ବଜାରକୁ ଆସିଲା ସ୍ମାର୍ଟ ମିରର, ଯାହା ଦେବ ଫିଟନେସ ଟ୍ରେନିଂ

ଆଧୁନିକ ଯୁଗରେ ସ୍ମାର୍ଟ ଜିନିଷ ଗୁଡିକର ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଅଳ୍ପ ସମୟ ଭିତରେ ଅଧିକ କାମ କରିବା କ୍ଷେତ୍ରରେ ହିଁ ଏଗୁଡିକ କାମରେ ଆସିଥାଏ । ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏଗୁଡ଼ିକୁ ଆଦରିଲେଣି । ଆଉ ମଧ୍ୟ ବିଶ୍ବର  ନାମୀଦାମୀ କମ୍ପାନୀ ସ୍ମାର୍ଟ ଫୋନ ଠୁ ଆରମ୍ଭ କରି ସ୍ମାର୍ଟ ୱାଚ ପର୍ଯ୍ୟନ୍ତ ସବୁ ବଜାରକୁ ଛାଡିଲେଣି । କିନ୍ତୁ ଆପଣ ଜାଣନ୍ତି କି ବହୁ ଶୀଘ୍ର ବଜାରକୁ ସ୍ମାର୍ଟ ମିରର ଆସିବାକୁ ଯାଉଛି । ‘ଇଣ୍ଟର୍କଟିବ ଫିଟନେସ କମ୍ପାନୀ’ ମିରର ଭଳିଆ ଦେଖାଯାଉଥିବା ଏମିତି ଏକ ଡିଭାଇସ ବାହାର କରିଛନ୍ତି ଯାହାର ବ୍ୟବହାରକାରୀ ମାନେ ଭରପୁର ଫାଇଦା ଉଠାଇ ପାରିବେ ।

ଏହା ସହ ପଢନ୍ତୁ: ଗୁଗଲ ପ୍ଲେ-ଷ୍ଟୋରରୁ ଗାଏବ ହେଲା WhatsApp, କମ୍ପାନୀ ଜଣାଉନାହିଁ କାରଣ

ଏହି ମିରରରେ ଏଲସିଡ଼ି ଡ଼ିସପ୍ଲେ ଖଞ୍ଜାଯାଇଛି ଯାହାଦ୍ୱାରା ଏହା ଏକ ପର୍ଶନାଲ ଟ୍ରେନର ପରି କାମ କରିବ । ଏହା ସହ ଏହି ଡିଭାଇସ ବ୍ୟବହାରକାରୀ ମାନଙ୍କୁ ଫିଟନେସ ଟ୍ରେନିଂ ଦେବା ସହ କସରତ କରିବା ପାଇଁ ଉତ୍ସାହିତ କରିବ । ଏହାର ମୂଲ୍ୟ ଏକ ଲକ୍ଷ ଟଙ୍କା ପାଖାପାଖି ରଖାଯାଇଥିବା ଅନୁମାନ କରାଯାଉଛି । କିନ୍ତୁ କମ୍ପାନୀ ତରଫରୁ ସେପରି କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ । ବ୍ୟବହାରକାରୀ ମାନେ ଏହା କୁ ଆପ ସହାୟତାରେ ଅପରେଟ କରିପାରିବେ । ଏହି ଡିଭାଇସଟି ଉପଭୋକ୍ତା ମାନଙ୍କୁ ଯୋଗ ମଧ୍ୟ ଶିଖାଇପାରିବ । ଏଥିରେ ଗ୍ରାହକ ମାନଙ୍କୁ କ୍ୟାମେରା,ଅଡିଓ ପ୍ଲାଟଫର୍ମ ଓ ମାଇକ୍ରୋ ଫୋନର ସୁବିଧା ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.