ଆଖିକୁ ଦେଖି ଡିପ୍ରେସନ ଚିହ୍ନିବ ସ୍ମାର୍ଟଫୋନ, ଆସିଲା ଏକ ବଢିଆ ଆପ୍
ଡିପ୍ରେସନ ହେଉଛି ଏକ ନିରବ ଘାତକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ଏହା ଏକ ବଡ ବିପଦ । ଡିପ୍ରେସନରେ ଲୋକମାନେ ପ୍ରାୟତଃ ନିଜ ଭିତରର ଅଶାନ୍ତି ଲୁଚାଇବାକୁ ଚେଷ୍ଟା କରନ୍ତି । ଡିପ୍ରେସନର ପ୍ରାରମ୍ଭିକ ଲକ୍ଷଣଗୁଡିକ ଚିହ୍ନଟ କରିବା ଜରୁରୀ ହୋଇଥାଏ ଯାହା ଦ୍ୱାରା ଏହାର ଚିକିତ୍ସା କରାଯାଇପାରିବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ଏହା ପ୍ରକୃତରେ ସମ୍ଭବ ହୋଇପାରିବ । ଷ୍ଟିଭେନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଅନୁସନ୍ଧାନକାରୀମାନେ ଦୁଇଟି ସ୍ମାର୍ଟଫୋନ୍ ଆପ୍ ପ୍ରସ୍ତୁତ କରିଛନ୍ତି ଯାହା ଆପଣଙ୍କ ଚେହେରା ଏବଂ ଆଖିକୁ ଦେଖି ଡିପ୍ରେସନକୁ ଚିହ୍ନିବାରେ ସାହାଯ୍ୟ କରିବ।
ପ୍ରଫେସର ସାଙ୍ଗ ୱନ୍ ଏବଂ ରାହୁଲ ଇସଲାମଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନ ଜାରି ରହିଛି । AI ବ୍ୟବହାର କରି ମାନସିକ ସ୍ୱାସ୍ଥ୍ୟକୁ ଶୀଘ୍ର ଚିହ୍ନଟ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ । ଡିପ୍ରେସନକୁ ଚିହ୍ନିବା ପାଇଁ ସ୍ମାର୍ଟଫୋନକୁ ଡାଇଗ୍ନୋଷ୍ଟିକ୍ ଡିଭାଇସରେ ଚେଞ୍ଜ କରି ମାନସିକ ସ୍ବାସ୍ଥ୍ୟ ଯାଞ୍ଚ ଏବଂ ଚିକିତ୍ସାରେ ବ୍ୟବହାର କରି ହେବ । ଅନୁସନ୍ଧାନକାରୀମାନେ ଡିପ୍ରେସନର ଲକ୍ଷଣ ଚିହ୍ନଟ କରିବାକୁ ଦୁଇଟି AI ବେସ୍ଡ ଆପ୍ ଡେଭଲପ କରିଛନ୍ତି । ଯେତେବେଳେ ଆପଣ ନିଜ ଫୋନ୍ ଖୋଲିବେ କିମ୍ବା ବ୍ୟବହାର କରିବେ ସେତେବେଳେ ଆପଣଙ୍କ ଆଖିର ଦଶ ସେକେଣ୍ଡର ସ୍ନାପସଟ୍ କ୍ୟାପଚର କରି ଏହି ଆପ୍ କାମ କରିବ ।
ଏହି ଅଧ୍ୟୟନରେ ଚାରି ସପ୍ତାହ ମଧ୍ୟରେ ୨୫ ଜଣ ଲୋକ ସାମିଲ ହୋଇଥିଲେ ଏବଂ ଏହି ଆପ୍ ଚାରି ସପ୍ତାହ ମଧ୍ୟରେ ପ୍ରାୟ ୧୬,୦୦୦ ଇଣ୍ଟେରାକ୍ସନର ମୂଲ୍ୟାଙ୍କନ କରିଥିଲା । ଆପର ଫଳାଫଳ ଏତେ ଭଲ ଥିଲା ଯେ ଏହା ୭୬% କ୍ଷେତ୍ରରେ ଡିପ୍ରେସନକୁ ସଠିକ୍ ଭାବରେ ଚିହ୍ନଟ କରିଥିଲା । ଏହା ଡିପ୍ରେସନ ଚିହ୍ନଟ କରିବାରେ କୌଣସି ଡିଭାଇସ ଆବଶ୍ୟକ କରେ ନାହିଁ, ତେଣୁ ଏହାକୁ ସହଜରେ ବ୍ୟବହାର କରିହେବ ।