ବମ୍‌ ଭଳି ଫାଟିବ ଆପଣଙ୍କ ସ୍ମାର୍ଟଫୋନ୍‌, ଭୁଲରେ ବି ଏମିତି ପୋଜିସନରେ ରଖନ୍ତୁନାହିଁ ପରେ କରିବେ ପଶ୍ଚାତାପ

କିଛି ଏମିତି ସ୍ମାର୍ଟଫୋନ୍‌ ଅଛି ଯାହା ବ୍ଲାଷ୍ଟ ହୋଇସାରିଛି ଏବଂ ଅନେକ ଲୋକ ତ ଏଥିପାଇଁ ଆହତ ହୋଇସାରିଲେଣି। ଆଉ ଖାସ କରି ଏହି ଡରରେ ଲୋକମାନେ ଏମିତି ସ୍ମାର୍ଟଫୋନ୍‌ କିଣିବା ଠାରୁ ଦୂରେଇ ରହୁଛନ୍ତି। କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ କେବଳ ସ୍ମାର୍ଟଫୋନ୍‌ ଖରାପ ପଡିବା କାରଣରୁ ଫୋନ୍‌ ଫାଟିନଥାଏ।। ଅନେକ ଘଟଣା ସ୍ମାର୍ଟଫୋନ୍‌ ୟୁଜର୍ସଙ୍କ ପାଇଁ ବି ଘଟିଥାଏ। ଯଦି ଆପଣ ଭାବୁଛନ୍ତି କେମିତି ୟୁଜର୍ସଙ୍କ ପାଇଁ ସ୍ମାର୍ଟଫୋନ୍‌ ବ୍ଲାଷ୍ଟ କରିବ ତାହେଲେ ଆପଣଙ୍କୁ କହିବୁ ଯେ ହଁ କିଛି ଏମିତି କାରଣ ଅଛି ଯେଉଁଥିପାଇଁ ୟୁଜର୍ସ ବ୍ଲାଷ୍ଟ ଭଳି ଦୁର୍ଘଟଣାକୁ ସାମ୍ନା କରୁଛନ୍ତି। ତାହେଲେ ଆସନ୍ତୁ ଜାଣିବା ସେହି ଟିପ୍ସ ଯାହାଦ୍ୱାରା ଆପଣ ନିଜ ସ୍ମାର୍ଟଫୋନକୁ ବ୍ଲାଷ୍ଟ ହେବା ସମ୍ଭାବନା ଠାରୁ କମ୍‌ କରିପାରିବେ।

ଯଦି ଆପଣ ଆଉଟଡୋରରେ ବସିଛନ୍ତି ଏବଂ ନିଜ ସ୍ମାର୍ଟଫୋନକୁ ଟେବୁଲ ଉପରେ ରଖିଦେଇଛନ୍ତି କିମ୍ବା ଘଣ୍ଟା ଘଣ୍ଟା ଧରି ଛାଡି ଦେଇଛନ୍ତି ତାହେଲେ ସୂର୍ଯ୍ୟକିରଣ ଦ୍ୱାରା ସ୍ମାର୍ଟଫୋନ୍‌ ବହୁତ ହିଟ୍‌ ହେବାକୁ ଲାଗିଥାଏ। ଆଉ କେବଳ ଏହି ହିଟ୍‌ କାରଣରୁ ସ୍ମାର୍ଟଫୋନ୍‌ ବ୍ୟାଟେରୀ ଉପରେ ପ୍ରେସର ଅଧିକ ପଡିଥାଏ। ଆଉ ଏହାର କିଛି ସମୟ ପରେ ଯେତେବେଳେ ଆପଣ ସ୍ମାର୍ଟଫୋନ ବ୍ୟବହାର କରନ୍ତି ସେହି ସମୟରେ ପ୍ରୋସେସର ଆହୁରି ଗରମ ହେବାକୁ ଲାଗିଥାଏ, ଯେଉଁ କାରଣରୁ ଏହା ଫାଟିଯାଇଥାଏ। ଯଦି ଆପଣ ଚାହୁଁଛନ୍ତି ଏମିତି କୌଣସି ସମସ୍ୟା ଆପଣଙ୍କ ସ୍ମାର୍ଟଫୋନ୍‌ ସହ ନ ହେଉ ତାହେଲେ ଆଉଟଡୋରରେ ସିଧାସଳଖ ଖୋଲାରେ ରଖନ୍ତୁନାହିଁ।

ଯଦି ଆପଣ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ସ୍ମାର୍ଟଫୋନକୁ ପକେଟରେ ରଖୁଛନ୍ତି, ତାହେଲେ ଏହି କାରଣରୁ ମଧ୍ୟ ଏହା ବହୁତ ଅଧିକ ଗରମ ହୋଇଯାଇଥାଏ। ଯଦି ଆପଣ ପକେଟରେ ଆଉ କିଛି ଜିନିଷ ବି ରଖିଥାନ୍ତି ତାହେଲେ ଏହା ଆହୁରି ଗରମ ହେବାକୁ ଲାଗିଥାଏ। କେବଳ ଏତିକି ନୁହେଁ ଅନେକ ଥର ବ୍ୟାଗରେ ଅନ୍ୟାନ୍ୟ ଜିନିଷ ସହିତ ସ୍ମାର୍ଟଫୋନକୁ ବି ଆପଣ ରଖିଦିଅନ୍ତି, ଯଦି ଏପରି କରୁଛନ୍ତି ନା ଆପଣ ଏ କଥାକୁ ଚେତାବନୀ ଭାବିନିଅନ୍ତୁ, କାହିଁକିନା ଏମିତି କରିବା ଦ୍ୱାରା ବ୍ୟାଟେରୀ ଷ୍ଟିମ୍ୟୁଲେଟ କରିଥାଏ ଆଉ ସ୍ମାର୍ଟଫୋନ୍‌ ବ୍ଲାଷ୍ଟ କରିଥାଏ। ତେଣୁ ଆପଣଙ୍କର ଏପରି ଅଭ୍ୟାସ ଥାଏ ତାହେଲେ ଏ ଅଭ୍ୟାସକୁ ନିଶ୍ଚୟ ବଦଳାନ୍ତୁ।

ତେବେ ଯଦି ଆପଣ ଏହି ଟିପ୍ସକୁ ଫଲୋ କରୁଛନ୍ତି ତାହେଲେ ଏଥିରେ ବ୍ଲାଷ୍ଟ ହେବାର ସମ୍ଭାବନା ବହୁତ କମ୍‌ ରହିଥାଏ। ଯଦିଓ ବେଳେବେଳେ କିଛି ଲୋକ ସ୍ମାର୍ଟଫୋନକୁ ବହୁତ ଅଧିକ ବ୍ୟବହାର କରିଥାନ୍ତି ଏବଂ ଖାସକରି ଏହି କାରରରୁ ଏଥିରେ ସମସ୍ୟା ଆସିବାକୁ ଲାଗିଥାଏ। ତେଣୁ ଆପଣଙ୍କୁ ନିଜ ସ୍ମାର୍ଟଫୋନକୁ ବ୍ଲାଷ୍ଟ ହେବା ଠାରୁ ଦୂରେଇ ରଖିବାକୁ ହେଲେ ଏହି ଟିପ୍ସକୁ ନିଶ୍ଚୟ ଫଲୋ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.