ଘର କିଣିବାକୁ ପ୍ଲାନ କରୁଛନ୍ତି କି? ତେବେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଘର କିଣିବା କାହାର ବା ସ୍ୱପ୍ନ ନଥାଏ । କିନ୍ତୁ ଏହାକୁ କିଣିବା ପୂର୍ବରୁ ଅନେକ ନିୟମ ରହିଛି । ଆପଣ ଜାଣିଛନ୍ତି କି ଘର କିଣିବା ପରେ ଆପଣଙ୍କୁ ନିଜ ପ୍ରପର୍ଟି ରେଜିଷ୍ଟ୍ରି କରିବାକୁ ହେବ। ଯାହାପରେ ହିଁ ଆପଣ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବେ। ଯଦି ଆପଣ ଜାଣି ନାହାନ୍ତି ତେବେ ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ ଏହା ଏକ ଜରୁରୀ ଜିନିଷ। ଯାହାକୁ କରାଇନେବା ଜରୁରୀ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ ଆପଣ ପ୍ରପର୍ଟି ରେଜିଷ୍ଟ୍ରି କିପରି କରିବେ.. ଏହାକୁ ନେଇ କିଛି ଆଇନତଃ ନିୟମ ରହିଛି। ଯାହାକୁ ମାନିଲେ ହିଁ ଆପଣ ଏହି କାମ କରିପାରିବେ। ଜାଣନ୍ତୁ..

ପ୍ରପର୍ଟି ରେଜିଷ୍ଟ୍ରି  କରିବା ପାଇଁ କିଛି କାନୁନୀ ପ୍ରକ୍ରିୟା ରହିଛି। ସହଜ ଶବ୍ଦରେ କହିଲେ ଏହାକୁ ରେଜିଷ୍ଟ୍ରି କୁ ହାଯାଏ। ଏହା ଅନ୍ତର୍ଗତ ଆପଣ ନିଜ ସମ୍ପତ୍ତିକୁ ନିଜ ନାମରେ କରାଇପାରିବେ। ଏଥିପାଇଁ ଏକ ପ୍ରକ୍ରିୟା ରହିଛି। ଯାହାକୁ ମାନିବାକୁ ହେବ। ଏହା ସାହାଯ୍ୟରେ ଆପଣ ବର୍ତ୍ତମାନ ମାଲିକଙ୍କଠୁ ପ୍ରପର୍ଟିକୁ ନିଜ ନାମରେ ଟ୍ରାନ୍ସଫର କରିପାରିବେ।

ଯେବେ ଆପଣ ଜମିକୁ କିଣୁଛନ୍ତି ତେବେ ଚେକ୍‌ କରନ୍ତୁ ଯେ ଆପଣ ଯେଉଁ ପ୍ରପର୍ଟିକୁ ନେଉଛନ୍ତି ସେଥିରେ କୌଣସି ବାକି ନଥିବ। ଏହା ମାନେ ଏହି ସମ୍ପତ୍ତି କୁ ନେଇ କୌଣସି ଲୋନ , ପ୍ରପର୍ଟି, ଟାକ୍ସ କିମ୍ବା ଖଜଣା ବାକି ନଥିବ। ଜାଣି ରଖନ୍ତୁ ଯେ ରେଜିଷ୍ଟ୍ରର ଡିଡ ପରେ ହିଁ ଆପଣଙ୍କ ପ୍ରପର୍ଟି ଲିଗାଲ ରୂପେ ଟ୍ରାନ୍ସଫର ହୋଇପାରିବ। ଯେତେଯାଏଁ ଆପଣ ନିଜ ପ୍ରପର୍ଟିକୁ ସେଲଡିଡ କିମ୍ବା ଗିଫ୍ଟଡିଡ ଅଥବା ରେଜିଷ୍ଟ୍ରର ନ କରିଛନ୍ତି ସେତେଯାଏଁ ଏହା ଆପଣଙ୍କ ପାଖକୁ ଟ୍ରାନ୍ସଫର ହେବ ନାହିଁ।

ଏବେ ଜାଣନ୍ତୁ ପ୍ରପର୍ଟିକୁ କିପରି କରିବେ ରେଜିଷ୍ଟ୍ରି:
-ଯେବେ ଆପଣ ପ୍ରପର୍ଟିକୁ କିଣୁଛନ୍ତି ତା ପୂର୍ବରୁ ଆପଣଙ୍କ ର ଏକ ଏଗ୍ରିମେଣ୍ଟ ରହିବା ଜରୁରୀ। ଯାହାପାଇଁ ଆପଣଙ୍କୁ ବିକ୍ରେତାଙ୍କ ପେମେଣ୍ଟ କରିବାକୁ ପଡ଼ିବ। ଏହାପରେ ସେଲଡିଡରେ ସିଗନେଚର କରିବାକୁ ହେବ।
-ଏହାପରେ ଆପଣ ଷ୍ଟାମ୍ପ ଡ୍ୟୁଟି ପେପର କିଣନ୍ତୁ। ଏହା ରେଜିଷ୍ଟ୍ରି ସମୟରେ ଦରକାର ପଡ଼ିବ। ଏହାର ଦାମ ବିଭିନ୍ନ ରାଜ୍ୟକୁ ନେଇ ଭିନ୍ନ ଭିନ୍ନ ହୋଇଥାଏ ।
-ଏହାପରେ ଆପଣଙ୍କୁ ସମ୍ପତ୍ତି କୁ କିଣିବା ବିକିବା ସମ୍ବନ୍ଧିତ କାଗଜ ତିଆରି କରିବାକୁ ହେବ। ଏଥିରେ ବର୍ତ୍ତମାନ ସମ୍ପତ୍ତିର ମାଲିକ ନିଜ ମାଲିକାନାକୁ ଅନ୍ୟ ଜଣଙ୍କ ଟ୍ରାନ୍ସଫର କରିବାର ଲେଖାହୋଇଥିବ।
-ଏହି ପ୍ରକ୍ରିୟା ପାଇଁ ଆପଣଙ୍କୁ ବିକ୍ରେତାଙ୍କ ସ ହିତ ରେଜିଷ୍ଟ୍ରି ଅଫିସ ଯିବାକୁହେବ। ଏହାସହ ଆପଣଙ୍କୁ ୨ ଜଣ ଗ୍ୟାରେଣ୍ଟି ପଡ଼ୁଥିବା ଲୋକଙ୍କୁ ନେବାକୁ ହେବ।
– ସବୁ ଜରୁରୀ ଦସ୍ତାବିଜର ତଦାରଖ କରିବା ପରେ ଏକ ଫର୍ମ ଦିଆଯିବ। ଯାହାକୁ ଆପଣ ସମ୍ଭାଳିକି ରଖିବାକୁ ହେବ।
-ଏହାପରେ ଆପଣଙ୍କ ପ୍ରପର୍ଟି ରେଜିଷ୍ଟ୍ରି ପ୍ରକ୍ରିୟା ଶେଷ ହୋଇଯିବ।

ତେବେ ମନେ ରଖନ୍ତୁ ରେଜିଷ୍ଟ୍ରି କରିବା ପୂର୍ବରୁ ଆପଣ ନିଜ ଓକିଲଙ୍କ ସହ ସଠିକ ପରାମର୍ଶ ନିଅନ୍ତୁ। ଏମିତିରେ ଆପଣ ଠକାମିରୁ ବଞ୍ଚିଯିବେ। ଏହାସହିତ ଆଇନତଃ ସମସ୍ତ ନିୟମ ସମ୍ପର୍କରେ ମଧ୍ୟ ସହଜରେ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.