ବର୍ଷର ସବୁଠୁ ସ୍ଲିମ ସ୍ମାର୍ଟଫୋନ, 8GB RAM ଓ 128 GB କ୍ୟାମେରା ସହ ରହିଛି ଶସ୍ତା ଦାମ

ଜିଓମି ସ୍ମାର୍ଟଫୋନର ପୁପଲାରିଟି ଏବେ ଖୁବ ଅଧିକ । ଲୋକମାନେ ଶସ୍ତା ଦାମରେ ଭଲ ଫୋନ କିଣିବାକୁ ଯାଉଥିଲେ ପ୍ରଥମେ ନଜର ଜିଓମି ସେଟ ଉପରେ ହିଁ ପଡିଥାଏ । ତେବେ କମ୍ପାନୀ ଏହାର ପୁପଲାରିଟିକୁ ଧ୍ୟାନରେ ରଖି ଏବେ ଏକ ସୁନ୍ଦର ଫୋନ ବଜାରକୁ ଆଣିଛି । ଏହି ଫୋନର ଓଜନ କମ ଥିବା ବେଳେ ଏହାର ଫିଚର୍ସ ରହିଛି ଜବରଦସ୍ତ ।

ଜିଓମିର ଏହି ସେଟରେ ଦାମ ଖବୁ ଶସ୍ତା ଥିବା ବେଳେ କମ୍ପାନୀ ଏହାର ଫିଚର୍ସକୁ ନେଇ କୌଣସି ଅଭାବ ରଖିନାହିଁ । ତେଣୁ ଆପଣ ଯଦି ଏହି ସମୟରେ କମ ଖର୍ଚ୍ଚରେ ବେଷ୍ଟ କ୍ୱାଲିଟିର ଫୋନ କିଣିବାକୁ ଚାହୁଁଚନ୍ତି ତେବେ ଏହି ସେଟ ଭଲ ଅପସନ ରହିବ । ଏହି ସେଟର ନାମ Mi 11 Lite  ରଖାଯାଇଛି । ଏହା ଅଫର ସହ ବଜାରକୁ ପ୍ରବେଶ କରିଛି ।

ଏହି ଫୋନର ଦାମ ୨୦,୪୯୯ ଟଙ୍କା ରଖାଯାଇଛି । ଯଦି ଆପଣ ଏହାକୁ କିଣିବା ପାଇଁ ଏସବିଆଇ ବ୍ୟାଙ୍କର କାର୍ଡ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଏଥିରେ ୧୫୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ । ଏହା ୨୦୨୧ର ସବୁଠୁ ସ୍ଲିମ ବା ପତଳା ସ୍ମାର୍ଟଫୋନ । ସୂଚନା ଅନୁଯାୟୀ ଏଥିରେ  6 GB RAM ଏବଂ 128 GBର ଇଣ୍ଟରନାଲ ଷ୍ଟୋରେଜ ଭାରିଏଣ୍ଟ ରହିଛି । ସେହିପରି 8GB RAM ର‌୍ୟାମ ଓ 128 GB ଷ୍ଟୋରେଜ ଭାରିଏଣ୍ଟ ରହିଛି । ଏହାର ଦାମ ୨୨,୪୯୯ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.