ନୂଆ ବର୍ଷ ସ୍ପେସାଲ୍ କିଣନ୍ତୁ ଅନେକ ଦମଦାର୍ ସ୍ମାର୍ଟଫୋନ୍, ପ୍ରାଇସ୍ ରହିଛି ୧୫ ହଜାରୁ କମ୍
ଯଦି ଆପଣ ନିଜ ପାଇଁ ବଜେଟ୍ ସ୍ମାର୍ଟଫୋନ ଖୋଜୁଛନ୍ତି କିମ୍ବା ନୂଆ ବର୍ଷ ଅବସରରେ ସାଙ୍ଗସାଥିଙ୍କୁ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି ତେବେ ଏଠାରେ ଅନେକ ଅପ୍ସନ ଉପଲବ୍ଧ ଅଛି । Samsung, Realme and Nothing ଆଦି କମ୍ପାନୀଗୁଡିକ ବଜେଟ୍ ସେଗମେଣ୍ଟରେ ଅନେକ ଫୋନ୍ ପ୍ରଦାନ କରନ୍ତି । ଏହି ସମସ୍ତ ଫୋନରେ ଆବଶ୍ୟକୀୟ ଫିଚର୍ସ ମିଳିଯିବ । ଆପଣଙ୍କୁ ୧୫୦୦୦ ଟଙ୍କା ରେଞ୍ଜ ମଧ୍ୟରେ ଉପଲବ୍ଧ ବିଭିନ୍ନ କମ୍ପାନୀର ଫୋନ ବିଷୟରେ କହିବୁ ।
Samsung Galaxy M35 5G:
ଏହି ଫୋନରେ ୧୦୮୦ x ୨୩୪୦ ରିଜୋଲ୍ୟୁସନ୍ ଏବଂ ୧୨୦Hz ରିଫ୍ରେସ୍ ରେଟ୍ ସହିତ ୬.୬ ଇଞ୍ଚ ସୁପର AMOLED ଡିସପ୍ଲେ ରହିଛି । ଏହାର ପ୍ରୋଟେକ୍ସନ ପାଇଁ ଏହା କର୍ନିଙ୍ଗ ଗୋରିଲା ଗ୍ଲାସ୍ ଭିକ୍ଟସ୍ + ସହିତ ଲ୍ୟାସ୍ ହୋଇଛି । ଏହି ଫୋନ୍ Exynos 138 ପ୍ରୋସେସର ସହିତ ଆସିଥାଏ । କମ୍ପାନୀ ଏଥିରେ ୪ ଜେନେରେସନ୍ ଆଣ୍ଡ୍ରଏଡ୍ ଅପଡେଟ୍ ଏବଂ ୫ ବର୍ଷ ସିକ୍ୟୁରିଟି ପ୍ରଦାନ କରେ । ଏଥିରେ ୫୦MP ର ମେନ୍ ୱାଇଡ୍ ଏଙ୍ଗଲ୍ କ୍ୟାମେରା ଅଛି । ଏହାର ୬GB RAM ଏବଂ ୧୨୮GB ଷ୍ଟୋରେଜ୍ ଭ୍ୟାରିଆଣ୍ଟର ପ୍ରାଇସ୍ ଆମାଜନରେ ୧୪,୯୯୯ ଟଙ୍କା ରହିଛି । ଏହା ଉପରେ କ୍ୟାସବ୍ୟାକ୍ ଏବଂ ନୋ କଷ୍ଟ EMI ର ଅଫର ମିଳିଥାଏ ।
CMF BY NOTHING Phone 1 5G:
ଏହି ଫୋନରେ ୧୨୦Hz ଆଡାପ୍ଟିଭ୍ ରିଫ୍ରେସ୍ ରେଟ୍ ସହିତ ୬.୫୫ ଇଞ୍ଚର ସୁପର AMOLED ଡିସପ୍ଲେ ରହିଛି । ଏହାର ରିୟରରେ ୫୦MP ର ମେନ୍ ସେନ୍ସର ଏବଂ ଏକ ପୋଟ୍ରେଟ ସେନ୍ସର ଲଗା ହୋଇଛି । ସେଳଫି ପାଇଁ ଏହା ୧୬MP କ୍ୟାମେରା ସହିତ ଆସିଥାଏ । ଏଥିରେ ୫୦୦୦mAh ର ଦମଦାର୍ ବ୍ୟାଟେରୀ ଅଛି । ପ୍ରୋସେସର ବିଷୟରେ କହିବାକୁ ଗଲେ ଏଥିରେ ମିଡିଆଟେକ୍ ଟାଇମେନସିଟି ୭୩୦୦ 5G ସହିତ ଲ୍ୟାସ୍ ହୋଇଛି । ଆମାଜନରେ ଏହାର ୬GB RAM ଏବଂ ୧୨୮GB ଷ୍ଟୋରେଜ୍ ଭ୍ୟାରିଆଣ୍ଟର ପ୍ରାଇସ୍- ୧୪,୩୨୫ ଟଙ୍କା ରହିଛି । ଏହା ଉପରେ ଆପଣ ବ୍ୟାଙ୍କ୍ ଅଫର ଏବଂ ନୋ-କଷ୍ଟ EMI ର ଫାଇଦା ଉଠାଇପାରିବେ ।
Vivo T3x 5G:
Vivo ର ଏହି ସ୍ମାର୍ଟଫୋନ୍ ୬.୭୨ ର ଫୁଲ୍ HD+ ଡିସପ୍ଲେ ସହିତ ଆସିଥାଏ । ଏହାର ରିୟରରେ ୫୦MP + ୨MP ସେନ୍ସର ରହିଛି, ଯା ସେଲଫି ଲଭର୍ସଙ୍କ ପାଇଁ ଏହା ୮MP ଫ୍ରଣ୍ଟ କ୍ୟାମେରା ସହିତ ଲ୍ୟାସ୍ କରାଯାଇଛି । ଏଥିରେ ୬୦୦୦mAh ବ୍ୟାଟେରୀ ଦିଆଯାଇଛି । ଆମାଜନ୍ ଉପରେ ଏହାର ୬ GB RAM ଏବଂ ୧୨୮ GB ଷ୍ଟୋରେଜର ପ୍ରାଇସ୍ ୧୪,୪୪୯ ଟଙ୍କା ଅଛି । ଏହା ଉପରେ ମଧ୍ୟ ବ୍ୟାଙ୍କ୍ ଅଫର ଏବଂ ଅନ୍ୟାନ୍ୟ ଡିଲର ଫାଇଦା ଉଠାଇପାରିବେ ।