ମୋବାଇଲ ପ୍ରି-ଇନଷ୍ଟଲ୍ ଆପକୁ ଏବେ କରିପାରିବେ ଡିଲେଟ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ବର୍ତ୍ତମାନ ଚାଲିଛି ସ୍ମାର୍ଟଫୋନର ଦୁନିଆ। ଆଜି ଆମ ଜୀବନରେ ସ୍ମାର୍ଟଫୋନ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। କାରଣ ଆମର ସବୁ କାମ ଏବେ ଫୋନରେ ହିଁ ହେଇଯାଉଛି। ଫୋନ୍ ପାଇଁ ଆମର ସବୁ କାମ କମ୍ ସମୟରେ ହେଇଯାଉଛି। କିନ୍ତୁ ଆମକୁ ନିଜ ଫୋନର ଯତ୍ନ ମଧ୍ୟ ନେବା ଦରକାର୍ । ବେଳେ ବେଳେ ଆମେ ଫୋନରେ ଅନାବଶ୍ୟକ ଏଲିମେଣ୍ଟ ମଧ୍ୟ ରଖିଥାଉ । ଯେମିତିକି କିଛି ମୋବାଇଲ ଆପ୍ । ତେବେ ଆମେ ନିଜ ଫୋନରେ ଇନଷ୍ଟଲ କରିଥିବା ଆପ୍ଲିକେସନକୁ ତ ଡିଲେଟ୍ କରିପାରିବା କିନ୍ତୁ ପ୍ରି-ଇନଷ୍ଟଲ ଆପ ଗୁଡ଼ିକୁ ଫୋନରୁ କାଟିବାକୁ ଆପଣ କେବେ ଚେଷ୍ଟା କରିଛନ୍ତି କି?

apps
Picture Credit- www.americanboard.org

ହୁଏତ ଆପଣ ଚେଷ୍ଟା କରିଥିବେ କିନ୍ତୁ ଏହା ଅକେନ ସମୟରେ ହୋଇନଥାଏ। ପୁଣି ଅନେକ ଲୋକ ଏହି ପ୍ରି-ଇନଷ୍ଟଲ ବା ଆପଣ କିଣିଥିବା ଫୋନରେ ପୂର୍ବରୁ ଥିବା ଆପ୍ ଗୁଡ଼ିକୁ କିପରି ଅନଇନଷ୍ଟଲ କରାଯିବ ହୁଏତ ଜାଣିନଥିବେ । କିଛି ବ୍ୟବହାର କରୁନଥିବା ଆପ୍ଲିକେସନ୍ ଫୋନରେ ରହି ମେମୋରୀ ଫୁଲ୍ ମଧ୍ୟ କରାଇଥାଏ। ଯାହା ପାଇଁ ଫୋନ ମଧ୍ୟ ଖରାପ ହୋଇଥାଏ ତେଣୁ ଯଦି ଆପଣ ନିଜ ଫୋନରେ ପ୍ରି-ଇନଷ୍ଟଲ୍ ଆପ୍ସକୁ ଡିଲେଟ୍ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣକୁ କିଛି ସହଜ ପ୍ରକ୍ରିୟା ଫୋଲୋ କରିବାକୁ ପଡ଼ିବ।

ଆପଣ ଭାବୁଥିବେ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ ହୋଇଥିବା ଆପ୍ ଡିଲେଟ୍ କରିବା ସହଜ କିନ୍ତୁ ପ୍ରି-ଇନଷ୍ଟଲ୍କ ଆପ୍ ଡିଲେଟ୍ କରିବା ସହଜ ନୁହେଁ । ହେଲେ ଆଜି ଆପଣଙ୍କୁ କହିବୁ ଏହି ପ୍ରି-ଇନଷ୍ଟଲ୍ ହୋଇଥିବା ଆପକୁ ଆପଣ କେମିତି ଡିଲେଟ୍ କରିବେ।

ଜାଣନ୍ତୁ ପ୍ରି-ଇନଷ୍ଟଲ ଆପକୁ ଡିଲେଟ୍ କରିବା ପ୍ରକ୍ରିୟା:

ପ୍ରଥମେ ଆପଣ ନିଜ ଫୋନର ସେଟିଙ୍ଗକୁ ଯାଆନ୍ତୁ। ତା’ପରେ ‘ଆପ୍ସ’ କଲମକୁ ଯାଆନ୍ତୁ । ଏଠାରେ ଆପଣ ଚାହୁଁଥିବା କୌଣସି ପ୍ରି-ଇନଷ୍ଟଲ୍ ଆପ୍ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ଆପକୁ ଡିଜେବଲ୍ କରିବାକୁ ବିକଳ୍ପ ବା ଅପ୍ସନ୍ ଦିଆଯିବ।

ଏହାପରେ ପ୍ରି-ଇନଷ୍ଟଲ୍ ହୋଇଥିବା ଆପଗୁଡ଼ିକୁ ଡିଲିଟ୍ ହୋଇଯିବା। କିନ୍ତୁ ଏହି ପ୍ରି-ଇନଷ୍ଟଲ୍ ହୋଇଥିବା ଆପଗୁଡ଼ିକୁ ଡିଲିଟ୍ କରିବା ଅପ୍ସନ୍ କେବଳ ଆଣ୍ଡ୍ରଏଡ୍ ଡିଭାଇସ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ହିଁ ମିଳିବ । ତେବେ ଆଇଫୋନ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କୁ ଏହି ସୁଯୋଗ କମ୍ ମିଳିବ। ତେବେ ଆପଣ ନ ବ୍ୟବହାର କରିବାକୁ ଚାହୁଁଥିବା ପ୍ରି-ଇନଷ୍ଟଲ୍ ଆପକୁ ଏହି ଉପାୟରେ ଡିଲେଟ୍ କରିପାରିବେ। ଯାହା ଦ୍ଵାରା ଆପଣଙ୍କ ଫୋନ୍ ମଧ୍ୟ ଖରାପ ହେବନି।

Leave A Reply

Your email address will not be published.