିନ୍ତୁ ଅନେକ ଲୋକଙ୍କୁ ଭ୍ୟାକସିନ୍‌ ସେଣ୍ଟର କେଉଁଠି ଅଛି ତାହା ଖୋଜିବାକୁ ବହୁତ ସମସ୍ୟା ହେଉଛି। ତେଣୁ ଆପଣଙ୍କର ଏହି ସମସ୍ୟାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଖକୁ ଏମିତି ଏକ ତରିକା ନେଇ ଆସିଛୁ ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କ ଘର ପାଖରେ ଭ୍ୟାକସିନ୍‌ ସେଣ୍ଟର କେଉଁଠି ଅଛି।

tikaଏବେ ଆପଣ ଗୁଗଲ ସର୍ଚ୍ଚ ଏବଂ ମ୍ୟାପ ସାହାଯ୍ୟରେ ଏହା ପତ୍ତା ଲଗାଇ ପାରିବେ ଯେ ଆପଣଙ୍କ ପାଖାପାଖି କେଉଁଠି ଅଛି ଟିକା ସେଣ୍ଟର। ଗୁଗଲ ବହୁତ ଦିନ ଧରି ଏହି ଅପଡେଟକୁ ନେଇ କାମ କରୁଥିଲା। ଗୁଗଲ ମ୍ୟାପ୍‌ ଏବଂ ସର୍ଚ୍ଚରେ କରୋନା ଭ୍ୟାକସିନ ସେଣ୍ଟର ବିଷୟରେ ସୂଚନା ପାଇବା ପାଇଁ ଆପଣଙ୍କୁ “COVID 19 vaccine” ସର୍ଚ୍ଚ କରିବାକୁ ହେବ।

Google Searchରେ ଜାଣନ୍ତୁ କେଉଁଠି ଅଛି ଭ୍ୟାକସିନ୍‌ ସେଣ୍ଟର

ନିଜ ଫୋନର ଗୁଗଲ ଆପରେ କିମ୍ବା କ୍ରୋମ ବ୍ରାଉଜରକୁ ଯାଇ ଆପଣଙ୍କୁ “COVID 19 vaccine” ଟାଇପ କରି ସର୍ଚ୍ଚ ଉପରେ କ୍ଲିକ କରିବାକୁ ହେବ। ଏହାପରେ ଆପଣଙ୍କୁ “Where to Get it” ଟ୍ୟାବ୍‌ ଦେଖାଯିବ। ସେଠାରେ କ୍ଲିକ କରିବା ପରେ ଆପଣଙ୍କ ଆଖପାଖରେ ସେହି ସବୁ ହସପିଟାଲର ଲିଷ୍ଟ ସାମ୍ନାକୁ ଆସିଯିବ ଯେଉଁଠି କରୋନା ଟିକା ଦିଆଯାଉଛି। ଏହାବ୍ୟତୀତ ଆପଣଙ୍କୁ “More places”ର ବିକଳ୍ପ ବି ମିଳିବ, ଯାହା ଉପରେ କ୍ଲିକ କରି ଆପଣ ଅନ୍ୟ କରୋନା ଭ୍ୟାକସିନ ସେଣ୍ଟର ବିଷୟରେ ସୂଚନା ହାସଲ କରିପାରିବେ।

corona1Google Mapsରେ କେମିତି ଜାଣିବେ କେଉଁଠି ଅଛି ଟିକା ସେଣ୍ଟର

ଗୁଗଲ ମ୍ୟାପରେ ଏବେ କରୋନା ଭ୍ୟାକସିନ ବିଷୟରେ ସୂଚନା ମିଳିପାରିବ। ଗୁଗଲ ମ୍ୟାପ୍ସ ଆପ୍‌ ଏବଂ ଡେସ୍କଟପ ଭର୍ସନକୁ ଯାଇ ଆପଣ ଗୁଗଲ ସର୍ଚ୍ଚ ଭଳି “COVID 19 vaccine” ଲେଖି ସର୍ଚ୍ଚ କରିବାକୁ ହେବ। ପ୍ରଥମେ ଆପଣଙ୍କୁ “Where to Get it” ଟ୍ୟାବ ଦେଖାଯିବ ଯେଉଁଥିରେ କ୍ଲିକ କରିବା ପରେ ଆପଣଙ୍କ ଆଖପାଖରେ ଥିବା ସମସ୍ତ ଭ୍ୟାକସିନ୍‌ ସେଣ୍ଟରର ଲିଷ୍ଟ ସାମ୍ନାକୁ ଆସିଯିବ। ଏହାସହିତ ଆପଣଙ୍କୁ ଭ୍ୟାକ୍ସିନେସନ ସେଣ୍ଟରର ରିଭ୍ୟୁ ମଧ୍ୟ ମିଳିଯିବ। ଯାହାଦ୍ୱାରା ଆପଣ ରିଭ୍ୟୁ ଦେଖି ଟିକା ନେବାକୁ ଯାଇପାରିବେ।

ଯଦିଓ ଗୁଗଲ ସର୍ଚ୍ଚ ଏବଂ ମ୍ୟାପ୍ସର ଏହି ଫିଚର ବର୍ତ୍ତମାନ ଧିରେ ଧିରେ ଜାରି କରାଯାଉଛି। ଯଦି ଆପଣଙ୍କ ଗୁଗଲ ସର୍ଚ୍ଚ ଆପ୍‌ ଏବଂ ଗୁଗଲ ମ୍ୟାପ୍ସ ଆପରେ ଏହି ଫିଚର ଦେଖାଯାଉନାହିଁ ତାହେଲେ ଏହି ଦୁଇ ଆପକୁ ପ୍ରଥମେ ଅପଡେଟ କରିଦିଅନ୍ତୁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଚର ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.