ଏଣିକି ସେଲ୍ଫି ଭିଡିଓରୁ ଜଣାପଡିବ ଆପଣଙ୍କ ବ୍ଲଡ଼ ପ୍ରେସର
ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କେବଳ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ନଚେତ ଡିପି ଚେଞ୍ଜ କରିବା ପାଇଁ ସେଲ୍ଫି କ୍ଲିକ କରୁଥିଲେ କିନ୍ତୁ ଅତିଶୀଘ୍ର ଆପଣଙ୍କ ସେଲ୍ଫି ବ୍ଲଡ଼ ପ୍ରେସର ବିଷୟରେ ମଧ୍ୟ ସୂଚନା ଦେବ । ଶୁଣିବା ପାଇଁ ଟିକିଏ ଅଜୀବ ଲାଗୁଥିବ ନିଶ୍ଚୟ କିନ୍ତୁ କାନାଡ଼ା ଟୋରନ୍ଟୋ ବିଶ୍ଵବିଦ୍ୟାଳୟର ଗବେଷକମାନେ ଦାବି କରିଛନ୍ତି ଯେ ସେଲ୍ଫି ଭିଡିଓ ଦ୍ୱାରା ବ୍ଲଡ଼ ପ୍ରେସରର ମଧ୍ୟ ସୂଚନା ମିଳିପାରିବ ।
ବୈଜ୍ଞାନିକମାନଙ୍କ ଅନୁସାରେ ଏହାର ଟେଷ୍ଟିଙ୍ଗ ପାଇଁ ଚିନ ଏବଂ କାନାଡ଼ାର ୧୩୨୮ ଜଣ ଲୋକଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା । ଏହି ଗବେଷଣା ସମୟରେ ୯୬ ପ୍ରତିଶତ ପର୍ଯ୍ୟନ୍ତ ସଠିକ ତଥ୍ୟ ସାମ୍ନାକୁ ଆସିଥିଲା ଏବଂ ଟେଷ୍ଟିଙ୍ଗ ସମୟରେ ୩ ପ୍ରକାରର ବ୍ଲଡ ପ୍ରେସର ମାପିବାରେ ସଫଳତା ମିଳିଥିଲା । ସୂଚନା ଅନୁଯାୟୀ ବୈଜ୍ଞାନିକମାନେ ଟ୍ରାନ୍ସଡ଼ର୍ମଲ ଅପ୍ଟିକାଲ ଇମେଜିଙ୍ଗ ଟେକନିକ ବିକଶିତ କରିଛନ୍ତି ଯାହାଦ୍ୱାରା ଚେହେରାର ସ୍କିନକୁ ଦେଖି ବ୍ଲଡ଼ ପ୍ରେସରର ସୂଚନା ମିଳିପାରିବ । ରିସର୍ଚ୍ଚ ସମୟରେ ଦୁଇ ମିନିଟର ଏକ ସେଲ୍ଫି ଭିଡ଼ିଓର ବ୍ୟବହାର କରାଯାଇଥିଲା ।
କିପରି କାମକରେ ଟ୍ରାନ୍ସଡ଼ର୍ମଲ ଅପ୍ଟିକାଲ ଇମେଜିଙ୍ଗ ଟେକନିକ ?
ଏହାସହ ପଢନ୍ତୁ କେଉଁ କାରଣରୁ କାରରେ ଲାଗେ ନିଆଁ ଏବଂ ଜାଣନ୍ତୁ ସେଥିରୁ ସୁରକ୍ଷିତ ରହିବାର ଉପାୟ
ଯେତେବେଳେ ଆପଣ କୌଣସି ସେଲ୍ଫି ଭିଡିଓ ବନାଇଥାନ୍ତି ସେତେବେଳେ ମୋବାଇଲର କ୍ୟାମେରାରେ ଲାଗିଥିବା ଅପ୍ଟିକାଲ ସେନ୍ସର ଚେହେରାରେ ପଡୁଥିବା ଲାଲ କିରଣକୁ ରେକର୍ଡ କରିଥାଏ । ଏହି ଲାଲ କିରଣ ସ୍କିନ ତଳେଥିବା ହିମୋଗ୍ଲୋବିନ୍ କାରଣରୁ ରିଫ୍ଲେକ୍ଟ କରିଥାଏ ଏବଂ ଏହି କିରଣ ଶରୀରରେ ରକ୍ତର ଗତି ବା ବ୍ଲଡ଼ ପ୍ରେସରର ସୂଚନା ଦେଇଥାଏ । ଏଥିପାଇଁ ନ୍ୟୁରୋଲୋଜିକ୍ସ ନାମକ ଏକ କମ୍ପାନୀ ଏନୁରା ଆପ ମଧ୍ୟ ଲଞ୍ଚ କରିଛି । ଯାହାକି ୩୦ ମିନିଟ ମଧ୍ୟରେ ସେଲ୍ଫି ଭିଡିଓ ଦ୍ୱାରା ହୃଦସ୍ପନ୍ଦନ ଏବଂ ମାନସିକ ଚାପର ମଧ୍ୟ ସୂଚନା ଦେଇପାରିବ । ଏହି ଆପକୁ ଅତିଶୀଘ୍ର ବ୍ଲଡ଼ ପ୍ରେସର ମାପିବା ପାଇଁ ମଧ୍ୟ ବ୍ୟବହାର କରାଯିବ ।