ଆସୁଛି ପୂଜା: ମାଗଣାରେ ମିଳିବ ସ୍ମାର୍ଟଫୋନ ଓ ସ୍ମାର୍ଟ ଟିଭି! ଏବେ କିଛି କିଣନାହିଁ ବୋଲି କହିଲା Xiaomi

ଭାରତରେ ଉତ୍ସବ ଋତୁ ଆରମ୍ଭ ହୋଇଗଲାଣି। ଏଭଳି ସମୟରେ ଫ୍ଲିପ୍‌କାର୍ଟ ଏବଂ ଆମାଜନ ଭଳି ଇ-କମର୍ସ ସାଇଟ୍‌ଗୁଡ଼ିକ ଅଫର୍‌ ଓ ରିହାତି ବର୍ଷା ଆରମ୍ଭ କରି ଗ୍ରାହକମାନଙ୍କୁ ଆକୃଷ୍ଟ କଲେଣି। କିନ୍ତୁ ଏଠି Xiaomi ସାମାନ୍ୟ ଭିନ୍ନ ରହିଛି। ଅନ୍ୟମାନଙ୍କ ତୁଳନାରେ ଏହା ବିପରୀତ କରୁଛି। ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ‘Xiaomi’ ଏକ ଅଭିଯାନ ନେଇ ଆସିଛି, ଯାହାକି ଗ୍ରାହକମାନଙ୍କୁ ଏବେ କିଛି ଇଲେକ୍ଟ୍ରୋନିକ୍ସ ଜିନିଷ ନ କିଣିବାକୁ କହୁଛି। ଏ ନେଇ କମ୍ପାନୀ ନିଜର ଆଗାମୀ ବ୍ରିକ୍ରିର ବିଜ୍ଞାପନ କରୁଛି। ଏହା ଅନୁସାରେ, Xiaomiର ଉତ୍ପାଦଗୁଡ଼ିକ ପୂଜା ସମୟରେ ଭାରୀ ଡିସ୍‌କାଉଣ୍ଟ୍‌ ପ୍ରାଇଜ୍‌ ସହ ଉପଲବ୍ଧ ହେବ।

Xiaomiର ଆଗାମୀ ବିକ୍ରି ହେଉଛି ‘ଟେକ୍‌ କା ଶୁଭ ମୁହୂର୍ତ୍ତ’। ଏହା ଭାରତରେ ଉତ୍ସବ ସମୟରେ Xiaomi ଉତ୍ପାଦଗୁଡ଼ିକ ପାଇଁ ଲାଗୁ କରାଯିବ। ଏଥି ପୂର୍ବରୁ କମ୍ପାନୀ ନିଜର ‘Don’t Buy Take Yet’ ହ୍ୟାଶ୍‌ଟ୍ୟାଗର ବିଜ୍ଞାପନ ଚଲେଇଛି, ଯାହା ୟୁଜରମାନଙ୍କୁ ଆଗାମୀ ବିକ୍ରୟ ପାଇଁ ଆହୁରି ଅଧିକ ଆକୃଷ୍ଟ କରି ପାରିବ। ଅନୁମାନ କରାଯାଉଛି, କମ୍ପାନୀ ଦୀପାବଳି ପୂର୍ବରୁ ବଡ଼ ସେଲ୍‌ ଆରମ୍ଭ କରିବ। ଏହି ବିକ୍ରୟ ଭାରତରେ ୨୦ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

ତେବେ Xiaomi ଏହା କିନ୍ତୁ ଖୁଲାସା କରିନି ଯେ କମ୍ପାନୀ କେଉଁ ରିହାତି କେଉଁ ଉତ୍ପାଦ ଉପରେ ଆଣିବ। କୁହାଯାଉଛି, ଏହି ରିହାତି କେବଳ ଫୋନ ନୁହେଁ, ବରଂ ବ୍ରାଣ୍ଡର ଏକାଧିକ ଗ୍ୟାଜେଟ୍‌ ଏବଂ ଅନ୍ୟାନ୍ୟ ଡିଭାଇସ୍‌ ଉପରେ ବି ଲାଗୁ କରାଯିବ। କମ୍ପାନୀର େଓ୍ଵବ୍‌ସାଇଟ ମୁତାବକ, ସେଲ୍‌ରେ ସ୍ମାର୍ଟଫୋନ, ଲାପ୍‌ଟପ୍‌ ଓ ଟିଭି ହିଁ ପ୍ରମୁଖ ଡିଭାଇସ୍‌ ରୂପେ ଉପଲବ୍ଧ ରହିବ। କମ୍ପାନୀ ୧୫ ସେପ୍ଟେମ୍ବରରୁ ନିଜ ଅଫିସିଆଲ େଓ୍ଵବ୍‌ସାଇଟରେ ଅଫର୍ସର ଖୁଲାସା କରିବ। ସ୍ପିନ୍‌ ଦ ହ୍ଵିଲ୍‌, ସୁପର ସ୍ଲଟ୍‌ ମେଶିନ ଓ ପଟାଖା ରନ୍‌ କନ୍‌ଟେଷ୍ଟ ମଧ୍ୟ ରହିଛି, ଯେଉଁଠି ଆପଣ ମାଗଣାରେ Xiaomi ସ୍ମାର୍ଟ ଟିଭି, Redmi Note 11SE ଏବଂ ଅନେକ କିଛି ପୁରସ୍କାର ଜିତି ପାରିବେ। ଏହା ବ୍ୟତୀତ Xiaomi ନିଜର ନୂଆ ଲଞ୍ଚ୍‌ ଡିଭାଇସ୍‌ ଯେପରି Redmi A1 ଏବଂ Redmi 11 Prime ସିରିଜ୍‌କୁ ମଧ୍ୟ ସେଲ୍‌ରେ ଆଣିବ।

କହି ରଖୁଛୁ, ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ‘Xiaomi’ MIJIA ସ୍ମାର୍ଟ ପିଲୋକୁ ଘରୋଇ ବଜାରରେ ଲଞ୍ଚ କରିଛି। ଏଥିପାଇଁ ଏକ ଅଭିଯାନ କରାଯାଇଥିଲା। ଚୀନରେ ଏହି ଅଭିଯାନ ୭ ସେପ୍ଟେମ୍ବରରେ ସାଓମି ମଲରେ ଆରମ୍ଭ ହୋଇଥିଲା। MIJIA ଏକ ସ୍ମାର୍ଟ ତକିଆ, ଯେଉଁଥିରେ ପାଇଜୋଲେକ୍ଟ୍ରିକ୍ ସେନ୍ସର ଉପଲବ୍ଧ ରହିବ। ଫିଚର୍ ବିଷୟରେ କହିବାକୁ ଗଲେ, ଏହା ହୃଦସ୍ପନ୍ଦନ ବା ହାର୍ଟ ରେଟ୍, ଶରୀରର ଗତିବିଧି ଏବଂ ଅନ୍ୟାନ୍ୟ ଟ୍ରାକିଂ ସୁବିଧା ସହିତ ସଜ୍ଜିତ ହେବ। ଏହି ତକିଆର ମୂଲ୍ୟ ହେଉଛି ୨୯୯ ୟୁଆନ୍ ଅର୍ଥାତ୍ ପ୍ରାୟ ୩,୪୦୦ ଟଙ୍କା, ଯାହା କ୍ରାଉଡ ଅଭିଯାନରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ କରାଯାଇଛି। ଖବର ରହିଛି ଯେ କମ୍ପାନୀ ଏହାକୁ ଶୀଘ୍ର ଭାରତୀୟ ବଜାରରେ ମଧ୍ୟ ପରିଚିତ କରାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.