ଦୁନିଆର ପ୍ରଥମ ସେନ୍ସର କ୍ୟାମେରା ଫୋନ ଭାରତ ମାର୍କେଟରେ ହେବ ଲଞ୍ଚ, ଓପୋ ରେନୋ ୭ ସିରିଜ୍ ୫ଜି ସ୍ମାର୍ଟଫୋନ DSLR କ୍ୟାମେରାକୁ ପଛରେ ପକାଇଦେବ  

ଓପୋ ରେନୋ କମ୍ପାନୀ ମାର୍କେଟରେ ଲଞ୍ଚ କରିବ ଏହାର ୫ଜି ସ୍ମାର୍ଟଫୋନ୍ । ଏହି କମ୍ପାନୀ ଏବେ ଫୋନ୍ କମ୍ପାନୀ ସହିତ ଟକର ଦେବାକୁ ଯାଉଛି। ତେଣୁ ଭାରତରେ ଓପୋ ରେନୋ ଏହାର ୭ ସିରିଜ୍ ୫ଜି ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଓପୋ ଏହାର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏକ ଭିନ୍ନ ପ୍ରକାରର ମାଇକ୍ରୋସାଇଟ୍ ତିଆରି କରିଛି । ଏଥିରେ, ଓପୋ ରେନୋ ୭ ସିରିଜର ଅନେକ ଫିଚର୍ ବିଷୟରେ ଲେଖା ଯାଇଛି। ଓପୋ ସ୍ମାର୍ଟଫୋନ୍ କମ୍ପାନୀ ଖୁବ୍ ଶୀଘ୍ର ଏହାର ରେନୋ ୭ ସିରିଜ୍ ଭାରତରେ ଲଞ୍ଚ କରିବାକୁ ଯାଉଛି । ଗତ ବର୍ଷ ୨୦୨୧ ରେ ଚୀନ ମାର୍କେଟରେ, ଓପୋ ରେନୋ କେ ସିରିଜ୍ ୭ ୫ଜି, ୭ପ୍ରୋ ୫ ଜି ଏବଂ ୭SE ୫G ଲଞ୍ଚ କରାଯାଇଥିଲା ।

oppo
Picture Credit – Money control

ଏଥି ସହିତ, ବର୍ତ୍ତମାନ ଓପୋ କମ୍ପାନୀ ଏହାର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏକ ଅଲଗା ମାଇକ୍ରୋ ସାଇଟ୍ ତିଆରି କରିଛି। ଏଥିରେ, ଓପୋ ରେନୋ ୭ ସିରିଜର ସବୁ ଫିଚର୍ ବିଷୟରେ ଟିକିନିଖି କୁହାଯାଇଛି। ତେବେ ଏହି ଫୋନ୍ ହେଉଛି ଭାରତର ପ୍ରଥମ ସେନ୍ସର କ୍ୟାମେରା, ଓପୋ ରେନୋ ୭ ପ୍ରୋ ସ୍ମାର୍ଟଫୋନରେ ଦୁନିଆର ପ୍ରଥମ ସୋନି IMX709 ଅଲଟ୍ରା ସେନ୍ସିଂ କ୍ୟାମେରା ସେନ୍ସର ରହିବ । ଏହା ବ୍ୟତୀତ ଏଥିରେ ୧ / ୧.୫୬ ଇଞ୍ଚର ଫ୍ଲାଗସିପ୍ ସୋନି IMX766 ସେନ୍ସର ରହିବ।

ପ୍ଲିପକାର୍ଟରେ ରହିଥିବା ସୂଚନା ଅନୁଯାୟୀ ଏହି ଫୋନର କ୍ୟାମେରାରେ ‘ଦ ପୋଟ୍ରେଟ୍ ଏକ୍ସପର୍ଟ’ ଫିଚର ରହିଛି । ଯାହାକି ଏହାର ଏକ ଭଲ ଫିଚର୍, ଏମିତିକି ଏହି ଫୋନର କ୍ୟାମେରାକୁ DSLR ଠାରୁ ମଧ୍ୟ ଫଟୋ ଉଠୁଥିବା କୁହାଯାଉଛି।
ଖାଲି ଏତିକି ଏହି ଫୋନରେ ଭିଡ଼ିଓ କରିବାର ମଧ୍ୟ ଭଲ ଫିଚର ରହିଛି।

ଓପୋ ରେନୋ ୭ ପ୍ରୋ ୫ଜି ର ମୂଲ୍ୟ ଭାରତୀୟ ମାର୍କେଟରେ ୪୧ ରୁ ୪୩ ହଜାର ମଧ୍ୟରେ ରହିବ ବୋଲି ଆଶା କରାଯାଉଥିବା ବେଳେ ଓପୋ ରେନୋ ୭ ସିରିଜ୍ ୫ ଜି ଫୋନ୍ ଭାରତୀୟ ବଜାରରେ ୨୮ ରୁ ୩୧ ହାଜର ଟଙ୍କା ରହିବ ବୋଲି ସୂଚନା ମିଳିଛି।
ତେବେ ଓପୋ ରେନୋ ୭ ସିରିଜ ୫ଜି ର କ୍ୟାମେରା ରହିଛି 50MP+16MP+2MP । ୮ଯିବି ରାମ୍ ଓ ୧୨୮ ଯିବି ଷ୍ଟୋରେଜ ରହିବା ସହ ଏହାର ଡିସ୍ପ୍ଲେ ରହିଛି ୬.୫ ଇଞ୍ଚ। ତେବେ ଏହା ଭଲ ଫିଚର୍ ସହିତ ଖୁବ୍ ଶୀଘ୍ର ଭାରତୀୟ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି କିନ୍ତୁ ଏହାର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ।

Leave A Reply

Your email address will not be published.