ସ୍ମାର୍ଟ ଟିଭି କିଣିବାକୁ ପ୍ଲାନିଂ କରୁଛନ୍ତି କି, ତେବେ କିଣିବା ପୂର୍ବରୁ ଏହା ଉପରେ ଧ୍ୟାନ ଦିଅନ୍ତୁ ନିଶ୍ଚୟ

ଗତ କିଛି ଦିନରେ ଆଣ୍ଡ୍ରଏଡ଼ ଏବଂ ସ୍ମାର୍ଟଟିଭିର ଚାହିଦା ବଢିଯାଇଛି। ଲୋକମାନେ ବହୁତ ମାତ୍ରାରେ ଏବେ ସ୍ମାର୍ଟଟିଭି କିଣୁଛନ୍ତି। ଏହି ସ୍ମାର୍ଟ ଟିଭିରେ ବହୁତ କିଛି ଏମିତି ଖାସ ଫିଚର୍ସ ରହିଥାଏ ଯାହା ଦର୍ଶକଙ୍କ ଉତ୍କଣ୍ଠାକୁ ଆହୁରି ଅଧିକ ବଢ଼ାଇ ଦେଇଥାଏ। ଏହାବ୍ୟତୀତ ଆପଣ ଏଥିରେ ନିଜର ମନପାସନ୍ଦର ଓଟିଟି ସୋ ବି ଦେଖିପାରିବେ। ଯେଉଁଥିପାଇଁ ଖାସ କରି ବହୁତ ମାତ୍ରାରେ ସ୍ମାର୍ଟ ଟିଭି କିଣୁଛନ୍ତି ଲୋକେ। ଯଦି ଆପଣ ବି ଆଣ୍ଡ୍ରଏଡ଼ ଟିଭି କିଣିବା ପାଇଁ ଯୋଜନା କରୁଛନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହାକୁ ଆପଣ ଟିଭି କିଣିବା ସମୟରେ ଧ୍ୟାନରେ ରଖିବା ଉଚିତ। ଆସନ୍ତୁ ଜାଣିବା ଏହା ବିଷୟରେ।

ରିଜୋଲ୍ୟୁସନକୁ କରନ୍ତୁ ଚେକ

ସ୍ମାର୍ଟ ଟିଭି କିଣିବା ସମୟରେ ଆପଣଙ୍କୁ ଏହାର ରିଜୋଲ୍ୟୁସନ ଉପରେ ଧ୍ୟାନ ରଖିବା ଉଚିତ। ଏହା ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ଫୁଲ ଏଚଡ଼ି ରିଜୋଲ୍ୟୁସନରେ ଟିଭି ଦରକାର ନା 4kରେ। ଯଦି ଆପଣଙ୍କ ବଜେଟ ଅଧିକ ଥାଏ ତାହେଲେ ଆପଣ 4K ରିଜୋଲ୍ୟୁସନକୁ ବାଛିପାରିବେ। ସେହିପରି ଯଦି ଆପଣଙ୍କ ବଜେଟ କମ ରହିଛି ତାହେଲେ ଆପଣ ଫୁଲ ଏଚଡ଼ି ରିଜୋଲ୍ୟୁସନରେ ବି ଟିଭି କିଣିପାରିବେ।

ସାଉଣ୍ଡ କ୍ୱାଲିଟି
ସ୍ମାର୍ଟ ଟିଭି କିଣିବା ସମୟରେ ଆପଣଙ୍କୁ ପ୍ରଥମେ ତାହାର ସାଉଣ୍ଡ କ୍ୱାଲିଟି ଉପରେ ନିଶ୍ଚୟ ଧ୍ୟାନ ଦେବା ଉଚିତ। ବଢିଆ ସାଉଣ୍ଡ କ୍ୱାଲିଟିର ସ୍ମାର୍ଟ ଟିଭି ଆପଣଙ୍କ ସୋ କିମ୍ବା ଫିଲ୍ମକୁ ଦେଖିବା ପାଇଁ ଖାସ ଅନୁଭବ ଦେବ।

ଟିଭି ସ୍କ୍ରୀନର ଆକାର

ଯଦି ଆପଣ ନୂଆ ସ୍ମାର୍ଟ ଟିଭି କିଣିବାକୁ ପ୍ଲାନିଂ କରୁଛନ୍ତି ତାହେଲେ ଆପଣଙ୍କୁ ଟିଭିର ସ୍କ୍ରୀନ ସାଇଜ ଉପରେ ଖାସ ଧ୍ୟାନ ରଖିବା ଉଚିତ। ଯଦି ଆପଣଙ୍କର ଛୋଟ ରୁମ୍ ତାହେଲେ ଆପଣଙ୍କୁ ୩୨ ଇଞ୍ଚର ଟିଭି କିଣିବା ଉଚିତ ହେବ। ସେହିପରି ଯଦି ଆପଣଙ୍କ ରୁମ୍ ବଡ ଥାଏ ତାହେଲେ ଆପଣ ୩୨ ଇଞ୍ଚ ସାଇଜ ଠାରୁ ବଡ ସାଇଜର ଟିଭି କିଣିପାରିବେ

Leave A Reply

Your email address will not be published.