ଏବେ ମଣିଷର ଡିପ୍ରେସନ ଆଲର୍ଟ କରିବ ଡିଭାଇସ, ଏମିତି କରିବ କାମ

ଯଦି ଆପଣ କେବେ ଡିପ୍ରେସନ କିମ୍ବା  ଚିଡଚିଡାପଣ ଦେଇ ଗତି କରୁଥାନ୍ତି ତେବେ ଆପଣଙ୍କୁ ତୁରନ୍ତ ଆଲର୍ଟ କରିବ ସ୍ମାର୍ଟ ବ୍ୟାଣ୍ତ । ନିଜ ବ୍ୟବହାରରେ ପରିବର୍ତ୍ତନ ହେବା ବେଳେ ବ୍ୟାଣ୍ଡର ରଙ୍ଗ ବଦଳି ଗରମ ଓ ସଂକୁଚନ ହୋଇ ବ୍ୟବହାରକାରିକୁ ଆଲର୍ଟ କରିବ। ଏହି ସ୍ମାର୍ଟ ବ୍ୟାଣ୍ଡ ମଣିଷର ଇମୋସନ ଉପରେ ନଜର ରଖିଥାଏ। ବୈଜ୍ଞାନିକ ମାନେ ଏହି ଅନୁସନ୍ଧାନକୁ ଆମେରିକାର ସେନ ଟିୟାଗୋରେ ହୋଇଥିବା ଇଣ୍ଟରାକ୍ଟିଭ ବୈଠକରେ ପଦର୍ଶିତ କରିଥିଲେ।

 

band1

୧ ବୈଜ୍ଞାନିକ ମାନେ ଏମିତି ଏକ ପିନ୍ଧିବା ଭଳି ଟେକ୍ନୋଲୋଜିକୁ ବିକଶିତ କରିଛନ୍ତି ଯାହା ଆବେଗରେ ପିଡିତ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବ।

୨ ବ୍ରିଟେନର ଲଙ୍କେଷ୍ଟର ବିଶ୍ବବିଦ୍ୟାଳୟର କୋ-ଅଥର  ମହମ୍ମଦ ଉମେରଙ୍କ କହିବା କଥା ହେଲା  ନିଜ ଆବେଗକୁ ଚିହ୍ନିବା ଓ ତାକୁ ନିୟନ୍ତ୍ରଣ ରଖିବା  ଲୋକଙ୍କ ପାଇଁ ବହୁତ ମୁସ୍କିଲ ହୋଇଥାଏ ଓ କିଛି ଲୋକ ନିଜ ଆବେଗକୁ କଣ୍ଟ୍ରୋଲ କରିପାରନ୍ତି। ଉମେର କହିଛନ୍ତି ଆମେ ମାନେ  କମ ଦରରେ ସାଧାରଣ ପ୍ରୋଟୋଟାଇପକୁ ବିକଶିତ କରିବାକୁ ଚାହୁଁଛନ୍ତି। ଯିଏ ବାସ୍ତବ ସମୟରେ ଲୋକର ବଦଳୁଥିବା ମୁଡକୁ ବୁଝି ପାରିବେ।

୩ ବୈଜ୍ଞାନିକ ମାନେ ଏହି ଡିଭାଇସରେ ଥର୍ମୋକ୍ରୋମିକ ମେଟେରିଆଲର ବ୍ୟବହାର କରୁଛନ୍ତି ଯାହା ଗରମ ହେବେ ଦ୍ବାରା ନିଜ ରଙ୍ଗ ବଦଳାଇଥାଏ ଓ ଏହା ସହିତ ଡିଭାଇସଟି ଭାଇବ୍ରେଟ ଓ  ସଂକୁଚନ ହୋଇ ବ୍ୟବହରକାରୀକୁ ଆଲର୍ଟ କରିଥାଏ।

୪  ଟେଷ୍ଟିଙ୍ଗରେ ସାମିଲ ପ୍ରତିଯୋଗିମାନେ ଖେଳିବା ସମୟରେ,କାମ କରିବା ସମୟରେ, କଥାବାର୍ତ୍ତା କରୁଥିବା ସମୟରେ,ମୁଭି ଦେଖିବା ସମୟରେ,ହସିବା ସମୟରେ, ଆରାମ କରିବା ସମୟରେ ଓ ଡରିବା ବେଳେ ଏହି ଖାସ୍ ଡିଭାଇସକୁ ପାଖାପାଖି ୮ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ନିଜ କଚଟିରେ ପିନ୍ଧିବାକୁ ପଡିବ।

୫ ଡିଭାଇସରେ ଲାଗିଥିବା ସେନ୍ସର ଗାଲଭୋନିକ ସ୍କିନ ରେସପନ୍ସର ସାହାଯ୍ୟରେ ମୁଡରେ ହେଉଥିବା ପରିବର୍ତ୍ତନକୁ ଟ୍ରାକ କରିଥାଏ। ଏଥିପାଇଁ ସେନ୍ସର ଶରୀରର ଇଲେକ୍ଟ୍ରୀକାଲ କଣ୍ଡକ୍ଟିଭିଟିକୁ ମାପିଥାଏ।

୬ ଡିଭାଇସକୁ ପିନ୍ଧିଥିବା ପ୍ରତିଯୋଗୀମାନେ ନିଜର ଥରକୁ ଥର ବଦଳୁଥିବା ଆବେଗ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ ଓ ଏହା ଅନୁଭବ କରିଥିଲେ ଯେ, ଶୀଘ୍ର ବଦଳୁଥିବା ମିଜାଜ୍ ଦ୍ବାରା ସେମାନଙ୍କ ଡିଭାଇସଟି ଆକ୍ଟିଭ ହେଉଥିଲା

୭ ଉମେରଙ୍କ କହିବା କଥା ହେଲା ଅନୁସନ୍ଧାନ ଦ୍ବାରା  ଯେଉଁ ଆଶ୍ଚର୍ଯ୍ୟ କରିବା ଭଳି କଥାଟି ସାମ୍ନାକୁ ଆସିଛି ତାହା ହେଲା  ଡିଭାଇସ ବ୍ୟବହାର କରିବା ପରେ ପ୍ରତିଯୋଗୀମାନଙ୍କୁ  ନିଜ ଇମୋସନ ରେସପନ୍ସରେ ସାହାଯ୍ୟ ମିଳିଲା ଯେଉଁଥିରେ ପ୍ରଥମେ ଅସମର୍ଥ ଥିଲେ। ଏହି ଅନୁସନ୍ଧାନକୁ ସେନ ଟିଆଗୋରେ ହୋଇଥିବା ଡିଜାଇନିଙ୍ଗ ଇଣ୍ଟରାକ୍ଟିଭ ସିଷ୍ଟମ  ବୈଠକରେ ପଦର୍ଶନ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.